ETV Bharat / city

Ujjwala Scheme ନାରେ ସାଇବର ଠକେଇ, 10 ଟଙ୍କା ପାଇ 50 ହଜାର ହରାଇଲେ ଶିକ୍ଷୟିତ୍ରୀ

author img

By

Published : Jul 3, 2021, 7:15 AM IST

ସାଇବର ଠକଙ୍କ ବଦଳୁଛି ଠକେଇ କରିବା ଟ୍ରିକ୍ । ଏଣିକି ସରକାରୀ ସ୍କିମ ଦେବା ଆଳରେ ମହେନ୍ଦ୍ର ସେଠି ନାମକ ଜନୈକ ବ୍ୟକ୍ତିଙ୍କଠାରୁ ଠକି ନେଲେ ହଜାର ହଜାର ଟଙ୍କା । ଅଧିକ ପଢ଼ନ୍ତୁ...

KYC ନାମରେ ସାଇବର ଠକେଇ, 50ହଜାର ହରାଇଲେ ଶିକ୍ଷୟିତ୍ରୀ

ଭୁବନେଶ୍ବର: ସାଇବର ଠକଙ୍କ ବଦଳୁଛି ଠକେଇ କରିବା ଟ୍ରିକ୍ । ଏଣିକି ସରକାରୀ ସ୍କିମ ଦେବା ଆଳରେ ମହେନ୍ଦ୍ର ସେଠି ନାମକ ଜନୈକ ବ୍ୟକ୍ତିଙ୍କ ଠାରୁ ଠକିନେଲେ ହଜାର ହଜାର ଟଙ୍କା । ଏହାକୁ ନେଇ ସାଇବର ହେଲ୍ପ ଡେସ୍କକୁ ଜଣାଇଛନ୍ତି ଠକେଇର ଶିକାର ହୋଇଥିବା ବ୍ୟକ୍ତି । ଉଜ୍ଜଳା ସ୍କିମ କେଓ୍ବାଇସି ଭରିବା ନାମରେ ଫୋନ କରିଥିଲେ ସାଇବର ଲୁଟେରା ।

ଏହାପରେ ବ୍ୟକ୍ତି ଜଣଙ୍କ ସେମାନଙ୍କ କହିବା ମୁତାବକ କହିବା ସମସ୍ତ ତଥ୍ୟ ଦେଇଥିଲେ । ଯାହାଫଳରେ ତାଙ୍କ ଆକାଉଣ୍ଟରୁ ୨୫ ହଜାର ଟଙ୍କା ଲୁଟି ନେଇଥିଲେ ସାଇବର ଲୁଟେରା । ସେହିଭଳି ପ୍ରିୟଦର୍ଶିନୀ ଜୋଶୀ ନାମକ ଜଣେ ଶିକ୍ଷୟିତ୍ରୀ ମଧ୍ୟ ସାଇବର ଠକେଇର ଶିକାର ହୋଇଛନ୍ତି ।

ମୋବାଇଲ ନମ୍ବର KYC କରାଇବାକୁ ସାଗବର ଠକ ପ୍ରଥମେ ଶିକ୍ଷୟିତ୍ରୀଙ୍କୁ ମେସେଜ ପଠାଇଥିଲେ । ଏହା ନକଲେ ମୋବାଇଲ ନମ୍ବର କଟିଯିବ ବୋଲି ଡରାଇଥିଲେ ଠକ । ଆପଣଙ୍କୁ କେଓ୍ବାଇସି ଭରିବା ସହ ୧୦ ଟଙ୍କାର ରିଚାର୍ଜ କରନ୍ତୁ କହି ଏକ ଲିଙ୍କ ପଠାଇଥିଲେ । ହେଲେ ୧୦ଟଙ୍କା ରିଚାର୍ଜ ବଦଳରେ ୪ ଥରରେ ୫୦ ହଜାର ଟଙ୍କା ଠକିନେଲେ ସାଇବର ଠକ । ଯାହାକୁ ନେଇ ପ୍ରିୟଦର୍ଶିନୀ ଜୋଶୀ ଡିସିପି ଅଫିସରରେ ଥିବା ସାଇବର ହେଲ୍ପ ଡେସ୍କରେ ଅଭିଯୋଗ କରିଛନ୍ତି ।

ମହିଳାଙ୍କ କହିବା ଅନୁଯାୟୀ ସାଇବର ଠକମାନେ ଯେଉଁ ଆକାଉଣ୍ଟକୁ ନେଇଛନ୍ତି । ସେହି ଆକାଉଣ୍ଟ ଏବେ ବ୍ୟାଙ୍କ ପକ୍ଷରୁ ଫ୍ରିଜ କରାଯାଇଛି । ପୋଲିସ ତାର ପ୍ରୋସେସ୍ ଫଲୋ କରିଛି । ହେଲେ ମହିଳା ଟଙ୍କା ଫେରାଇବାକୁ ସକ୍ଷମ ହୋଇନି ବୋଲି ମହିଳା ଜଣକ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.