ETV Bharat / city

'ଟୀକାକରଣକୁ ନେଇ ଅଧିକ ଅଗ୍ରାଧିକାର ଓ ବ୍ୟାପକ କରାଯିବ'

author img

By

Published : Mar 16, 2021, 4:23 PM IST

ଓଡିଶାକୁ ନୂଆ କୋରୋନା ଷ୍ଟ୍ରେନ ନଜରକୁ ଆସିନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ସେପଟେ ବର୍ତ୍ତମାନ ବୟସ୍କ ଲୋକଙ୍କ ଟୀକାକରଣକୁ ଅଗ୍ରାଧିକାର ଦିଆଯାଇଛି । ଦୈନିକ 1 ଲକ୍ଷ ବୟସ୍କ ଲୋକଙ୍କ ଟୀକାକରଣ ପାଇଁ 927 କେନ୍ଦ୍ରରେ ଟୀକା ଦିଆଯାଇଥିବା କହିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଅଧିକ ପଢନ୍ତୁ...

'ଟୀକାକରଣକୁ ନେଇ ଅଧିକ ଅଗ୍ରାଧିକାର ଓ ବ୍ୟାପକ କରାଯିବ'
'ଟୀକାକରଣକୁ ନେଇ ଅଧିକ ଅଗ୍ରାଧିକାର ଓ ବ୍ୟାପକ କରାଯିବ'

ଭୁବନେଶ୍ବର: ପ୍ରଚଣ୍ଡ ରୌଦ୍ରତାପରେ ବି ସକ୍ରିୟ ରହେ କୋରୋନା ଭୂତାଣୁ । ସକ୍ରିୟ ରହିବାର କ୍ଷମତା ଏହି ଭୂତାଣୁ ପାଖରେ ରହିଛି । ରାଜ୍ୟରେ ଲକଡାଉନ କି ସଟଡ଼ାଉନର ସ୍ଥିତି ଆସିନି । ନୂଆ ଭୂତାଣୁଠାରୁ ସତର୍କ ରହିବା ପାଇଁ ନୂଆ ମାର୍ଗଦର୍ଶିକା ଜାରି ହୋଇଛି । ସାରା ଦେଶରେ 242 ନୂଆ ଷ୍ଟ୍ରେନ ଦେଖାଯାଇଛି । ଏହାର ସଂକ୍ରମଣ ଶକ୍ତି ଅଧିକ । ଦେଶରେ ଦେଖା ଦେଇଥିବା ଷ୍ଟ୍ରେନ ଭିତରୁ 213 ଜଣଙ୍କ ଦେହରେ ବ୍ରିଟେନ ଷ୍ଟ୍ରେନ ଥିବା ଜଣାପଡିଛି । ବାକି ସବୁ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଷ୍ଟ୍ରେନ । ହେଲେ ଓଡ଼ିଶାକୁ ଏହି ପ୍ରକାର ଷ୍ଟେନ ନଜରକୁ ଆସି ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ସେପଟେ ଟୀକାକରଣକୁ ଅଗ୍ରାଧିକାର ଦେଇଛନ୍ତି ରାଜ୍ୟ ସରକାର । ଅଗ୍ରାଧିକାର ଭିତ୍ତିରେ ବର୍ତ୍ତମାନ ବୟସ୍କ ଲୋକଙ୍କ ଟୀକାକରଣକୁ ଗୁରୁତ୍ୱ ଦିଆଯାଇଛି । ଟୀକାକରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ଆମେ ବର୍ତ୍ତମାନ ବୟସ୍କ ଲୋକଙ୍କ ଟୀକାକରଣକୁ ଅଗ୍ରାଧିକାର ଦେଇଛୁ। ଆହୁରି ଆଗକୁ ଏହାକୁ ବ୍ୟାପକ କରାଯିବ। ସେହପିରି ଦୈନିକ 1 ଲକ୍ଷ ବୟସ୍କ ଲୋକଙ୍କ ଟୀକାକରଣ ପାଇଁ 927 କେନ୍ଦ୍ରରେ ଟୀକା ଦେଇଛୁ । 100273 ବୟସ୍କ ଲୋକଙ୍କୁ ଟୀକା ଦିଆଯାଇଛି। ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଲୋକଙ୍କୁ ମିଶାଇ ସମୁଦାୟ 121572 ଲୋକ ଆମେ ଗ୍ରାମାଞ୍ଚଳରେ ବୟସ୍କ ଲୋକଙ୍କୁ ଟୀକା ସାରିଛି। ପ୍ରଶାସନ ସହଯୋଗରେ ଘର ଘର ବୁଲି ସାନିଟାଇଜ କରୁଛୁ। ଆଶା ଓ ଅଙ୍ଗନବାଡି କର୍ମୀ ଏହି କାମ କରୁଛନ୍ତି। ଆମେ ନିଜ ଆଡୁ ଏହା କରୁଛୁ। ହେଲେ ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ନିର୍ଦ୍ଦେଶ ନାହିଁ। ଆଣ୍ଟିବଡି ନୂଆ ଷ୍ଟ୍ରେନରେ ବି କାମ କରିବ।

ଅନ୍ୟପଟେ ଅନୁଗୁଳ ଓ ବୌଦ୍ଧରେ କମ୍ ଟୀକାକରଣ ହେଉଛି । ଧୀରେ ଧୀରେ ଠିକ ହୋଇଯିବ । ସରପଞ୍ଚମାନଙ୍କୁ କ୍ଷମତା ଦିଆଯାଇ ନାହିଁ ଟୀକାକରଣ ପାଇଁ ଲୋକ ଚୟନ କରିବାକୁ। ଯେଉଁ ସ୍ଥାନରୁ ଏପରି ଅଭିଯୋଗ ଆସୁଛି, ଆମେ ତଦନ୍ତ କରିବୁ ବୋଲି କହିଛନ୍ତି ଡାକ୍ତର ବିଜୟ ପାଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ ଦାସ ଓ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.