ETV Bharat / city

ଟୀକାକରଣରେ ରେକର୍ଡ କରିବ ରାଜ୍ୟ, ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ସାରିବାକୁ ଲକ୍ଷ୍ୟ

author img

By

Published : Sep 21, 2021, 2:01 PM IST

ଟୀକାକରଣ କ୍ଷେତ୍ରରେ ଓଡିଶାର ରେକର୍ଡ । ଗତକାଲି(ସୋମବାର) ଗୋଟିଏ ଦିନରେ ୪ ଲକ୍ଷ ୧୬ ହଜାର ଲୋକଙ୍କୁ କରାଯାଇଛି ଟୀକାକରଣ । ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ପ୍ରଥମ ଡୋଜ ଟୀକାକରଣ ସାରିବାକୁ ଲକ୍ଷ୍ୟ ରଖିଥିବା ସୂଚନା । ଅଧିକ ପଢନ୍ତୁ...

ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ ଟୀକାକରଣ ସାରିବାକୁ ଲକ୍ଷ୍ୟ

ଭୁବନେଶ୍ବର: ଟୀକାକରଣ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଓଡିଶା । ସୋମବାର ଗୋଟିଏ ଦିନରେ ରାଜ୍ୟରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଟୀକାକରଣ କରାଯାଇଛି । ବିଶେଷଭାବେ ପ୍ରଥମ ଡୋଜ ଟୀକାକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ମୋଟ 2 କୋଟି 80 ଲକ୍ଷ ଟୀକାକରଣ କରାଯାଇ ଥିବାବେଳେ ଡିସେମ୍ବର ଶେଷ ସୁଦ୍ଧା ଓଡିଶାରେ ପ୍ରଥମ ଡୋଜ ଟିକାଦାନ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରହିଛି । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

'ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ଟୀକାକରଣ ସାରିବାକୁ ଲକ୍ଷ୍ୟ'

ରାଜ୍ୟରେ ସୋମବାର ରେକର୍ଡ ସଂଖ୍ୟକ ଟୀକାକରଣ ହୋଇଛି । ଜାନୁୟାରୀ ୧୬ ତାରିଖରୁ ଓଡିଶାରେ ଟୀକାକରଣ ଆରମ୍ଭ ହୋଇଥିବାବେଳେ ସୋମବାର ଗୋଟିଏ ଦିନରେ ୪ ଲକ୍ଷ ୧୬ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ତେବେ ଏହା କେବଳ ସ୍ବାସ୍ଥ୍ୟକର୍ମୀ ଏବଂ ଜିଲ୍ଲା ଅଧିକାରୀଙ୍କ ମିଳିତ ସହଯୋଗରେ ସମ୍ଭବ ହୋଇପାରିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।

ରାଜ୍ୟରେ ଦୈନିକ ୪ ଲକ୍ଷ ଟୀକାକରଣ ନେଇ ଲକ୍ଷ୍ୟ ରହିଛି । ଏଯାବତ୍ 2 କୋଟି 80 ଲକ୍ଷ ଟିକା ଡୋଜ ଦିଆଯାଇଛି । ଏହାମଧ୍ୟରୁ ୬୬ ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ ନେଇଛନ୍ତି । ସେହିପରି ୭୨ ପ୍ରତିଶତ ଲୋକେ ଦ୍ବିତୀୟ ଡୋଜ ନେଇଛନ୍ତି, ଯେଉଁମାନଙ୍କ ପ୍ରଥମ ଡୋଜ ନେବା ପରେ ଦ୍ବିତୀୟ ଡୋଜ ଗ୍ରହଣର ଅବଧି ପୂରଣ ହେଉଛି ।

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଆମ ପାଖରେ ୨ ଲକ୍ଷ ଟିକା ମହଜୁତ ରହିଛି । ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ପ୍ରଥମ ଡୋଜ ଟିକା ଦେବାକୁ ଚେଷ୍ଟା କରାଯାଉଛି । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଆଜି 16 ଶହ କେନ୍ଦ୍ରରେ କରାଯାଉଛି ଟୀକାକରଣ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.