ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକଙ୍କୁ କୋରୋନା । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି(ଭାଲୁ ଭାଇନା) କୋଭିଡ଼ ସଂକ୍ରମିତ ହୋଇଛନ୍ତି । କୋଭିଡ଼ ଲକ୍ଷଣ ଦେଖା ଦେବାରୁ ସେ କୋରୋନା ଟେଷ୍ଟ କରିଥିଲେ । ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।
ଏନେଇ ସେ ଟ୍ୱିଟ କରି ସୂଚନା ଦେବା ସହ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କୋରୋନା ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଛନ୍ତି । ତେବେ ଘରେ ଏକାନ୍ତବାସରେ ଥିବା ସମୟରେ ତାରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଛି । ତେଣୁ ତାଙ୍କୁ ସମ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ