ଖୋର୍ଦ୍ଧା: ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଗାଁକୁ ସଟଡାଉନ ଘୋଷଣା କରିଛନ୍ତି ତାପଙ୍ଗ ପଞ୍ଚାୟତ ସରପଞ୍ଚ । ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନିଜିଗଡ ତାପଙ୍ଗ ପଞ୍ଚାୟତରୁ ଜଣେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ନିଜିଗଡ ଗାଁକୁ ସରପଞ୍ଚ 78 ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି ।
ରବିବାର ଅପରାହ୍ନ 4ଟାରୁ ଅଗଷ୍ଟ 19 ରାତି 10ଟା ପର୍ଯ୍ୟନ୍ତ ଏହି ସଟଡାଉନ ବଳବତ୍ତର ରହିବ । ଗ୍ରାମବାସୀଙ୍କ ସୁରକ୍ଷା ଓ ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସରପଞ୍ଚ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ