ETV Bharat / city

ସର୍ବାଧିକ ପରିବହନରେ ତାଳଚେରର ରେକର୍ଡ, 66ଟି ରେକରେ ପଠାଇଲା କୋଇଲା - ପୂର୍ବତଟ ରେଳପଥ

ପୂର୍ବତଟ ରେଳପଥର ତାଳଚେରରୁ ସର୍ବାଧିକ ପଣ୍ୟ ବୋଝେଇ ରେକର୍ଡ ହୋଇଛି । ଏଠାରୁ ଗୋଟିଏ ଦିନରେ ସର୍ବାଧିକ 66ଟି ରେକରେ କୋଇଲା ପରିବହନ କରାଯାଇ ରେକର୍ଡ ସୃଷ୍ଟି କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ତାଳଚେରରୁ ସର୍ବୋଚ୍ଚ 66ଟି ରେକ କୋଇଲା ପରିବହନ ରେକର୍ଡ

author img

By

Published : Oct 18, 2021, 5:44 PM IST

ଭୁବନେଶ୍ବର: ତାଳଚେର ଅଞ୍ଚଳରୁ ଦେଶର ବିଭିନ୍ନ ରାଜ୍ୟକୁ 66ଟି ଟ୍ରେନ ରେକ ଦ୍ବାରା କୋଇଲା ପରିବହନ କରାଯାଇଛି । ଯାହାକି ଗୋଟିଏ ଦିନରେ ସର୍ବାଧିକ ପଣ୍ୟ ବୋଝେଇ ରେକର୍ଡ । ଦେଶରେ ବିଦ୍ୟୁତ ସଙ୍କଟ ପରିଚାଳନା ଏବଂ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ହୋଇଛି ।

ଏହି ୬୬ଟି ରେକରେ ଦିଲ୍ଲୀ, ପଞ୍ଜାବ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶକୁ କୋଇଲା ପରିବହନ କରାଯାଇଛି । ଦେଶର ବିଭିନ୍ନ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଦ୍ୟୁତ ସଙ୍କଟକୁ ଏଡ଼ାଇବା ପାଇଁ ତଥା ଗ୍ରାହକଙ୍କୁ ନିରନ୍ତର ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି ।

ସର୍ବମୋଟ ପୂର୍ବତଟ ରେଳପଥ ଗତ ରବିବାର 181ଟି ରେକ ଦ୍ବାରା ପଣ୍ୟ ପରିବହନ ବା ବୋଝେଇ କରିଛି । ଯେଉଁଥିରେ 107ଟି ରେକ ଦ୍ବାରା କୋଇଲା, 31ଟି ରେକ ଦ୍ବାରା ଖଣିଜ ପଦାର୍ଥ, 14ଟି ରେକ ଦ୍ବାରା ଆଇରନ୍ ଆଣ୍ଡ ଷ୍ଟିଲ୍ ଏବଂ 21ଟି ରେକ ଦ୍ବାରା ଅନ୍ୟ ପଣ୍ୟ ପରିବହନ ଅନ୍ତର୍ଭୁକ୍ତ ହୋଇଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଗତ ରବିବାର ଉଲ୍ଲେଖନୀୟ ପଣ୍ୟ ବୋଝେଇ ପାଇଁ ଜଡିତ ଥିବା ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର ଉନ୍ନତି ପାଇଁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.