ETV Bharat / city

ପିଲାଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ହେଲେ ପିତାମାତା ସତର୍କ ରୁହନ୍ତୁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Sep 4, 2021, 3:19 PM IST

ମହାମାରୀ ସଂକ୍ରମଣ ହ୍ରାସ ସ୍ଥିତିରେ। ସଂକ୍ରମଣରୁ ନିଜ ଶିଶୁଙ୍କୁ ରୋକିବାକୁ ହେଲେ ପିତାମାତା ସତର୍କ ରହିବା ଆବଶ୍ୟକ । ଅଧିକ ପଢନ୍ତୁ...

ସତର୍କତା ଅବଲମ୍ବନ କରନ୍ତୁ, ନିଜ ପିଲାଙ୍କୁ ନିଜେ ବଞ୍ଚାନ୍ତୁ; ଜନସ୍ୱାର୍ଥ ନିର୍ଦେଶକ

ଭୁବନେଶ୍ବର: ରାଜ୍ୟରେ ମହାମାରୀ ସଂକ୍ରମଣ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା । ଏବେ ମହାମାରୀ ସଂକ୍ରମଣ ହ୍ରାସ ସ୍ଥିତିରେ। ଖୋର୍ଦ୍ଧା କଟକରେ ଲୋକ ଅଧିକ ଅଛନ୍ତି, ସର୍ବେଲାନ୍ସ ଅଧିକ ରହୁଛି, ଯାତାୟାତ ଅଧିକ ହେଉଛି । ସେଥିପାଇଁ ସଂକ୍ରମଣ ବଢୁଛି । ହେଲେ ବ୍ୟସ୍ତ ହେବାର କିଛି ନାହିଁ । କିଛି ନିୟମ ମାନିବାକୁ ପଡିବ ବୋଲି କହିଛନ୍ତି ।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ ଅନୁସାରେ, ଆପଣଙ୍କ ପାଖ ଲୋକ କୋଭିଡ ବାହକ ହୋଇପାରନ୍ତି। ସେମାନଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ। ଟୀକା ନେଇଛନ୍ତି ବୋଲି କୋରୋନା ହେବନି ବୋଲି ଭାବନ୍ତୁ ନାହିଁ । ସତର୍କ ରୁହନ୍ତୁ । ନିଜ ପିଲାଙ୍କୁ ବଞ୍ଚାଇବାକୁ ହେଲେ, ନିଜେ ଅଭିଭାବକ ଆଗ ସତର୍କତା ଅବଲମ୍ବନ କରନ୍ତୁ। କାରଣ ପିତାମାତାଙ୍କ ଠାରୁ ଛୁଆଙ୍କୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ । ସରକାର ଲୋକଙ୍କ ସୁବିଧା ପାଇଁ କଟକଣା କୋହଳ କଲେ। କିନ୍ତୁ ଆମକୁ ନିୟମ ମାନିବାକୁ ପଡିବ। କଟକ ଓ ଭୁବନେଶ୍ବରରେ ଓଭର କ୍ରାଉଡିଂ ଅଧିକ ରହୁଛି । ତେଣୁ ଲୋକଙ୍କ ଗହଳି ଅଧିକ ହେଉଛି ଏବଂ ସାମାଜିକ ଦୂରତା ପାଳନ ହେଉନାହିଁ । ଲୋକଙ୍କୁ ପରାମର୍ଶ ଦେଇ କହିଛନ୍ତି ଆଗକୁ ପାର୍ବଣ ୠତୁ ଆସୁଛି । ଅତି ଦରକାର ନଥିଲେ ପାର୍ବଣକୁ ଯାଆନ୍ତୁ ନାହିଁ । ଲୋକେ ନିୟମ ମାନିଲେ କୋଭିଡ ତୃତୀୟ ଲହରକୁ ରୋକି ହେବ ।

ସେହିପରି ନୂଆ ଭାଇରସ ଜାନୁଆରୀରୁ ଚିହ୍ନଟ ହୋଇଥିଲା । ଯାହାକି ଏବେ କଲମ୍ବିଆରୁ ଅଧିକ ହେଉଥିବା ଜଣାପଡୁଛି । କଲମ୍ବିଆରେ ସମୁଦାୟ ସଂକ୍ରମିତରୁ 39 ପ୍ରତିଶତ ଲୋକ ନୂଆ ଭାଇରସ ଦ୍ବାରା ସଂକ୍ରମିତ ହୋଇଥିବା କହିଛନ୍ତି । ଏହାବାଦ ସମଗ୍ର ବିଶ୍ବରେ ନୂଆ ଭାଇରସର ପ୍ରିଭିଲେନ୍ସ ମାତ୍ର 0.1 ପ୍ରତିଶତ ଥିବାବେଳେ, ଅଗଷ୍ଟ 30 ସୁଦ୍ଧା ‘ହୁ’ ତାକୁ ଭେରିଆଣ୍ଟ ଅଫ ଇଣ୍ଟରେଷ୍ଟ ବୋଲି କହିଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ତେବେ ଭାଇରସକୁ ଭେରିଆଣ୍ଟ ଅଫ କନସର୍ନ ବୋଲି କହିନି ‘ହୁ’ । ତାହାର ଅଳ୍ପ କିଛି ଗୁଣ ଚିହ୍ନଟ ହୋଇଛି । ତାହାର ସଂକ୍ରମଣ କ୍ଷମତା ବଢିପାରେ । ଅଧିକ ଗୁରୁତର କରିପାରେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ପ୍ରମାଣିତ ହୋଇନାହିଁ ।

ଅନ୍ୟପଟେ ବୁଷ୍ଟର ଡୋଜ ପାଇଁ ଗବେଷଣା ଚାଲିଛି। ଟୀକା ନେଇଥିବା ବ୍ୟକ୍ତିଙ୍କର ବର୍ଷରୁ ଦେଢ ବର୍ଷ ଯାଏ ପ୍ରତିଷେଧକ କ୍ଷମତା ଯାଞ୍ଚ କରିବା ପରେ ହି ବୁଷ୍ଟର ଡୋଜର ଆବଶ୍ୟକତା କଥା କହି ହେବ ବୋଲି କହିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.