ETV Bharat / city

ପିଲାଙ୍କ ଉପରେ ଦିଅ ବିଶେଷ ଧ୍ୟାନ: DMET - ଡିଏମଇଟି ସିବିକେ ମହାନ୍ତି

କୋରୋନାର ୩ୟ ଲହରରେ ୧୮ ବର୍ଷରୁ କମ୍ ବୟସ୍କ ଆକ୍ରାନ୍ତ ହେଉଥିବାରୁ ଚିନ୍ତା ପ୍ରକଟ କଲେ ଡିଏମଇଟି । ପିଲାଙ୍କ ଉପରେ ଧ୍ୟାନ ରଖିବାକୁ ଅଭିଭାବକ ଏବଂ ଶିକ୍ଷକଙ୍କୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ...

ପିଲାଙ୍କ ଉପରେ ବିଶେଷ ଧ୍ୟାନ ଦିଅ: ଡିଏମଇଟି
ପିଲାଙ୍କ ଉପରେ ବିଶେଷ ଧ୍ୟାନ ଦିଅ: ଡିଏମଇଟି
author img

By

Published : Sep 8, 2021, 2:50 PM IST

ଭୁବନେଶ୍ବର: ତୃତୀୟ ଲହର ନେଇ ସତର୍କ କରାଇଲେ DMET ଡ. ସିବିକେ ମହାନ୍ତି । କୋରୋନାର ୩ୟ ଲହରରେ ୧୮ ବର୍ଷରୁ କମ୍ ବୟସ୍କ ଆକ୍ରାନ୍ତ ହେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି DMET । ପିଲାମାନଙ୍କ ଉପରେ ନଜର ରଖିବାକୁ ଶିକ୍ଷକ ଓ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ।

ପିଲାଙ୍କ ଉପରେ ବିଶେଷ ଧ୍ୟାନ ଦିଅ: ଡିଏମଇଟି

ସେହିପରି ଡିଏମଇଟି କହିଛନ୍ତି ଯେ, ଆଉ ଅଧିକ କିଛି ସଚେତନ ଦରକାର ନାହିଁ । ସେହି କୋଭିଡ୍ ନିୟମ ସବୁ ପାଳନ କରିବାକୁ ହେବ । ଦ୍ବିତୀୟ ଲହରରେ ତୀବ୍ରତା ଅଧିକ ଥିଲା । ସେ ସମୟରେ ଯାହା ସବୁ ସଚେତନ କରାଯାଉଥିଲା ସେହି ସବୁ ମାନିବାକୁ ପଡ଼ିବ । ଯେଉଁ ଜିଲ୍ଲାରେ ସଂକ୍ରମଣ ବଢିବ ସେହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି । ସଂକ୍ରମଣର ପ୍ରତିଶତ ନୁହେଁ, ସଂଖ୍ୟା କେତେ ଅଛି ଦେଖିବାକୁ ପଡ଼ିବ । ବୟସ୍କ ଲୋକମାନେ ଟିକା ନେଇସାରିଲେଣି । କିନ୍ତୁ ଶିଶୁମାନେ ଏବେ ବି ବିପଦରେ ଅଛନ୍ତି । ବୟସ୍କମାନଙ୍କ ଠାରୁ ହିଁ ପିଲାଙ୍କୁ ସଂକ୍ରମଣ ହେବ । ତେଣୁ ସଂକ୍ରମଣ ସୋର୍ସକୁ ନିୟନ୍ତ୍ରଣ କରିବାକୁ ହେବ । ତେବେ ଯାଇ ପିଲାମାନଙ୍କୁ ସଂକ୍ରମଣରୁ ରୋକାଯାଇ ପାରିବ ।

ପିଲାଙ୍କୁ କେମିତି ସଂକ୍ରମଣ ନହେବ ସେଥିପ୍ରତି ଅଭିଭାବକମାନଙ୍କୁ ଅଧିକ ଦାୟିତ୍ବବାନ ହେବାକୁ ପଡିବ । ପିଲା ସ୍କୁଲରେ କେମିତି ସୁରକ୍ଷିତ ରହିବେ । ତାହା ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କର ଦାୟିତ୍ୱ । ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ କଥା ହୁଅନ୍ତୁ । ଓଡିଶାରେ 8 ହଜାରରୁ ଅଧିକ ସ୍କୁଲ ଅଛି । ଯେଉଁଠି ପଜିଟିଭ୍ ବାହାରୁଛନ୍ତି ସେଠାରେ ପଦକ୍ଷେପ ନିଆଯାଉଛି । ପିଲାମାନଙ୍କ ସଂକ୍ରମଣ ନେଇ ମାନସିକସ୍ତରରେ ବିବ୍ରତ ରହିବେ । କିନ୍ତୁ ସଂକ୍ରମଣ ରୋକିବା ପାଇଁ କେମିତି ପଦକ୍ଷେପ ନିଆଯିବ ତାହା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ।

ପିଲାମାନଙ୍କର ସଂକ୍ରମଣ ହାର କମ । ରୋଗର ତୀବ୍ରତା ମଧ୍ୟ କମ । ଯେହେତୁ ଭ୍ୟାକ୍ସିନ ଆସିନାହିଁ ସେହେତୁ ପିଲାମାନଙ୍କୁ କୋଭିଡ୍ ନିୟମ କେମିତି ପାଳନ କରିବେ ସେଥିପ୍ରତି ଧ୍ୟାନ ଦେବାକୁ ହେବ । ସ୍କୁଲରେ ପିଲାମାନେ 6 ରୁ 8 ଘଣ୍ଟା ରହୁଛନ୍ତି । ତେଣୁ ସ୍କୁଲରେ ଶିକ୍ଷକମାନେ ଓ ଘରେ ବାପାମାଆ ପିଲାମାନଙ୍କ ଉପରେ ନଜର ରଖିବାକୁ ଡିଏମଇଟି ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.