ETV Bharat / city

ସ୍ଵାଧୀନ କୁମାର ନାୟକ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ

author img

By

Published : Mar 25, 2022, 6:30 PM IST

ପୁରୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ସ୍ଵାଧୀନ କୁମାର ନାୟକ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ । ଅଧିକ ପଢନ୍ତୁ

ସ୍ଵାଧୀନ କୁମାର ନାୟକ ପୁରୀ ଭାବେ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ

ପୁରୀ: ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ସ୍ଵାଧୀନ କୁମାର ନାୟକ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ । ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇଥିଲେ । ୩୩ ଆସନ ବିଶିଷ୍ଟ ଜିଲ୍ଲା ପରିଷଦ ମଧ୍ୟରୁ ବିଜେଡି ଏକାକୀ ୩୦ ଓ ବିଜେପି ମାତ୍ର ୩ ଟି ଜିଲ୍ଲା ପରିଷଦ ଜୋନରେ ଜିତିଥିଲା ।

ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ୨୯ ନଂ ଜୋନର ସ୍ବପ୍ନାରାଣୀ ସ୍ବାଇଁ ନିର୍ବାଚିତ ହୋଇଥିଲେ । ସେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କ ସପକ୍ଷରେ ୩୦ ଜଣ ମତଦାନ କରିଥିଲେ । ତାଙ୍କ ବିପକ୍ଷରେ ୩୨ ନଂ ଜୋନର ଭାରତୀୟ ଜନତା ପାର୍ଟିର ପ୍ରାର୍ଥିନୀ ବିଷ୍ଣୁପ୍ରିୟା ବରାଳ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେ ତିନି ଖଣ୍ତ ଭୋଟ ପାଇଥିଲେ ।

ଆଜି କିନ୍ତୁ ଉପାଧ୍ୟକ୍ଷ ଭାବେ ସ୍ଵାଧୀନ କୁମାର ନାୟକ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ତୃଣମୂଳସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.