ଭୁବନେଶ୍ବର: ବଡଗଡ ଥାନା ଅଞ୍ଚଳର କଳ୍ପନା ଛକ ନିକଟରେ ଏକ ଜିମ୍ ଭିତରୁ ସିକ୍ୟୁରିଟି ଗାର୍ଡର ମୃତ୍ୟୁ ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । କ୍ୟାପିଟାଲ ହସ୍ପିଟାଲର ପୋଷ୍ଟମର୍ଟମ ୱାର୍ଡରେ ଭଙ୍ଗାରୁଜା କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।
ସକାଳ ସମୟରୁ ଯୁବକଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଥିବା ବେଳେ ଦୀର୍ଘ ସମୟ ଧରି ପୋଷ୍ଟମର୍ଟମ ୱାର୍ଡରେ ମୃତଦେହ ପଡି ରହିବା ଓ ପିମ୍ପୁଡି କାମୁଡି ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସମ୍ପର୍କୀୟ ।
ଏନେଇ ପୋଷ୍ଟମର୍ଟମ ୱାର୍ଡରେ ମୃତ ଯୁବକଙ୍କ ସମ୍ପର୍କୀୟ ଓ ବସ୍ତି ବାସିନ୍ଦା ମାନେ ଆସି ହସ୍ପିଟାଲର ପୋଷ୍ଟ ମର୍ଟମ ୱାର୍ଡରେ ଭଙ୍ଗାରୁଜା କରିଛନ୍ତି । ଏନେଇ ଘଟଣାସ୍ଥଳରେ ପୋଲିସ ପହଁଛି ସମ୍ପର୍କୀୟଙ୍କ ବୁଝାସୁଝା କରିବା ସହ ପୋଲିସ ଛାଉଣୀ ହୋଇଛନ୍ତି । ଏପରିକି ମୃତଦେହ ଵ୍ୟଵଚ୍ଛେଦ ନକରିବାକୁ ଜିଦରେ ଅଟଳ ରହିଛନ୍ତି ମୃତକଙ୍କ ପରିବାର ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ