ETV Bharat / city

ସୁଶାନ୍ତ ପାଢୀଙ୍କ ଘରକୁ ଅଣ୍ଡାମାଡ ଓ ଗାଡ଼ି ଭଙ୍ଗାରୁଜା, ପୋଲିସ ମୁତୟନ - egg hurl at sushant padhi house

ଓଡିଶା ବିକାଶ ପରିଷଦ ମୁଖ୍ୟ ସୁଶାନ୍ତ ପାଢୀଙ୍କ ଘରେ ଭଙ୍ଗାରୁଜା । ଅଣ୍ଡା ମାଡ କରାଯାଇଥିବା ସୂଚନା ରହିଛି । ଆକ୍ରମଣ ପରେ ସ୍ଥାନୀୟ ଥାନାଧିକାରୀ ଓ ଏସିପି ପୋଲିସ ମୁତୟନ କରିବା ସହ ସୁରକ୍ଷା ବ୍ଯବସ୍ଥାକୁ କଡାକଡି ବଢାଇ ଦେଇଛନ୍ତି । ଅଧିକ ପଢନ୍ତୁ...

ରଥଯାତ୍ରା ବନ୍ଦ ପାଇଁ ପିଟିସନ ଦାୟର କରିଥିବା ସୁଶାନ୍ତଙ୍କ ଘରେ ଅଣ୍ଡାମାଡ

author img

By

Published : Jun 22, 2020, 2:38 PM IST

Updated : Jun 22, 2020, 4:51 PM IST

ଭୁବନେଶ୍ବର: ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିବା ଓଡିଶା ବିକାଶ ପରିଷଦର ମୁଖ୍ୟ ସୁଶାନ୍ତ ପାଢୀଙ୍କୁ ଘରକୁ ଅଣ୍ଡାମାଡ । ଭୁବନେଶ୍ବର ସ୍ଥିତ ସାଇ ବିହାର ଘରକୁ ଦୁର୍ବୃତ୍ତ ଅଣ୍ଡା, ଟେକା ମାଡ କରିବା ସହ ଗାଡି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।

ସୁଶାନ୍ତ ପାଢୀଙ୍କ ଘରକୁ ଅଣ୍ଡାମାଡ ଓ ଗାଡ଼ି ଭଙ୍ଗାରୁଜା, ପୋଲିସ ମୁତୟନ

ଆଜି(ସୋମବାର)25ରୁ 30 ଯୁବକ ବାଇକରେ ଆସି ଘର ସମ୍ମୁଖରେ ହୋହଲ୍ଲା କରିଥିଲେ । ଫଳରେ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି ।

ଯେହେତୁ ଆଜି ଦ୍ବିତୀୟ ରିପିଟିସନ ଉପରେ ପୁଣି ସୁପ୍ରିମକୋର୍ଚରେ ଶୁଣାଣି ଚାଲିଛି ସେନେଇ ଆକ୍ରୋଶମୂଳକ ଭାବେ କିଛି ଯୁବକ ତାଙ୍କ ବାସ ଭବନକୁ ଆକ୍ରମଣ କରିଛନ୍ତି। ଆକ୍ରମଣ ପରେ ସ୍ଥାନୀୟ ଥାନାଧିକାରୀ ଓ ଏସିପି ସହ ପୋଲିସ ମୁତୟନ କଡାକଡି ସହ ସୁରକ୍ଷା ବ୍ଯବସ୍ଥା ବଢାଇଦିଆଯାଇଛି

ଭୁବନେଶ୍ବରରୁ ତପନ ଦାସ ଏବଂ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jun 22, 2020, 4:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.