ETV Bharat / city

ରାଜ୍ୟରେ ଖେଳାଳି ସୃଷ୍ଟି କରିବା ଗୋଟିଏ ପ୍ରହସନ: ସୁର

author img

By

Published : Aug 30, 2021, 9:27 PM IST

ନବୀନ ବାବୁ ଓଡିଶାରୁ ବିଶ୍ୱସ୍ତରୀୟ ଖେଳାଳି ବାହାର କରିବେ । ଖେଳର ବିକାଶ ଦିଗରେ ଖସଡା ପ୍ରସ୍ତୁତ କରିବାରେ ଲାଗିଛନ୍ତି । ହେଲେ ଏହାର ବାସ୍ତବ ପ୍ରତିଫଳନ ଶୂନ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ...

ରାଜ୍ୟରେ ଖେଳାଳି ସୃଷ୍ଟି କରିବା ଗୋଟିଏ ପ୍ରହସନ: ସୁର
ରାଜ୍ୟରେ ଖେଳାଳି ସୃଷ୍ଟି କରିବା ଗୋଟିଏ ପ୍ରହସନ: ସୁର

ଭୁବନେଶ୍ବର: ନବୀନ ବାବୁ ଓଡିଶାରୁ ବିଶ୍ୱସ୍ତରୀୟ ଖେଳାଳି ବାହାର କରିବେ । ଖେଳର ବିକାଶ ଦିଗରେ ଖସଡା ପ୍ରସ୍ତୁତ କରିବାରେ ଲାଗିଛନ୍ତି । ହେଲେ ଏହାର ବାସ୍ତବ ପ୍ରତିଫଳନ ଶୂନ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ରାଜ୍ୟରେ ଖେଳାଳି ସୃଷ୍ଟି କରିବା ଦିଗରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଉଛି ହେଲେ ଓଡ଼ିଶାରେ ବହୁ ସ୍କୁଲରେ ଖେଳ ପଡିଆ ନାହିଁ, ପିଇଟି ଶିକ୍ଷକ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ସୁର ।

୨୦୧୯ ରେ କେନ୍ଦ୍ର ମାନବ ସମ୍ବଳ ବିଭାଗ ସ୍ପଷ୍ଟ କରିଛି ଯେ, ଓଡ଼ିଶାରେ ୭୮ ପ୍ରତିଶତ ସ୍କୁଲରେ ଖେଳପଡିଆ ନାହିଁ । କେମିତି ନବୀନ ବାବୁ ଖେଳାଳି ବାହାର କରିବେ, ବୁଝା ପଡୁନି ବୋଲି ସୁର କହିଛନ୍ତି । ରାଜ୍ୟରେ ୪୧ ହଜାର ସ୍କୁଲ ମଧ୍ୟରୁ ୩୨ ହଜାର ସ୍କୁଲରେ ଖେଳ ପଡିଆ ନାହିଁ ତେଣୁ, କେମିତି ଖେଳାଳି ସୃଷ୍ଟି କରିବେ ତାହା ବଡ ପ୍ରଶ୍ନବାଚୀ । ନବୀନଙ୍କ ସବୁ ପ୍ରହସନ କରୁଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.