ETV Bharat / city

କୋଟିଆ ପ୍ରସଙ୍ଗ: ଆନ୍ଧ୍ରକୁ ସ୍ପଷ୍ଟୀକରଣ ମାଗିଲେ ସୁପ୍ରିମକୋର୍ଟ - Kotia dispute matter

କୋଟିଆ ପ୍ରସଙ୍ଗ
କୋଟିଆ ପ୍ରସଙ୍ଗ
author img

By

Published : Feb 12, 2021, 12:47 PM IST

Updated : Feb 12, 2021, 1:14 PM IST

12:42 February 12

କୋଟିଆ ପ୍ରସଙ୍ଗ: ଆନ୍ଧ୍ରକୁ ସ୍ପଷ୍ଟୀକରଣ ମାଗିଲେ ସୁପ୍ରିମକୋର୍ଟ

ଭୁବନେଶ୍ବର: କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶକୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ଆନ୍ଧ୍ରର ନିର୍ବାଚନକୁ ନେଇ ମାଗିଲେ ସ୍ପଷ୍ଟୀକରଣ । ଆସନ୍ତା ଶୁକ୍ରବାର ହେବ ମାମଲାର ପରବର୍ତ୍ତୀ ଶୁଣାଣି । କୋଟିଆରେ ଆନ୍ଧ୍ରର ନିର୍ବାଚନ ନେଇ ସୁପ୍ରିମକୋର୍ଟ ଯାଇଥିଲା ଓଡିଶା ।  

ରାଜ୍ୟର କୋରାପୁଟ ଜିଲ୍ଲା କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି । ଏହାକୁ ରାଜ୍ୟରେ ବିରୋଧ କରାଯାଉଥିବାବେଳେ ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ରାଜ୍ୟସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆନ୍ଧ୍ର ମାନିନଥିବା ଦର୍ଶାଇ ଅଦାଲତ ଅବମାନନା ମାମଲା ରୁଜୁ କରିଥିବା ଓଡିଶା । ଯାହାରୁ ଆଜି ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ ।  

ସୂଚନାଥାଉକି, 2006 ମସିହାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଦୁଇ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ଏହାକୁ ଉଲଂଘନ କରି ଆନ୍ଧ୍ର ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି । 

Last Updated : Feb 12, 2021, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.