ETV Bharat / city

ମାନବିକତା ଭୁଲିଗଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ !

ଜଣେ କ୍ୟାବିନେଟ ମନ୍ତ୍ରୀ । ସେ ପୁଣି ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀ । ହେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମନ୍ତ୍ରୀ ହେବା ପରେ ଯେମିତି ଭୁଲିଗଲେ ଇନ୍ଦ୍ର ଚନ୍ଦ୍ର । ଯେଉଁ ଜନତାଙ୍କ ଆଶୀର୍ବାଦରେ ବିଧାୟକ ହେଲେ, ବିଧାୟକରୁ ପୁଣି ମନ୍ତ୍ରୀ ହୋଇଛନ୍ତି । ଏବେ ସେହି ଜନତାଙ୍କୁ ଯେମିତି ଚିହ୍ନିବାକୁ ପ୍ରସ୍ତୁତ ନୁହଁନ୍ତି ।

author img

By

Published : Aug 11, 2019, 6:03 AM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଭୁବନେଶ୍ବର: କିଛି ମାସ ତଳେ ରାଜ୍ୟରେ ହୋଇଥିଲା ନିର୍ବାଚନ । ଆଉ କ୍ଷମତା ପାଇଁ ଜନତାଙ୍କୁ ଆକାଶରୁ ପ୍ରତିଶୃତିର ବର୍ଷା କରିଥିଲେ ନେତାଏ । ଆମକୁ ଭୋଟ ଦିଅ, ଆମେ ରାଇଜକୁ ସରଗ କରିଦେବୁ । ଦେଖାଇଥିଲେ ପୁଳାଏ ପୁଳାଏ ସ୍ବପ୍ନ ଓ ଆଶା ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହେଲେ ଏବେ ଭୋଟ ପାଇଲା ପରେ ଯଥା ପରଂ ତଥା ପୂର୍ବଂ । ସର୍ବନିମ୍ନ ସୌଜନ୍ୟତା ଭୁଲି ଯାଉଛନ୍ତି ନେତାଏ । ମୁଖିଆ ଶିଖାଇଥିଲେ ‘5ଟି’ ମନ୍ତ୍ର । ହେଲେ ମୁଖିଆଙ୍କ ମନ୍ତ୍ରଙ୍କୁ ନେତାଙ୍କ ଫୁ । ଜନତାଙ୍କ ସେବା ପାଇଁ ଆମ ଜୀବନ ଉତ୍ସର୍ଗୀକୃତ । ଜନତାଙ୍କ ପାଇଁ ସବୁ କିଛି କରିବୁ ଏମିତି କହୁଥିଲେ ବି ନେତାଏ କରୁଛନ୍ତି ଓଲଟା । ଜନସେବାର ଦ୍ବାହି ଦେଇ ବାସ ପାଓ୍ବାର, ପୋଜିସନକୁ କରୁଛନ୍ତି ଏନଜଏ । ଏହା ଆମେ କହୁନାହିଁ, ରାଜ୍ୟର ଜଣେ ଟାଣୁଆ ନେତା ତଥା ମନ୍ତ୍ରୀଙ୍କ କିଛି ଏପରି କାରମନା ସ୍ପଷ୍ଟ ବୟାନ କରୁଛି ।

ଜଣେ କ୍ୟାବିନେଟ ମନ୍ତ୍ରୀ । ସେ ପୁଣି ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀ । ଯାହାଙ୍କର ଜନତାଙ୍କ ପାଇଁ ରହିଛି ଗୁରୁ ଦାୟିତ୍ବ । ହେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମନ୍ତ୍ରୀ ହେବା ପରେ ଯେମିତି ଭୁଲିଗଲେ ଇନ୍ଦ୍ର ଚନ୍ଦ୍ର । ଯେଉଁ ଜନତାଙ୍କ ଆଶୀର୍ବାଦରେ ବିଧାୟକ ହେଲେ, ବିଧାୟକରୁ ପୁଣି ମନ୍ତ୍ରୀ ହୋଇଛନ୍ତି । ଏବେ ସେହି ଜନତାଙ୍କୁ ଯେମିତି ଚିହ୍ନି ପାରୁ ନାହାଁନ୍ତି ସେ ।

ଏମିତି ଏକ ଘଟଣା ଆଜି ରାଜ୍ୟବାସୀଙ୍କୁ ବିଚଳିତ କରୁଛି । ଘଟଣା ଘଟିଛି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁଙ୍କ ସରକାରୀ ବାସଭବନରେ । ମନ୍ତ୍ରୀ ଘରୁ ବାହାରୁଥିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ରାସନ କାର୍ଡ ବିଷୟରେ ଏକ ପ୍ରତିକ୍ରିୟା ଦେଉଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରୁ କିଛି ସାଧାରଣ ଲୋକ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବୃଦ୍ଧା ମନ୍ତ୍ରୀଙ୍କୁ କିଛି କହିବାକୁ ଚାହୁଁଥିଲେ । ମନ୍ତ୍ରୀଙ୍କୁ ନିଜ ସମସ୍ୟା କହିବାକୁ ଯାଇ ମନ୍ତ୍ରୀଙ୍କ ପାଦ ଧରିବାକୁ ଚେଷ୍ଟା ମଧ୍ୟ କରିଥିଲେ । ତେବେ ଜଣେ ଯୁବକ ବୃଦ୍ଧାଙ୍କୁ ଏପରି କରିବାରୁ ବାରଣ କରିବା ସହ ସେଠାରୁ ବୃଦ୍ଧାଙ୍କୁ ଉଠାଇ ନେଇଯିବା ପାଇଁ ଉଦ୍ୟମ କରିଥିଲେ । ଯାହା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ସ୍ପଷ୍ଟ ଦେଖିଥିଲେ ।

ତେବେ ପ୍ରଶ୍ନ ଉଠୁଛି କାହିଁକି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କର ଏପରି ବ୍ୟବହାର ? କାମ ଯାହାବି ଥାଉ, ମନ୍ତ୍ରୀ ଯେତେ ବ୍ୟସ୍ତ ଥାଆନ୍ତୁ, ହେଲେ ବୟସର ଅପରାହ୍ନରେ ଥିବା ଜଣେ ବୃଦ୍ଧାଙ୍କ ପ୍ରତି ମନ୍ତ୍ରୀଙ୍କ ଏମିତି ଆଚରଣ କେତେ ଦୂର ଠିକ ? ଏପରିକି ବୃଦ୍ଧାଙ୍କୁ ମଧ୍ୟ ନଭେଟି ମନ୍ତ୍ରୀ ସେଠାରୁ ପଳାଇଥିଲେ । ତେବେ ଏହି ଘଟଣା ଦେଖିବା ପରେ ମନ୍ତ୍ରୀଙ୍କ ଜନସେନା ଜଳଜଳ ହୋଇ ଦୃଶ୍ୟମାନ ହେଉଛି ।

ଦଳର ମୁଖିଆ ନେତାଙ୍କୁ ଲୋକଙ୍କ ପାଇଁ ସମ୍ବେଦନଶୀଳ ହେବା ପାଇଁ ପରାର୍ମଶ ଦେଇଛନ୍ତି । ମାତ୍ର ଏହା କ’ଣ ସେହି ସମ୍ବେଦନଶୀଳତା ? ଏହା କ’ଣ ମନ୍ତ୍ରୀଙ୍କ ଆଦର୍ଶ ଆଚରଣ ? ଏହା ତାଙ୍କର ସମ୍ବେଦନଶୀଳତା କି ? ଏହା ଦଳର ମୁଖିଆ କହୁଥିବା ଲୋକଙ୍କର ସରକାର କି ? ଆପଣଙ୍କ ସାମନାରେ ଦୃଶ୍ୟ । ଆପଣ ସ୍ଥିର କରନ୍ତୁ କ’ଣ ହେବ ଏହାର ଉତ୍ତର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

asdfasdfasdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.