ETV Bharat / city

Ujala Yojana ଏକ ଜୁମଲା, ଆଉ ଆସୁନି ରିହାତି: ଯୋଗାଣ ମନ୍ତ୍ରୀ

author img

By

Published : Nov 20, 2021, 10:48 PM IST

ଗ୍ୟାସ ଦର ବୃଦ୍ଧି ନେଇ ଦେଶରେ ଅସନ୍ତୋଷ ଲାଗି ରହିଛି । ଗ୍ୟାସ ଦର ବୃଦ୍ଧି ଗୃହଣୀଙ୍କୁ ହନ୍ତସନ୍ତ କରୁଛି । ଦର ଉପରେ 4 ଶହ ଟଙ୍କା ରିହାତି ପ୍ରଦାନ କରିବାକୁ ଦାବି କରିଛି ଓଡିଶା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ

ଯୋଗାଣ ମନ୍ତ୍ରୀ
ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ନେଇ ଦେଶରେ ଅସନ୍ତୋଷ ଲାଗି ରହିଛି । ଗ୍ୟାସ ଦର ବୃଦ୍ଧି ଗୃହଣୀଙ୍କୁ ହନ୍ତସନ୍ତ କରୁଛି । ଦର ଉପରେ 4 ଶହ ଟଙ୍କା ରିହାତି ପ୍ରଦାନ କରିବାକୁ ଦାବି କରିଛି ଓଡିଶା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଉଜ୍ଜଳା ଯୋଜନା ଏକ ଜୁମଲା; ଆଉ ଆସୁନାହିଁ ରିହାତି: ଯୋଗାଣ ମନ୍ତ୍ରୀ

ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ, ଯେଉଁମାନେ ମା'ମାନଙ୍କୁ ଉଜ୍ଜ୍ବଳା ଯୋଜନାରେ ପ୍ରତିଶ୍ରୁତି ଦେଇଥିଲେ ତାହା ଏବେ ପ୍ରତିଫଳିତ ହୋଇଛି । ଏହା ଭେଳିକି ବା ଜୁମଲା ଥିଲା । ମାଆ ମାନେ ଏବେ ଗ୍ୟାସ ଛାଡି ଚୁଲି ମୁଣ୍ଡକୁ ଫେରିଗଲେଣି । ତେଲ ଲୁଣ ସଂସାର ଆଉ ଚଳି ପାରୁନି । ଯେଉଁମାନେ କହିଥିଲେ ଧୁଆଁ ଧୁଆଁ ଲାଗିବ, ମାଗଣା ଗ୍ୟାସ ନିଅ ।

ତାଙ୍କ ଆକାଉଣ୍ଟକୁ ଏବେ ରିହାତି ଆସୁନି କି ମାଗଣା ଗ୍ୟାସ ନାହିଁ । ରନ୍ଧନ ଗ୍ୟାସ ସିଲିଣ୍ଡର ଦର 450 ଟଙ୍କାରୁ ବୃଦ୍ଧି ପାଇ 1000ଟଙ୍କାରେ ପହଞ୍ଚିଛି । କିନ୍ତୁ ସବ ରିହାତି କମି କମି 250 ଟଙ୍କାରୁ 13 ଟଙ୍କା ରେ ପହଞ୍ଚିଥିଲା । ଏବେ ପୁରା ବନ୍ଦ ହୋଇଗଲାଣି । ପ୍ରତି ଗ୍ୟାସ ସିଲିଣ୍ଡର ପିଛା 400 ଟଙ୍କା ସବ ସିଡି ଦେବାକୁ ଦାବି କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.