ETV Bharat / city

ସମ୍ଭାବ୍ୟ ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ଚିନ୍ତା, କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

author img

By

Published : May 4, 2022, 10:51 AM IST

Updated : May 4, 2022, 10:58 AM IST

ସାମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ଘନୀଭୂତ ହେବାର ଲାଗିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେଠାରୁ ଲୋକଙ୍କୁ ସଚେତନ କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢ଼ନ୍ତୁ

ସମ୍ଭାବ୍ୟ ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ଚିନ୍ତା, କଳାବଜାରୀ କଲେ ହେବ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ବର: ବଙ୍ଗୋପସାଗରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ଘନୀଭୂତ ହେବାର ଲାଗିଛି । ଦକ୍ଷିଣ ଆଣ୍ଡାମାନ ସାଗରୀୟ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର (cyclonic circulation) ସୃଷ୍ଟି ହୋଇ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେଠାରୁ ଲୋକଙ୍କୁ ସଚେତନ କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହାକୁ ନେଇ ସେ ଟ୍ବିଟ୍‌ କରି ଲୋକଙ୍କୁ ଅଯଥାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ମନା କରିଛନ୍ତି ମନ୍ତ୍ରୀ ।

  • ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଯଥା ଅତ୍ୟାବଶ୍ୟକ ଜିନିଷ ବହୁ ମାତ୍ରାରେ କ୍ରୟ କରି ମହଜୁଦ ରଖନ୍ତୁ ନାହିଁ।

    ଏହା ଦ୍ଵାରା ବଜାରରେ କୃତିମ ଅଭାବ ଦେଖାଦେଇପାରେ ଏବଂ ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦରବୃଦ୍ଧି କରିପାରନ୍ତି। ( ୧/୪)@CMO_Odisha @Food_Odisha @sicaodisha @rdmodisha

    — Ranendra Pratap Swain (@rajaaswain) May 3, 2022 " class="align-text-top noRightClick twitterSection" data=" ">

ଯୋଗାଣ ମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ,"ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଯଥା ଅତ୍ୟାବଶ୍ୟକ ଜିନିଷ ବହୁ ମାତ୍ରାରେ କ୍ରୟ କରି ମହଜୁଦ ରଖନ୍ତୁ ନାହିଁ । ଏହାଦ୍ଵାରା ବଜାରରେ କୃତିମ ଅଭାବ ଦେଖାଦେଇପାରେ ଏବଂ ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦରବୃଦ୍ଧି କରିପାରନ୍ତି । ସରକାର ବାତ୍ୟା ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି କରୁଛନ୍ତି । ଖାଦ୍ୟ ଯୋଗାଣ ବିଭାଗ ମଧ୍ୟ ବଜାର ଉପରେ କଡ଼ା ନଜର ରଖିଛି । ବଜାରରେ ସବୁ ପ୍ରକାର ଖାଦ୍ୟ ପଦାର୍ଥ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ଅଛି ।"

ସମ୍ଭାବ୍ୟ ବାତ୍ୟା ନେଇ କଳାବଜାରୀ ଏବଂ ଅସାଧୁ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ଆବଶ୍ୟକସ୍ଥଳେ କଳାବଜାରୀ ଏବଂ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ବିଟ୍‌ କରି କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ପାଣିପାଗ ତଥ୍ୟ ବିଶ୍ଳେଷଣ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି । ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ବାତ୍ୟା ପାଇଁ ଲୋକଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 4, 2022, 10:58 AM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.