ETV Bharat / city

Odisha Assembly: ଗୃହୀତ ହେଲା ଯୋଗାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବୀ - ଓଡିଶା ବିଧାନସଭା ମୌସୁମୀ ଅଧିବେଶନ

ବିଧାନସଭାରେ ଆଜି ଗୃହୀତ ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବୀ । ଖାଦ୍ୟ ଯୋଗାଣ ବିଭାଗର 1205 କୋଟି 29 ଲକ୍ଷ 49 ହଜାର ଟଙ୍କା ହୋଇଥିବା ବେଳେ ସମବାୟ ବିଭାଗର 1941 କୋଟି 14 ଲକ୍ଷ 15 ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଅଧିକ ପଢନ୍ତୁ

OdishaAssembly: ଗୃହୀତ ହେଲା ଯୋଗାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବୀ

author img

By

Published : Jul 19, 2022, 9:09 PM IST

ଭୁବନେଶ୍ବର: ବିଧାନସଭାରେ ଆଜି ଗୃହୀତ ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବୀ । ଖାଦ୍ୟ ଯୋଗାଣ ବିଭାଗର 1205 କୋଟି 29 ଲକ୍ଷ 49 ହଜାର ଟଙ୍କା ହୋଇଥିବା ବେଳେ ସମବାୟ ବିଭାଗର 1941 କୋଟି 14 ଲକ୍ଷ 15 ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଖର୍ଚ୍ଚ ଦାବୀ ଆଲୋଚନା ବେଳେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ଏକ ମଡେଲ ରାଜ୍ୟ ହୋଇଛି । ଦିନକୁ ଦିନ ଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯାଉଛି । ଖାଦ୍ୟ ଶସ୍ୟ ରହୁଥିବା ଗୋଦାମ ଗୃହକୁ ଅଟୋ ମେସନ କରିବା ସହିତ ଗୁଣାତ୍ମକ ଯୁକ୍ତ ଶସ୍ୟ କିପରି ପହଞ୍ଚିବ ସେନେଇ ସରକାର ବ୍ୟବସ୍ଥା କରୁଛନ୍ତି । ଏଣିକି ଏଟିଜି ବ୍ୟବସ୍ଥା ହାତକୁ ନେବାକୁ ଯାଉଛନ୍ତି । ଏହି ବ୍ୟବସ୍ଥାରେ 24 ଘଣ୍ଟା ମିଳିବ ରାସନ । ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ୱରରେ ଏହା ଆରମ୍ଭ ହେବ ।

ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁପରିଚାଳନାରେ ଓଡିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଗଣିତ ହୋଇଆସୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ( NFSA) ରାଜ୍ୟ ମାନ୍ୟତା ସୂଚକାଙ୍କ ( State Ranking Index )ରେ ଦେଶର ୧ ନମ୍ବର ରାଜ୍ୟ ହୋଇଛି ଓଡିଶା । ରାଜ୍ୟର ପ୍ରାୟ 80 % ଜନସଂଖ୍ୟା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ସେମାନଙ୍କ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରାଯାଇଛି । ଓଡିଶାରେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ (One Nation One Ration Card ) ଯୋଜନା 2021 ମସିହା ଜୁଲାଇ ମାସରୁ ଲାଗୁ କରାଯାଇଛି । କରୋନା ମହାମାରୀ ସମୟରେ ରାଜ୍ୟର ସମସ୍ତ ରାସନ କାର୍ଡଧାରୀଙ୍କ ପରିବାର ପିଛା ଏକ ହଜାର ଟଙ୍କା ଲେଖାଏଁ ଜୀବିକା ସହାୟତା ରାଶି ୨ ଥର ବଣ୍ଟନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.