ଭୁବନେଶ୍ବର: ଓଡ଼ିଶା ପୋଲିସ ଡିଜି ଦାୟିତ୍ବ ନେବେ IPS ସୁନୀଲ ବଂଶଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନୀଲ ବଂଶଲଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ । ବର୍ତ୍ତମାନ ପୋଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ ସରିବା ପରେ ସେ ଏହି ଦାୟିତ୍ବ ନେବେ । ଚଳିତ ମାସ 31 ତାରିଖରେ ଅବସର ନେବେ ପୋଲିସ ଡିଜି ଅଭୟ । ଏହାପରେ ତାଙ୍କ ସ୍ଥାନରେ ୧୯୮୭ ବ୍ୟାଚ୍ର IPS ସୁନୀଲ ବଂଶଲ ହେବେ ଓଡ଼ିଶାର ନୂଆ ପୋଲିସ ଡିଜି ।
-
We welcome appointment of Shri Sunil Kumar Bansal as DGP of Odisha and look forward to his leadership.
— DGP, Odisha (@DGPOdisha) December 15, 2021 " class="align-text-top noRightClick twitterSection" data="
Wishing him a memorable tenure . pic.twitter.com/0uORnXjanO
">We welcome appointment of Shri Sunil Kumar Bansal as DGP of Odisha and look forward to his leadership.
— DGP, Odisha (@DGPOdisha) December 15, 2021
Wishing him a memorable tenure . pic.twitter.com/0uORnXjanOWe welcome appointment of Shri Sunil Kumar Bansal as DGP of Odisha and look forward to his leadership.
— DGP, Odisha (@DGPOdisha) December 15, 2021
Wishing him a memorable tenure . pic.twitter.com/0uORnXjanO
ନୂଆବର୍ଷରେ ଦାୟିତ୍ୱ ନେବେ ନୂଆ ପୋଲିସ ଡିଜି । ୧୯୮୭ ବ୍ୟାଚର IPS ସୁନୀଲଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜର ଏସପି ଭାବରେ କାର୍ଯ୍ୟ କରିଥିବା ସୁନୀଲ କୁମାର ଭିବଂଶଲ କେନ୍ଦ୍ରରେ IB (Intelligence Bureau)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । 27 ବର୍ଷ କେନ୍ଦ୍ରରେ କାର୍ଯ୍ୟ କରିବା ପରେ ଡିଜି ହୋଇ ସୁନୀଲ ଓଡ଼ିଶା ଫେରିବେ । ଏହାସହିତ ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି କିଏ ହେବେ ସେ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ହୋଇଛି ।
ଚଳିତମାସ ୩୧ ତାରିଖରେ ରାଜ୍ୟ ପୋଲିସ ଡିଜି ଅଭୟ ଅବସର ନେବା ପରେ ସୁନୀଲ ଦାୟୀତ୍ୱ ଗ୍ରହଣ କରିବେ । ଗତ ଡିସେମ୍ବର 8 ତାରିଖରେ ନୂଆଦିଲ୍ଲୀରେ ୟୁପିଏସସି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଡିିଜିପି ମନୋୟନ କମିଟି ବୈଠକ । ବୈଠକରେ ରାଜ୍ୟର ପୋଲିସ ଡିଜି ପଦବୀ ପାଇଁ ମୋଟ 12 ଜଣ ଯୋଗ୍ୟ IPSଙ୍କ ନାମ ମଧ୍ୟରୁ ବରିଷ୍ଠତା ଓ ମେରିଟ୍ ଆଧାରରେ ୩ ଜଣ IPSଙ୍କ ନାମ ସର୍ଟଲିଷ୍ଟ୍ ହୋଇଥିଲା ।
ଗତ ଶୁକ୍ରବାର ଏହି ସର୍ଟଲିଷ୍ଟ ତାଲିକା ରାଜ୍ୟ ସରକାରଙ୍କୁ ମିଳିଥିଲା । ତାଲିକାରେ ୧୯୮୬ ବ୍ୟାଚ୍ର ପ୍ରଦୀପ କପୁର, ୧୯୮୭ ବ୍ୟାଚ୍ର ସୁନୀଲ କୁମାର ବଂଶଲ ଓ ୧୯୮୮ ବ୍ୟାଚ୍ର ମନୋଜ କୁମାର ଛାବ୍ରାଙ୍କ ନାମ ରହିଥିଲା । ଏହା ଉପରେ ଆଜି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।
IPS ସୁନୀଲ କୁମାର ବଂଶଲ ମୟୂରଭଞ୍ଜରେ ଏସପି ଭାବେ କାର୍ଯ୍ୟ କରି ସାରିଛନ୍ତି । ଏହାପରେ ସୁନୀଲ କେନ୍ଦ୍ରୀୟ ଡେପୁଟେସନରେ ଚାଲିଯାଇଥିଲେ । ସୁନୀଲ ୨୭ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ରହିଥିଲେ । ୧୯୯୪ ସେପ୍ଟେମ୍ବର ମାସରୁ କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି ସୁନୀଲ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ