ଭୁବନେଶ୍ବର: କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ତେବେ କୋଭିଡର ଦ୍ଵିତୀୟ ଲହରରେ ପଶ୍ଚମ ଓଡ଼ିଶାର ବିଭିନ୍ନ ଜିଲ୍ଲା ପ୍ରଭାବିତ ହୋଇଛି । ବିଶେଷ କରି ସୁନ୍ଦରଗଡ ଜିଲ୍ଲା କୋରୋନା ଯୋଗୁଁ ଅଧିକ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଜିଲ୍ଲାରେ କୋଭିଡ ହସ୍ପିଟାଲ ଓ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରିବା ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଜୁଏଲ ।
DRDO ସହଯୋଗରେ ସୁନ୍ଦରଗଡ଼ ଜିଲ୍ଲାର NTPC ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ 100 ଟି ବେଡ୍ ଏବଂ ଏକ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରିବାକୁ ଜୁଏଲ ଦାବି କରିଛନ୍ତି । ସେହିପରି ରାଉରକେଲା ଆଇଜିଏଚ ସୁପର ସ୍ପେଶିଆଲିଟି ହସ୍ପିଟାଲରେ 200 ଶଯ୍ୟା ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ଜୁଏଲ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ