ETV Bharat / city

ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ ଡିସିପି - ଭୁବନେଶ୍ବର ଡିସିପି

ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିବାକୁ ଯାଇଥିବା ଜଗତସିଂହପୁର ଅଞ୍ଚଳର ସୁଲୋଚନା ଦାସ ଓ ତାଙ୍କ ପୁଅ ସୁବ୍ରତ ଦାସଙ୍କୁ ପୋଲିସ କାବୁ କରିଛି । ଘଟଣାକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ଅଧିକ ପଢନ୍ତୁ...

ସୁଲୋଚନା ଦାସ
ସୁଲୋଚନା ଦାସ
author img

By

Published : Nov 28, 2020, 3:49 PM IST

ଭୁବନେଶ୍ବର: ବିଧାନସଭା ଆଡକୁ ପୁଣି ଧସେଇ ପସିବାକୁ ଉଦ୍ୟମ । ଜଗତସିଂହପୁରର ଜଣେ ମା ଓ ତାଙ୍କ ପୁଅଙ୍କ ଆତ୍ମାହୁତି ଉଦ୍ୟମ ବେଳେ କାବୁ କଲା ପୋଲିସ ।

ସୁଲୋଚନା ଦାସ

ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ସୁଲୋଚନା ଦାସ ଓ ତାଙ୍କ ପୁଅ ସୁବ୍ରତ ଦାସ ହାତରେ କିରୋସିନ ବଟଲ ଧରି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କୁ କାବୁ କରିଛି । ଏହାପରେ ଦୁହିଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଜ ପୁଅ ମୃତ୍ୟୁର ତଦନ୍ତ ଦାବିରେ ସୁଲୋଚନା ଏଭଳି ଉଦ୍ୟମ କରିଥିବା କୁହାଯାଉଛି ।

ତେବେ ଏହି ଘଟଣା ପରେ ପୋଲିସ କଠୋର ହୋଇଛି । ବିଧାନସଭା ଚାଲୁ ଥିବାରୁ ଏଭଳି ଉଦ୍ୟମ ଆଇନକୁ ହାତକୁ ନେବା ସଦୃଶ। ଏପରି କରୁଥିବା ଲୋକଙ୍କ ଉପରେ ନଜର ରଖାଯାଇଥିବାବେଳେ ଆବଶ୍ୟକ ପଡିଲେ ବିଧାନସଭା ସମ୍ମୁଖରେ ଗାଡିମୋଟର ଯିବାଆସିବାରେ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.