ETV Bharat / city

ବାଲୁକା କଳାରେ ଯବାନଙ୍କୁ ଦୀପାବଳି ଶୁଭେଚ୍ଛା

author img

By

Published : Nov 14, 2020, 6:19 PM IST

Updated : Nov 14, 2020, 9:08 PM IST

ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭାରତୀୟ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ସୁଦର୍ଶନ ପଟ୍ଟନାୟକଙ୍କ ଦୀପାବଳି ଶୁଭେଚ୍ଛା
ସୁଦର୍ଶନ ପଟ୍ଟନାୟକଙ୍କ ଦୀପାବଳି ଶୁଭେଚ୍ଛା

ପୁରୀ: ଆଜି ପବିତ୍ର ଦୀପାବଳି । ଏହି ଅଵସରରେ ସାରା ଦେଶବାସୀ ଏହାକୁ ବେଶ ଉତ୍ସହ ଓ ଆନନ୍ଦ ରେ ପାଳନ କରୁଛନ୍ତି । ତେବେ ଏହି ବିଶେଷ ଦିନ ଅବସରରେ ସୀମା ରେ ଜଗିଥିବା ଯବାନଙ୍କୁ ଦୀପାବଳୀ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ଟ୍ବିଟ କରି ବାଲୁକା କଳା ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି ।

ବାଲୁକା କଳାରେ ଯବାନଙ୍କୁ ଦୀପାବଳି ଶୁଭେଚ୍ଛା

ପୁରୀ ସ୍ବର୍ଣ୍ଣାଭ ବେଳାଭୂମି ରେ ଏକ ସୁନ୍ଦର ବାଲୁକା ଚିତ୍ର କଳାରେ ସେ ଯବାନଙ୍କୁ ସାଲ୍ୟୁଟ ଜଣାଇବା ସହ ଦୀପାବଳି ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଉକ୍ତ ବାଲୁକା ଚିତ୍ର କଳା ରେ ଯବାନଙ୍କ ପ୍ରତିକୃତିକୁ ସ୍ଥାନ ଦିଆଯାଇଛି ।

ସେ ଲେଖିଛନ୍ତି, ‘‘ଦୀପାବଳିର ଲକ୍ଷ ଲକ୍ଷ ଦୀପ ଆପଣଙ୍କ ଜୀବନକୁ ସୁଖ, ଆନନ୍ଦ, ଶାନ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ସହିତ ଆଲୋକିତ କରନ୍ତୁ । ଆପଣ ଏବଂ ଆପଣଙ୍କ ପରିବାରର ସମୃଦ୍ଧ କାମନା କରୁଛି ।’’

ଏହାସହ ଦେଶର ଯବାନଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି ଓ ବାଲୁକାକଳା ମାଧ୍ୟମରେ ଦେଶର ଯବାନଙ୍କ ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ ।

ଏହା ପୂର୍ବରୁ ଏକ ଦୀପ ଆକୃତିର ବିଶାଳ ବାଲୁକା କଳାରେ ସେ ଦୀପାବଳି ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 14, 2020, 9:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.