ETV Bharat / city

ଆହାର ସାଜିଛି ସାହାରା, ସହରାଞ୍ଚଳରେ ବଦଳିଛି ଖାଦ୍ୟ ସୁରକ୍ଷାର ଚିତ୍ର

author img

By

Published : Oct 1, 2022, 2:25 PM IST

Updated : Oct 1, 2022, 3:20 PM IST

ରାଜ୍ୟ ସରକାରଙ୍କ ଆହାର ଯୋଜନା ପାଇଁ ସହରାଞ୍ଚଳରେ ଖାଦ୍ୟ ସୁରକ୍ଷାର ଚିତ୍ର ବଦଳିଛି । ସମଗ୍ର ରାଜ୍ୟରେ 127ଟି ଆହାର କେନ୍ଦ୍ର ଚାଲୁଛି । ଅଧିକ ପଢ଼ନ୍ତୁ

public benefiting by aahar scheme
ଆହାର ପାଲଟିଲା ସାହାରା: ସହରାଞ୍ଚଳରେ ବଦଳୁଛି ଖାଦ୍ୟ ସୁରକ୍ଷାର ଚିତ୍ର

ଭୁବନେଶ୍ବର: ସହରାଞ୍ଚଳରେ ଖାଦ୍ୟ ସୁରକ୍ଷାର ଚିତ୍ର ବଦଳିଛି । କାର୍ଯ୍ୟରତ ଶ୍ରମଜୀବୀ, ଆର୍ଥିକ ଅନଗ୍ରସର ବର୍ଗ, ଭିନ୍ନକ୍ଷମ ତଥା ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରୁ ବଞ୍ଚିତ ହିତାଧିକାରୀଙ୍କ ନିକଟରେ ସୁଲଭ ମୂଲ୍ୟରେ ଗରମ ରନ୍ଧା ଖାଦ୍ୟ ଉପଲବ୍ଧ କରାଯାଉଛି । ରାଜ୍ୟ ସରକାରଙ୍କ ଦ୍ବାରା 2015 ମସିହା ଉତ୍କଳ ଦିବସ ଅବସରରେ ଆହାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପ୍ରାୟ ସାଢେ ସାତବର୍ଷ ତଥା 90 ମାସ ଧରି ସଫଳତାର ସହ ଚାଲିଛି । ଏହି ସର୍ବଜନାଦୃତ କାର୍ଯ୍ୟକ୍ରମ ଏବେ ସହରାଞ୍ଚଳ ଖାଦ୍ୟ ସୁରକ୍ଷାର ନୂତନ ମାନଚିତ୍ର ପ୍ରସ୍ତୁତ କରିବା ସହ ଲକ୍ଷାଧିକ ଲୋକଙ୍କ ଜୀବନ ଧାରାରେ ପରିବର୍ତ୍ତନ ଆଣିଛି ।

ଆହାର କେନ୍ଦ୍ର(Subsidised Food scheme Aahar ) ଗୁଡିକର ବଳ ପାଲଟିଛନ୍ତି ମିଶନ ଶକ୍ତିର ମହିଳା ଗୋଷ୍ଠୀ । ରାଜ୍ୟ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ଅଧୀନରେ ଥିବା ସହରାଞ୍ଚଳ ବିକାଶ ସଂସ୍ଥା ବା ସୁଡା ହାତରେ ଏହି ସଫଳ ଯୋଜନାର ଦାୟିତ୍ଵ ରହିଛି । ସୁଡାର ନିର୍ଦ୍ଦେଶକ ତଥା ବରିଷ୍ଠ ଅଧିକାରୀ ଶାରଦା ପ୍ରସାଦ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 5T ମାର୍ଗଦର୍ଶିକା ଯୋଜନାଟି ସଫଳତାର ସହ ଆଗକୁ ବଢିବାରେ ଲାଗିଛି । ଏବେ ସମଗ୍ର ରାଜ୍ୟରେ 127ଟି ଆହାର କେନ୍ଦ୍ର ଚାଲୁଛି । ଯାହାର ପରିଚାଳନା ଦାୟିତ୍ଵରେ 185 ମିଶନ ଶକ୍ତି ସୟଂ ସହାୟକ ଗୋଷ୍ଠୀ ନିୟୋଜିତ ରହିଛନ୍ତି । ମାତ୍ର 5 ଟଙ୍କାରେ ସୁମ୍ବାଦୁ ପୁଷ୍ଟିକର ଭାତ ଡାଲମା ସହିତ ଆଚାର ଦିଆଯାଉଛି ।

ପରିବେଷଣ କରିବା ପାଇଁ 38ଟି କେନ୍ଦ୍ରୀୟ ରନ୍ଧନଶାଳା ଓ ବ୍ରହ୍ମପୁର, ଢେଙ୍କାନାଳ ତଥା ବାରିପଦା ସହରରେ ମିଶନ ଶକ୍ତି ଗୋଷ୍ଠୀଙ୍କ ଉଦ୍ୟମରେ 3ଟି ଆଚାର ତିଆରି କେନ୍ଦ୍ର ସ୍ଥାପନ କରାଯାଇଛି । ଅତ୍ୟାଧୁନିକ ଷ୍ଟେନଲେସ୍ ଷ୍ଟିଲ୍ ଇନ୍ଧନ ଉପକରଣ ଓ ପରଷିବା ପାତ୍ର ସହ 82ଟି ପରିଷ୍କାର ଓ ବିଶୋଧ ପରିବହନ ଯାନରେ ଏହି ରନ୍ଧା ଖାଦ୍ୟ ବିଭିନ୍ନ ଆହାର କେନ୍ଦ୍ର ମାନଙ୍କରେ ସୁସଂଯୋଜିତ ଉପାୟରେ ପହଞ୍ଚାଯାଇଛି ।

ରାଜ୍ୟ ସରକାର ଏବେ 17 କୋଟି ଟଙ୍କା ବ୍ୟୟ ଅଟକଳରେ 15ଟି ନୂତନ କେନ୍ଦ୍ରୀୟ ରନ୍ଧନଶାଳା ନିର୍ମାଣ ସହିତ ମିଶନ ଶକ୍ତି ଗୋଷ୍ଠୀଙ୍କ ହାତରେ ପରିଚାଳନା ଦାୟିତ୍ଵ ଦେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୂର୍ବରୁ ସହରାଞ୍ଚଳରେ କାମ କରୁଥିବା ଶ୍ରମଜୀବୀ ମହିଳା ପିଲାଙ୍କ ଦାୟିତ୍ବ ନେବା ସହ ଖାଦ୍ୟ ପ୍ରସ୍ତୁତ କରି ନିର୍ମାଣ ସ୍ଥଳକୁ ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ସୁଲଭ ମୂଲ୍ୟରେ ଭୋଜନ ମିଳିବା ଫଳରେ ସେମାନଙ୍କ ସମସ୍ୟା ଦୂର ହୋଇଛି । ଏହାସହ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ଲମ୍ବା ରହଣି ମଧ୍ୟରେ ଦିନ ଓ ରାତିରେ ଖାଦ୍ୟ ପାଇଁ ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇପାରୁଛନ୍ତି ।

ଏଯାବତ ଆହାର କେନ୍ଦ୍ର ମାନଙ୍କରେ 13 କୋଟି ଭୋଜନ ପରିବେଷିତ ହୋଇଥିବା ସ୍ଥଳେ କୋଭିଡ଼ ମହାମାରୀର ଭୟାବହତା କାଳରେ 1 କୋଟିରୁ ଅଧିକ ଭୋଜନ ଲୋକଙ୍କ ପାଖରେ ପହଞ୍ଚାଯାଇପାରିଛି । ଏହି ଆହାର କେନ୍ଦ୍ର ମାନଙ୍କର ପରିଚାଳନା ନିମନ୍ତେ କୌଣସି ଯୋଜନା ପାଇଁ ଉଦ୍ଦିଷ୍ଟ ଅନୁଦାନ ଉପରେ ନିର୍ଭର ନ କରି ମୁଖ୍ୟମନ୍ତ୍ରୀଙ୍କ ସହାୟତା କୋଷ ଭଳି ସ୍ଵତନ୍ତ୍ର ପାଣ୍ଠିର ଉପଯୋଗ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ: ଆହାର କେନ୍ଦ୍ର ସଫଳତାର ମୁଖ୍ୟ ଆଧାର ମିଶନ ଶକ୍ତିର ମହିଳା ଗୋଷ୍ଠୀ

ମିଶନ ଶକ୍ତି ଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୁଡ଼ା ଜରିଆରେ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମହୀଶୂର ସ୍ଥିତ କେନ୍ଦ୍ରୀୟ ଖାଦ୍ୟ ପ୍ରକ୍ରିୟାକରଣ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନକୁ ପରିଦର୍ଶନ କରି ଜ୍ଞାନ ଆହରଣ କରିବାକୁ ଓଡ଼ିଶାର ମିଶନ ଶକ୍ତି ଗୋଷ୍ଠୀଙ୍କୁ ସୁଯୋଗ ଦିଆଯାଇ ଖାଦ୍ୟର ମାନ ଓ ଗୁଣଜରା ସୁନିଶ୍ଚିତ କରାଯାଇଛି । ସହରାଞ୍ଚଳର ବିଭିନ୍ନ ବର୍ଗର ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା ତ୍ବରାନ୍ବିତ କରି ବିଶ୍ଵର ଏକ ଅନନ୍ୟ ଲୋକାଭିମୁଖୀ ଯୋଜନା ରୂପେ ମାନ୍ୟତା ପାଇବା ସହ ପ୍ରଶଂସିତ ହୋଇପାରିଛି । 'ପାଞ୍ଚ ଟଙ୍କାରେ ଭୋଜନ, ଆନନ୍ଦ ସଭିଙ୍କର ମନ' ବାର୍ତ୍ତା ଏବେ ସଫଳ ରୂପାୟିତ ହୋଇ ପାରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 1, 2022, 3:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.