ETV Bharat / city

କୃଷି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ: ସୁବ୍ରତ ବାଗଚୀ

author img

By

Published : Sep 27, 2022, 12:24 PM IST

ସର୍ବଭାରତୀୟ ମହାତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କୁ ନେଇ ୱାର୍ଲଡ଼ ସ୍କିଲ ସେଣ୍ଟରରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ଅଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ସୁବ୍ରତ ବାଗଚୀ
ସୁବ୍ରତ ବାଗଚୀ

ଭୁବନେଶ୍ବର: ସର୍ବଭାରତୀୟ ମହାତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କୁ ନେଇ ୱାର୍ଲଡ଼ ସ୍କିଲ ସେଣ୍ଟରରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ଅଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ବିଗତ ଛଅ ବର୍ଷର ଓଡିଶାର ଦକ୍ଷତା ବିକାଶ ଯାତ୍ରାକୁ ଉଲ୍ଲେଖ କରିଛନ୍ତି ।

କୃଷି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ : ସୁବ୍ରତ ବାଗଚୀ

ସେ କହିଛନ୍ତି ଯେ, ଆଗାମୀ ୨୦୨୬ ମସିହା ସୁଦ୍ଧା ରାଜ୍ୟର ୧୫ ଲକ୍ଷ ଯୁବଗୋଷ୍ଠୀ ନିଯୁକ୍ତି ପାଇବେ । ଦେଢ ଲକ୍ଷ ଯୁବଗୋଷ୍ଠୀ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ୱାର୍ଲଡ଼ ସ୍କିଲ ସେଣ୍ଟର ମାଧ୍ୟମରେ ନିଯୁକ୍ତି ପାଇବାର ଲକ୍ଷ୍ୟ ରଖାଯାଇଛି । କୋଭିଡ୍ ପରବର୍ତ୍ତୀ ଅବସ୍ଥାରେ ପୁନର୍ବାର ସ୍ୱଳ୍ପମିଆଦୀ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରାଯିବାକୁ ପଦକ୍ଷେପ ନିଆଯାଇଛି । ରାଜ୍ୟରେ କୃଷି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହ ଉତ୍ପାଦନ ବୃଦ୍ଧି ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ତେଣୁ ବର୍ତ୍ତମାନ ଓଡିଶାରେ କୃଷି କ୍ଷେତ୍ରରେ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରାଯିବ । ଜିଲ୍ଲା ଦକ୍ଷତା ବିକାଶ ପ୍ରାଧିକରଣ ମାଧ୍ୟମରେ ଜିଲ୍ଲାସ୍ତରୀୟ ଦକ୍ଷତା ଯୋଜନା ସବୁ ପ୍ରସ୍ତୁତ କରାଯିବ । ମହାତ୍ମା ଗାନ୍ଧୀ ଜାତୀୟ ଫେଲୋସିପ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ପରିକଳ୍ପନା କରାଯାଇଛି ।

ରାଜ୍ୟ ଦକ୍ଷତା ବିକାଶ ମିଶନ ସହଯୋଗରେ ଏହାକୁ କାର୍ଯ୍ୟକାରୀ କରାଯାଉଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜଣେ କରି ସମୁଦାୟ ୩୦ ଜଣ ମହାତ୍ମା ଗାନ୍ଧୀ ଜାତୀୟ ଫେଲୋ କାର୍ଯ୍ୟ କରୁଛନ୍ତି । ଜିଲ୍ଲାସ୍ତରରେ ଗ୍ରାମାଞ୍ଚଳର ରୋଜଗାର, ଅର୍ଥନୈତିକ ଉତ୍ପାଦନ ବୃଦ୍ଧି ତଥା ଜୀବିକା ନିର୍ବାହରେ ପ୍ରତିବନ୍ଧକ ଚିହ୍ନଟ କରି ଯୋଜନା ପ୍ରସ୍ତୁତ କରିବା ପାଇଁ ଏହି ଅଧିକାରୀମାନେ ଲୋକନୀତି ଓ ପରିଚାଳନା କ୍ଷେତ୍ରରେ ଦୁଇ ବର୍ଷର ତାଲିମ ନେଇଥାନ୍ତି । ଏମାନେ ଜିଲ୍ଲା ଅର୍ଥନୀତିରେ ଦକ୍ଷତା ବିକାଶକୁ ପ୍ରୋତ୍ସାହନ କରିବାରେ ସୁଯୋଗ ସୃଷ୍ଟି କରିବେ । ଯାହାଫଳରେ ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ତଥା ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ ।

ଏହି ଅବସରରେ ଆଇଆଇଏମ ବେଙ୍ଗାଲୁରୁର ପ୍ରଫେସର ଶଙ୍କରନ ବାସୁ ଏବଂ ପ୍ରଫେସର ଅର୍ଦ୍ଧବ ମୁଖାର୍ଜୀ ମହାତ୍ମା ଗାନ୍ଧୀ ଜାତୀୟ ଫେଲୋସିପ ବିଷୟରେ ବିସ୍ତୃତ ଭାବେ ଉପସ୍ଥାପନ କରିଛନ୍ତି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରରେ କିଭଳି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହାକୁ କାର୍ଯ୍ୟକାରି କରିବାରେ କଣ ସବୁ ଆହ୍ଵାନ ରହୁଛି, ସେ ସମ୍ପର୍କରେ ବର୍ତ୍ତମାନର ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଶୁଭା ଶର୍ମା ପ୍ରକାଶ କରିଛନ୍ତି । ସେହିପରି ପ୍ରିନ୍ସିପାଲ ସଙ୍ଗରନ ଗୋପାଲ ଆଇଟିଇ, ଆଇଟିଇଇ ସିଙ୍ଗାପୁର ଏବଂ ୱାର୍ଲ୍ ସ୍କିଲ ସେଣ୍ଟରର ସହଭାଗିତା ଏବଂ ଏହାର ଯାତ୍ରା ବିଷୟରେ ସୂଚନା ପ୍ରଦାନ କରିଛନ୍ତି ।

ସରକାରୀ ଆଇଟିଆଇ ବ୍ରହ୍ମପୁର ଆଜି ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ଭାବେ ଉଭା ହୋଇପାରିଛି । ଏହି ଅନୁଷ୍ଠାନର ରୂପାନ୍ତରଣ ଯାତ୍ରା ଉପରେ ସରକାରୀ ଆଇଟିଆଇ ବ୍ରହ୍ମପୁର ଅଧ୍ୟକ୍ଷ ଡଃ ରଜତ ପାଣିଗ୍ରାହୀ ଆଲୋକପାତ କରିଛନ୍ତି । ଓଏମସି ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ତୃଣମୂଳ ସ୍ତରରେ କିଭଳି ଭାବେ ଯୋଜନା ପ୍ରଣୟନ କରାଯିବ ଏବଂ ତାକୁ କିଭଳି କାର୍ଯ୍ୟକାରୀ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିହେବ, ସେ ନେଇ ନିଜର ମତ ରଖିଛନ୍ତି । ଓଏସଡିଏ ସିଇଓ ରେଘୁ ଜି ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.