ETV Bharat / city

ଦକ୍ଷତା ତାଲିମ ଅନୁଷ୍ଠାନ ପରିଦର୍ଶନ କଲେ ସୁବ୍ରତ ବାଗ୍‌ଚୀ - ଦକ୍ଷତା ତାଲିମ ଅନୁଷ୍ଠାନ

ରାଜଧାନୀରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିଦର୍ଶନ କଲେ OSDA ଅଧ୍ୟକ୍ଷ ସୁବ୍ରତ ବାଗଚୀ । ପ୍ରଶିକ୍ଷଣ ନେଉଥିବା ଛାତ୍ରାଛାତ୍ରୀଙ୍କ ସହ କଲେ ଆଲୋଚନା । ଅଧିକ ପଢନ୍ତୁ...

ଦକ୍ଷତା ତାଲିମ ଅନୁଷ୍ଠାନ ପରିଦର୍ଶନ କଲେ ସୁବ୍ରତ ବାଗ୍‌ଚୀ

author img

By

Published : Oct 27, 2021, 10:04 PM IST

ଭୁବନେଶ୍ବର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (OSDA)ର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଭୁବନେଶ୍ୱରସ୍ଥିତ ଟେକ୍‌ସ୍ୱର୍‌ ମାନେଜମେଣ୍ଟ ସରଭିସେସ ପ୍ରାଇଭେଟ୍‌ ଲିମିଟେଡ୍‌ ସ୍କିଲ ପ୍ରଶିକ୍ଷଣ ସଂସ୍ଥା ପରିଦର୍ଶନ କରିଛନ୍ତି । ଏଠାରେ ସଂକଳ୍ପ ଯୋଜନାରେ ଦକ୍ଷତା ତାଲିମ ନେଉଥିବା ଯୁବକଯୁବତୀଙ୍କ ସହ ସେ ଆଲୋଚନା କରିଛନ୍ତି ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ଢେଙ୍କାନାଳ ଜିଲ୍ଲାର ୩୭ଜଣ ଯୁବକଯୁବତୀ “ସଂକଳ୍ପ” ଯୋଜନାରେ ଏଠାରେ ସୁରକ୍ଷା ସେବା ପ୍ରଦାନ ତାଲିମ ନେଉଛନ୍ତି । ସଂକଳ୍ପ ଯୋଜନା ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଣାଳୟର ଜୀବିକା ପ୍ରୋତ୍ସାହନ ପାଇଁ ଦକ୍ଷତା ହାସଲ ଏବଂ ଜ୍ଞାନ ସଚେତନତା ପ୍ରଦାନ ଭିତ୍ତିକ ଏକ କାର୍ଯ୍ୟକ୍ରମ । ଏହା ମାଧ୍ୟମରେ ଗୁଣାତ୍ମକ ଏବଂ ପରିମାଣିକ ଭାବେ ଉନ୍ନତ ମାନର ସ୍ୱଳ୍ପ ମିଆଦି ଦକ୍ଷତା ତାଲିମ ପ୍ରଦାନ କରାଯାଇଥାଏ ।

ଉକ୍ତ ତାଲିମ ଗ୍ରହଣ ପରେ ତାଲିମପ୍ରାପ୍ତ ଯୁବକଯୁବତୀମାନେ ବିମାନବନ୍ଦର ଏବଂ ରେଲୱେ ଷ୍ଟେସନ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିଯୁକ୍ତି ସୁଯୋଗ ପାଇପାରିବେ । ସୁବ୍ରତ ବାଗଚୀ ତାଲିମ ଅନୁଷ୍ଠାନର ଭିତ୍ତିଭୂମି ଦେଖିବା ସହ ପ୍ରଦାନ କରାଯାଉଥିବା ତାଲିମ ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ ଏବଂ ଟେକ୍‌ସ୍ୱର୍‌ ମାନେଜମେଣ୍ଟ ସରଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଅଜିତ ନାରାୟଣ ମହାପାତ୍ର ମଧ୍ୟ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.