ଭୁବନେଶ୍ବର: ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କୁ ନୂଆ ଦାୟିତ୍ବ । ସୂଚନା, ଶିକ୍ଷା ଓ ଯୋଗାଯୋଗ (IEC) ବିଭାଗର ମୁଖ୍ୟ ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦିଆଯାଇଛି ।
କୋରୋନା ସମ୍ପର୍କରେ ସମସ୍ତ ସଚେତନତା ପାଇଁ ସେ ଖସଡା ପ୍ରସ୍ତୁତ କରିବେ । ସେହିପରି ତାଙ୍କୁ ସରକାରଙ୍କ ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଛି । କୋରୋନା ସମ୍ପର୍କିତ ସମସ୍ତ ସାମ୍ବାଦିକ ସମ୍ମିଳନୀ କରୁଥିବା ଅଧିକାରୀଙ୍କୁ ସେ ଗାଇଡ କରିବେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ