ଭୁବନେଶ୍ବର : ସିବିଆଇର ନିର୍ଦ୍ଦେଶକ ଭାବେ ଆଇପିଏସ୍ ସୁବୋଧ କୁମାର ଜୈସୱାଲଙ୍କ ନିଯୁକ୍ତ । ଜାତୀୟ ତଦନ୍ତକାରୀ ସଂସ୍ଥା (CBI)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ ଆଇପିଏସ୍ ସୁବୋଧ କୁମାର । ଦାୟିତ୍ବ ଗ୍ରହଣ ଦିନ ଠାରୁ ସୁବୋଧ ୨ ବର୍ଷ ଧରି ସିବିଆଇ ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବଧୀନ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା, କଂଗ୍ରେସର ଲୋକସଭାରେ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଆଇପିଏସ୍ ସୁବୋଧ କୁମାର ଜୈସୱାଲଙ୍କୁ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ୧୯୮୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡରର ଆଇପିଏସ୍ ହେଉଛନ୍ତି ସୁବୋଧ ଜୈସୱାଲ୍ । ସେ ମହାରାଷ୍ଟ୍ରର ପୂର୍ବତନ ଡିପିଜି ଭାବେ ମଧ୍ୟ ତୁଲାଇଛନ୍ତି କାମ । ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ(ସିବିଆଇ)ର ନୂଆ ନିର୍ଦ୍ଦେଶକ ନିଯୁକ୍ତି ନେଇ ସୋମବାର ହୋଇଥିଲା ମାନସମନ୍ଥନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ 3 ଜଣିଆ ସଦସ୍ୟ ବିଶିଷ୍ଟ କମିଟି ପାଖାପାଖି 2 ଘଣ୍ଟା ଯାଏଁ ଆଲୋଚନା କରିଥିଲେ ।
ସୂଚନା ଅନୁଯାୟୀ, 1984 ବ୍ୟାଚ୍ର 3 ଜଣଙ୍କୁ ନେଇ କମିଟି ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଏଥିରେ ରାକେଶ ଆସ୍ଥାନା ରେସ୍ର ଆଗଧାଡ଼ିରେ ଥିବା କୁହାଯାଉଥିଲା । ହେଲେ ପରେ ଦେଶୱାଲଙ୍କ ନାଁରେ ବାଜିଛି ମୋହର ।ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ତଥା ଗୁଜୁରାଟ କ୍ୟାଡରର ଆଇପିଏସ ପ୍ରବୀଣ ସିହ୍ନା ଏବେ ସିବିଆଇର ଅତିରିକ୍ତ କାର୍ଯ୍ୟଭାର ସମ୍ଭାଳୁଛନ୍ତି । ଗତ ବର୍ଷ ଫେବୃଆରୀରେ ତତ୍କାଳୀନ ସିବିଆଇ ମୁଖ୍ୟ ଆଲୋକ ବର୍ମା ଏବଂ ଉପମୁଖ୍ୟ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଥିବାରୁ ଏହି ପଦବୀ ଖାଲି ପଡିଥିଲା ।
ନୂଆ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା ଏବଂ ଲୋକସଭା ବିରୋଧୀ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ