ETV Bharat / city

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ - ସୁବାସ ସିଂ ଇସ୍ତଫା

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ । ଅଧିକ ପଢନ୍ତୁ

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ

author img

By

Published : Apr 21, 2022, 11:54 AM IST

Updated : Apr 21, 2022, 2:21 PM IST

ଭୁବନେଶ୍ବର: ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ । କଟକର ନବ ନିର୍ବାଚିତ ମେୟର ତଥା ରାଜ୍ୟସଭା ସାଂସଦ ସୁବାସ ସିଂହ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି(Subash Singh resigns from the membership of Rajya Sabha) । ସେ ନିଜ ଇସ୍ତଫା ପତ୍ର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କ ନିକଟକୁ ପଠାଇ ଦେଇଛନ୍ତି । ସୁବାସଙ୍କ ଇସ୍ତଫା ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା ।

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ

ଗତ ପୌର ନିର୍ବାଚନରେ କଟକ ମହାନଗର ନିଗମରୁ ସୁବାସ ମେୟର ଭାବରେ ପ୍ରତ୍ୟେକ୍ଷ ନିର୍ବାଚିତ ହୋଇଛନ୍ତି । ଏହାପରେ ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଲିଖିତ ଭାବରେ ଜଣାଇଥିଲେ । ଆଇନଗତ ଦିଗ କ’ଣ ରହିଛି ବୋଲି ସେ ପାର୍ଲିଆମେଣ୍ଟର ପରାମର୍ଶ ଲୋଡିଥିଲେ । ପାର୍ଲିଆମେଣ୍ଟ ପକ୍ଷରୁ ତାଙ୍କୁ ଏ ସଂପର୍କରେ ଲିଖିତ ଭାବରେ ଜଣାଇ ଦିଆଯାଇଥିଲା । ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କୁ ସୁବାସ ସାକ୍ଷାତ କରି ମେୟର ଭାବରେ ନିର୍ବାଚିତ ହୋଇଥିବା କଥା ଜଣାଇଥିଲେ । ଅଧ୍ୟକ୍ଷଙ୍କର ପରାମର୍ଶ ମଧ୍ୟ ଲୋଡିଥିଲେ । ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ଆଜି ସୁବାସ ସିଂହ ରାଜ୍ୟସଭା ସଭ୍ୟପଦରୁ ବିଧିବଦ୍ଧ ଭାବରେ ଇସ୍ତଫା ପ୍ରଦାନ କରିଛନ୍ତି ।

Subash Singh resigns from the membership of Rajya Sabha

ରାଜ୍ୟସଭାରେ ୨ ବର୍ଷ ଧରି ସୁବାସ ସଦସ୍ୟ ଥାଇ ରାଜ୍ୟର ବହୁ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ଉପସ୍ଥାପନ କରି ଚର୍ଚ୍ଚାରେ ରହିଥିଲେ । ନଦୀଜଳ ସ୍ରୋତ ହ୍ରାସ ପାଇବା ତଥା ପ୍ରାକୃତିକ ସଂପଦ, ଜଙ୍ଗଲ ସଂପଦର ଅବକ୍ଷୟକୁ ରୋକିବା ପାଇଁ ପିଟିସନ୍‌ କମିଟି ଜରିଆରେ ରାଜ୍ୟସଭାରେ ଉପସ୍ଥାପନା କରିଥିଲେ । ବତୀଘର ଆଇନ୍ ୨୦୨୧ ସଂଶୋଧନ ବିଲରେ ଅଂଶଗ୍ରହଣ କରି କେନ୍ଦ୍ରାପଡା, ପାରାଦୀପ, ପୁରୀ, ଗୋପାଳପୁର ବତୀଘର ନବୀକରଣ ଏବଂ ପର୍ଯ୍ୟଟନ ଓ ପରିବହନ କ୍ଷେତ୍ରରେ ଜଳମାର୍ଗକୁ ଉନ୍ନତ କରିବାକୁ ପ୍ରସ୍ତାବ ଦେଇଥିଲେ ।

ପାରାଦୀପ ବନ୍ଦର ଲାଭାଂଶକୁ ଆଞ୍ଚଳିକ ବିକାଶ, ସ୍ବାସ୍ଥ୍ୟସେବା ଓ ଶ୍ରମିକମାନଙ୍କ କଲ୍ୟାଣରେ ବିନିଯୋଗ କରିବା ପ୍ରସ୍ତାବ ରଖୁଥିଲେ । ମନରେଗା ଶ୍ରମିକଙ୍କୁ ଅଧିକ ଦିନ କାର୍ଯ୍ୟ ଓ ମଜୁରୀ ବୃଦ୍ଧି, ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ ଓ ସର୍ବନିମ୍ନ ମଜୁରି ପ୍ରଦାନ କରିବାକୁ ଲଗାତାର ଉପସ୍ଥାପନ କରିଆସୁଥିଲେ । କେନ୍ଦୁପତ୍ର ଶ୍ରମିକଙ୍କ ଉପରୁ ଜିଏସଟି ଛାଡ, ସମ୍ବଲପୁରୀ ତନ୍ତଶିଳ୍ପ କାର୍ଯ୍ୟରେ ଲାଗୁଥିବା ସମସ୍ତ ପଦାର୍ଥ ଉପରୁ ସଂପୂର୍ଣ୍ଣ ଜିଏସଟି ଛାଡ, କଟକ-ସମ୍ବଲପୁର ଜାତୀୟ ରାଜପଥ ଦୋହରିକରଣ କାର୍ଯ୍ୟ ତ୍ବରାନ୍ବିତ, ଡ୍ରାଇଭରଙ୍କୁ ଜାତୀୟ ରାଜପଥରେ ରହଣୀ ଓ ବିଶ୍ରାମାଗାର ପ୍ରତିଷ୍ଠା ଦାବି କରି ଆସୁଥିଲେ । ବଳଦେବ ଜୀଉଙ୍କୁ ଭୋଗ ଲାଗୁଥିବା କେନ୍ଦ୍ରାପଡା ରସାବଳୀକୁ ଜିଆଇ ଟ୍ୟାଗ୍, ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ UGC ମାନ୍ୟତା, କଟକ ବାରବାଟୀ ଦୁର୍ଗର ପୁନଃଉଦ୍ଧାର, କଟକ ରେଳଷ୍ଟେସନ୍ ଉନ୍ନତିକରଣ, ନରାଜରେ ଦ୍ବିତୀୟ ରେଳ ଷ୍ଟେସନ୍‌ ନିର୍ମାଣ ପରି ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଉପସ୍ଥାପନ କରିଛନ୍ତି ।

ସଂସଦରେ ବେଶ୍ ସକ୍ରିୟ ସାଂସଦ ଭାବରେ ଅଧ୍ୟକ୍ଷଙ୍କ ଠାରୁ ବହୁବାର ସେ ପ୍ରଶଂସିତ ହୋଇଛନ୍ତି । ୨୦୨୦-୨୧ ସଂସଦ ଅଧିବେଶନରେ ଶତ ପ୍ରତିଶତ ଯୋଗଦାନ ଓ ସଂସଦୀୟ ଜଳ ସମ୍ପଦ କମିଟିରେ ୯୯ % ଯୋଗଦାନ ଦେଇ ଓଡିଶାର ମହାନଦୀ ଜଳ ବିବାଦ ସମ୍ପର୍କରେ ବହୁବାର ପ୍ରଶ୍ନ ଉପସ୍ଥାପନ କରିଆସୁଥିଲେ । ୨ ବର୍ଷ ଧରି ମହାମାରୀ କୋରୋନା ସମୟରେ ମଧ୍ୟ ପାର୍ଲିଆମେଣ୍ଟର ପ୍ରଥମ ଶ୍ରେଣୀ ଯାତ୍ରା ପାଇଁ ସମସ୍ତ ସୁବିଧା ଥାଇ ମଧ୍ୟ ସାଧାରଣ ଯାତ୍ରୀ ଭଳି ଯାତାୟାତ କରୁଥିଲେ । ଦୁଇ ବର୍ଷ ମଧ୍ୟରେ ସରକାରୀ କାର୍ଯ୍ୟକ୍ରମ ଛଡା ମାଗଣା ବିମାନ ସେବା ଥାଇ ବି ପରିବାର ସହିତ କୌଣସି ଜାଗା ଭ୍ରମଣ ସୁବାସ କରିନାହାନ୍ତି । ଦୁଇବର୍ଷ ମଧ୍ୟରେ ୫୦ରୁ ଉର୍ଦ୍ଧ୍ବ ବିମାନ ଟିକେଟ ବ୍ୟବହୃତ ନହୋଇ ଛାଡି ଆସିଛନ୍ତି । ଦୁଇବର୍ଷ ମଧ୍ୟରେ ସୁବାସ ଓ ତାଙ୍କର ଧର୍ମପତ୍ନୀ ଡଃ . ନିବେଦିତା ଦାସ ଏବଂ ଆଉ ଜଣେ ସହଯୋଗୀ ଟ୍ରେନରେ ପ୍ରଥମ ଶ୍ରେଣୀ ଯାତ୍ରା କରିବାର ସୁବିଧା ଥାଇ ମଧ୍ୟ ଥରୁଟିଏ ମଧ୍ୟ ଏ ସୁଯୋଗ ବ୍ୟବହାର କରିନାହାନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 21, 2022, 2:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.