ETV Bharat / city

ଶିଶୁଙ୍କୁ ଟୀକାକରଣ ଲାଗି ଚାଲିଛି ଅନୁଧ୍ୟାନ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ - corona

ଶିଶୁମାନଙ୍କୁ ଟିକା ଦିଆଯିବା ନେଇ ଅନୁଧ୍ୟାନ କରାଯାଉଛି । ଯେ ପର୍ଯ୍ୟନ୍ତ ଟେକ୍ନିକାଲ ଅନୁମତି ନ ମିଳିଛି ସେ ପର୍ଯ୍ୟନ୍ତ ପିଲାଙ୍କୁ ଟୀକାକରଣ କରାଯିବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

ଶିଶୁଙ୍କୁ ଟୀକାକରଣ ଲାଗି  ଚାଲିଛି ଅନୁଧ୍ୟାନ
ଶିଶୁଙ୍କୁ ଟୀକାକରଣ ଲାଗି ଚାଲିଛି ଅନୁଧ୍ୟାନ
author img

By

Published : Aug 6, 2021, 2:38 PM IST

ଭୁବନେଶ୍ବର: କୋରୋନା ମହାମାରୀ ନେଇ ଦେଶବ୍ୟାପୀ ଚାଲିଛି ଟୀକାକରଣ । ବରିଷ୍ଠ ନାଗରିକଙ୍କଠାରୁ ନେଇ ଯୁବକଙ୍କୁ ଦିଆଯାଉଛି ଟିକା । ତେବେ ଶିଶୁମାନଙ୍କୁ ଟିକା ଦିଆଯିବା ନେଇ ଅନୁଧ୍ୟାନ କରାଯାଉଛି । ଯେ ପର୍ଯ୍ୟନ୍ତ ଟେକ୍ନିକାଲ ଅନୁମତି ନ ମିଳିଛି ସେ ପର୍ଯ୍ୟନ୍ତ ପିଲାଙ୍କୁ ଟୀକାକରଣ କରାଯିବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଶିଶୁଙ୍କୁ ଟୀକାକରଣ ଲାଗି ଚାଲିଛି ଅନୁଧ୍ୟାନ

ଟୀକାକରଣ 100% ସୁରକ୍ଷା ଦେଉନାହିଁ । ଟିକା ନେଲେ ବି ସଂକ୍ରମିତ ହେବା ଆଶଙ୍କା ରହୁଛି । ସର୍ଭେ ମୁତାବକ ଏହି ସଂକ୍ରମଣର ସଂଖ୍ୟା ବହୁତ କମ । ଟିକା ନେବା ପରେ ବି ଆମକୁ କୋଭିଡ ନିୟମ ମାନିବାକୁ ହେବ । ସାମାଜିକ ଦୂରତା ରଖିବା ସହିତ ମାସ୍କ ବ୍ୟବହାର କରିବାକୁ ପଡିବ । ଟିକା ଓ କୋଭିଡ ନିୟମ ମାନିଲେ ହିଁ କୋରୋନାଠୁ ଦୂରରେ ରହି ପାରିବା ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ରାଜ୍ୟରେ କ୍ୟାମ୍ପେନ ମୋଡରେ ଟୀକାକରଣ ଜାରି ରହିଛି । ରାଜ୍ୟରେ ଯଥେଷ୍ଟ ଟୀକାକରଣ କେନ୍ଦ୍ର ରହିଛି । ଶିଶୁଙ୍କୁ ଟୀକାକରଣ ଲାଗି ଷ୍ଟଡି ଚାଲିଛି । ଯେ ପର୍ଯ୍ୟନ୍ତ ଟେକ୍ନିକାଲ ଅନୁମତି ନ ମିଳିଛି, ଆମେ ପିଲାଙ୍କ ଟୀକାକରଣ କରିପାରିବା ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେକ ବିଜୟ ମହାପାତ୍ର ।

ସାମଗ୍ରିକ ଭାବେ ଭାରତରେ ଗତ 15 ଦିନ ହେଲା ସଂକ୍ରମଣ ସ୍ଥିର ରହିଛି। ମହାମାରୀ ସମୟରୁ ଲୋକଙ୍କୁ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ନିୟମ ନମାନିଲେ ସଂକ୍ରମଣ ବଢ଼ିବ ତାହେଲେ ଲକଡାଉନ ନିଶ୍ଚିତ ହେବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.