ଭୁବନେଶ୍ବର: ରାଜଧାନୀ ଉତ୍କଳ ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ଓ କ୍ୟାମ୍ପସ ସମସ୍ୟା ଲାଗି ରହିଛି । ଏହି ସମସ୍ୟା ନେଇ ଛାତ୍ରଛାତ୍ରୀ ନେଇ କୁଳପତିଙ୍କୁ ଭେଟିବାକୁ ଆସିଥିଲେ । ତେବେ କୁଳପତି ଛାତ୍ରଛାତ୍ରୀଙ୍କୁ ଦେଖା କରୁନଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।
ଏହାପରେ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । କିଛି ଲାଭ ନହେବାରୁ ଶେଷରେ ବାଧ୍ୟ ହୋଇ ଛାତ୍ରଛାତ୍ରୀ ପ୍ରଶାସନିକ କାର୍ଯ୍ୟାଳୟ ଗେଟ୍ ଭାଙ୍ଗି ପଶିବାକୁ ଉଦ୍ୟମ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନେକ ସମସ୍ୟା ରହିଛି । ହେଲେ ଏଥିପ୍ରତି ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହୋଇଛି ।
ସମସ୍ୟାର ସମାଧାନ କଥା କେହି ଚିନ୍ତା କରୁନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଛାତ୍ରଛାତ୍ରୀଙ୍କୁ ଭେଟିବାକୁ ଆସିଥିବାବେଳେ କୁଳପତି ବିଭିନ୍ନ ଆଳ ଦେଖାଇ ଛାତ୍ରଛାତ୍ରୀଙ୍କୁ ଭେଟୁନଥିବା ଅଭିଯୋଗ ହୋଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ