ETV Bharat / city

ଇଞ୍ଜିନିୟରିଂ ପାଠ୍ୟକ୍ରମରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ !

ଇଂଜିନିୟରିଂ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ କମୁଛି ଆଗ୍ରହ। ସରକାରୀ ଓ ବେସରକାରୀ ସିଟ ସଂଖ୍ୟା ଓ ଚଏସ ଲକିଙ୍ଗରୁ ଏହା ସ୍ପଷ୍ଟ ହେଉଛି । ଯଥେଷ୍ଟ ନିଯୁକ୍ତି ସୁଯୋଗ ମିଳୁନଥିବାରୁ ଛାତ୍ର ଛାତ୍ରୀ ମାନେ ଇଂଜିନିୟରିଂ ପାଠ୍ୟକ୍ରମରୁ ମୁହଁ ଫେରାଇ ନେଉଥିବା ବିଶେଷଜ୍ଞ ମତ ରଖଛନ୍ତି। ଅଧିକ ପଢନ୍ତୁ...

author img

By

Published : Nov 8, 2021, 10:28 PM IST

Photoଇଂଜିନିୟରିଂ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ କମୁଛି ଆଗ୍ରହ !
Photo

ଭୁବନେଶ୍ବର: ଇଂଜିନିୟରିଂ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ କମୁଛି ଆଗ୍ରହ। ସରକାରୀ ଓ ବେସରକାରୀ ସିଟ ସଂଖ୍ୟା ଓ ଚଏସ ଲକିଙ୍ଗରୁ ଏହା ସ୍ପଷ୍ଟ ହେଉଛି। ଯଥେଷ୍ଟ ନିଯୁକ୍ତି ସୁଯୋଗ ମିଳୁନଥିବାରୁ ଛାତ୍ର ଛାତ୍ରୀ ମାନେ ଇଂଜିନିୟରିଂ ପାଠ୍ୟକ୍ରମରୁ ମୁହଁ ଫେରାଇ ନେଉଥିବା ବିଶେଷଜ୍ଞ ମତ ରଖଛନ୍ତି।

ଇଂଜିନିୟରିଂ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ କମୁଛି ଆଗ୍ରହ !

ଇଂଜିନିୟରିଂ ପାଠ୍ୟକ୍ରମରେ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ। ଚଳିତ ବର୍ଷ ମଧ୍ୟ ପ୍ରାୟ 60 ପ୍ରତିଶତ ସିଟ ଖାଲି ପଡିବ ବୋଲି ଆଶଙ୍କା କରାଯାଉଛି। ସିଟ ସଂଖ୍ୟା 32 ହଜାର । କିନ୍ତୁ ଛାତ୍ରଛାତ୍ରୀ ମାନେ ଚଏସ ଲକିଙ୍ଗ କରିଛନ୍ତି 11 ହଜାର 700 ଛାତ୍ର ଛାତ୍ରୀ। ଏହା ହେଉଛି ରାଜ୍ୟରେ ଥିବା ଇଂଜିନିୟରିଂ କଲେଜ ଗୁଡିକର। ସରକାରୀ କଲେଜରେ 4 ହଜାର ସିଟ ଥିବା ବେଳେ ବେସରକାରୀ କଲେଜରେ ରହିଛି 28 ହଜାର ସିଟ। ଗତକାଲି ଓଜେଇଇ ପକ୍ଷରୁ ବିଟେକ, ବି ଆର, ବି-ଫାର୍ମା ଆଦି ପାଠ୍ୟକ୍ରମ ପାଇଁ ଚଏସ ଲିଙ୍କ ସରିଛି। 2020, 2019 ଏବଂ 2018 ରେ ମଧ୍ୟ 60 ରୁ ଅଧିକ ପ୍ରତିଶତ ସିଟ ଖାଲିପଡିଥିଲା। ତେବେ ଏହାର କାରଣ କଣ? କାହିଁକି ପିଲାମାନେ ଇଂଜିନିୟରିଂ ଠାରୁ ମୁଁହ ଫେରାଉଛନ୍ତି।

ଅନ୍ୟ ପାଠ୍ୟକ୍ରମ ତୁଳନାରେ ଆଶା ଅନୁଯାୟୀ ଇଂଜିନିୟରିଂରେ ପାରିଶ୍ରମିକ ମିଳୁନାହିଁ। ଭିତ୍ତିଭୂମି ଯାଞ୍ଚ ନକରି ମାଲାମାଲ ବେସରକାରୀ କଲେଜ ଓ ସିଟ ବୃଦ୍ଧି କରାଯାଉଛି। କଲେଜ ଗୁଡିକରେ ଦୁର୍ବଳ ଭୀତ୍ତିଭୂମି କାରଣରୁ ଶିକ୍ଷାଦାନର ମାନ କମୁଛି। ଆସନ୍ତା 10 ତାରିଖରେ ସ୍ବତନ୍ତ୍ର ଓଜେଇଇରେ ମାନ୍ୟତା ପାଇଥିବା ଛାତ୍ରଛାତ୍ରୀମାନେ ଚଏସ ଫିଲିଙ୍ଗ କରିପାରିବେ। ଏସବୁ ପ୍ରକ୍ରିୟା ପରେ ଛାତ୍ରଛାତ୍ରୀ ମାନେ ସିଧାସଳଖ ମାନ୍ୟତା ଅନୁଯାୟୀ କଲେଜ ଗୁଡିକରେ ନାମ ଲେଖାଇପାରିବେ। ଓଡିଶା ବେସରକାରୀ ଇଂଜିନିୟରିଂ କଲେଜ ସଂଘର ସଭାପତି ବିନୋଦ ଦାସ କହିଛନ୍ତି ଅନେକ ଶିକ୍ଷାଅନୁଷ୍ଠାନ ମାନଙ୍କରେ ନାମଲେଖା ପାଇଁ ଏବେ କାଉସିଲିଂ ପ୍ରକ୍ରିୟା ଜାରି ରହିଛି।

ଜେଇଇରେ 11 ହଜାର ପିଲା ଚଏସ ଲକିଙ୍ଗ କରିଛନ୍ତି । ଓଜେଇଇ ପାଇଁ ରାଙ୍କିଙ୍ଗ ପ୍ରାୟ 6 ହଜାର ଛାତ୍ରଛାତ୍ରୀ ଆହୁରି ରହିଛନ୍ତି। ସେମାନଙ୍କର କାଉସିଲିଂ ପ୍ରକ୍ରିୟା କରାଯିବା ପରେ ଏଭଳି ମୋଟ 17 ହଜାର ସିଟ ପୂରଣ ହେବ ବୋଲି କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.