ETV Bharat / city

ଅଫଲାଇନ ପରୀକ୍ଷାକୁ ବିରୋଧ, ରାଜରାସ୍ତାରେ କଲେଜ ଛାତ୍ରଛାତ୍ରୀ

author img

By

Published : Apr 15, 2021, 7:44 PM IST

କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଅଫ ଲାଇନ ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ବିରୋଧ । ଅଧିକ ପଢନ୍ତୁ...

ଅଫଲାଇନ ପରୀକ୍ଷାକୁ ବିରୋଧ, ରାଜରାସ୍ତାକୁ ଉହ୍ଲାଇଲେ ଏକାଧିକ କଲେଜର ଛାତ୍ରଛାତ୍ରୀ

ଭୁବନେଶ୍ବର: କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଚିନ୍ତାରେ ଛାତ୍ରଛାତ୍ରୀ । ତେବେ ଏପରି ସ୍ଥିତିରେ ଅଫଲାଇନ ପରୀକ୍ଷାରେ ସଂକ୍ରମଣ ଆଶଙ୍କା ଥିବାରୁ ଏହାକୁ ବିରୋଧ ଆରମ୍ଭ ହୋଇଛି । ଆଜି (ଗୁରୁବାର) ରାଜଧାନୀର ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଛି ଅଫଲାଇନ ପରୀକ୍ଷାକୁ ବିରୋଧ । ଅଫଲାଇନ ପରୀକ୍ଷା ପରିବର୍ତ୍ତେ ଅନଲାଇନ ପରୀକ୍ଷା କରିବା ଦାବିରେ ରାଜରାସ୍ତାକୁ ଉହ୍ଲାଇଛନ୍ତି ଛାତ୍ରଛାତ୍ରୀ । ଓୟୁଏଟି, ବିଜେବି, ମହର୍ଷି ,ରାଜଧାନୀ କଲେଜ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ କଲେଜ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କ୍ଲାସରୁମ ବଦଳରେ ଅନଲାଇନ ପରୀକ୍ଷା କରିବାକୁ ଦାବି କରିଥିବା ଦେଖିବାକୁ ମିଳିଛି ।

ଲଗାତାର ଭାବେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁୁଡିକରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେଉଛନ୍ତି । ଫଳରେ ବିଏମସି ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକୁ ସିଲ କରାଯିବା ସହିତ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଉଛି । ଏଭଳି ପରିସ୍ଥିତିରେ କ୍ଲାସରୁମ ପରୀକ୍ଷା କରାଇବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ । ଅଫଲାଇନ ପରୀକ୍ଷା କରାଇବା ନିଷ୍ପତ୍ତି ଘାତକ ହୋଇପାରେ ବୋଲି ଆଶଙ୍କା କରି ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତିରେ ପରିବର୍ତ୍ତନ କରୁ ବୋଲି ଛାତ୍ରଛାତ୍ରୀ ଦାବି କରିଥିବା ଦେଖିବାକୁ ମିଳିଛି ।

ତେବେ ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଗୁରୁତ୍ୱ ଦେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଣ ନିଷ୍ପତ୍ତି ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରିହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.