ETV Bharat / city

ଯୁକ୍ତ ତିନି ନାମଲେଖା ଆବେଦନ ଶେଷ, ପିଲା ଓ ଅଭିଭାବକଙ୍କୁ ଘାରିଛି ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଚିନ୍ତା

author img

By

Published : Sep 1, 2022, 10:43 PM IST

Updated : Sep 1, 2022, 10:52 PM IST

ଯୁକ୍ତ ତିନି ନାମଲେଖା ଆବେଦନ ଅବଧି ଶେଷ ହୋଇଛି । କିଛି ଦିନପରେ ଆରମ୍ଭ ହେବ ଆଡମିସନ ପକ୍ରିୟା (fake physical disability certificate tension ) । ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ନେଇ ଶଙ୍କାରେ ରହିଛନ୍ତି ଅନେକ ଛାତ୍ରଛାତ୍ରୀ ଓ ଅଭିଭବକ ।

ଯୁକ୍ତ ତିନି ନାମଲେଖା ଆବେଦନ ଶେଷ, ପିଲା ଓ ଅଭିଭାବକଙ୍କୁ ଘାରିଛି ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଚିନ୍ତା
ଯୁକ୍ତ ତିନି ନାମଲେଖା ଆବେଦନ ଶେଷ, ପିଲା ଓ ଅଭିଭାବକଙ୍କୁ ଘାରିଛି ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଚିନ୍ତା

ଭୁବନେଶ୍ବର: ଶେଷ ହେଲା ଯୁକ୍ତ ତିନି ନାମଲେଖା ଆବେଦନ । ଆଉ କିଛି ଦିନପରେ ଆରମ୍ଭ ହେବ ଆଡମିସନ ପକ୍ରିୟା ।(fake physical disability certificate tension ) ଏହି ସମୟରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଆଡମିସନ କରିପାରନ୍ତି ଅନେକ ଛାତ୍ରଛାତ୍ରୀ । ଏହାକୁ ନେଇ ଶଙ୍କାରେ ରହିଛନ୍ତି ଅନେକ ଛାତ୍ରଛାତ୍ରୀ ଓ ଅଭିଭବକ ।

ରାଜ୍ୟରେ ଥିବା ପ୍ରମୁଖ ମହାବିଦ୍ୟାଳୟରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ କରୁଛନ୍ତି ଆଡମିସନ । ଏଭଳି ଅଭିଯୋଗରେ 6 ମାସରେ ପାଖାପାଖି 60 ଜଣ ଛାତ୍ରଛାତ୍ରୀଙ୍କ ଆଡମିସନ ବାତିଲ କରାଯାଇଛି । ରାଜ୍ୟରେ ପ୍ରକୃତ ଭିନ୍ନକ୍ଷମ ସରକାରୀ କଲେଜ ମାନଙ୍କରେ ସିଟ୍‌ ପାଉନଥିବାବେଳେ ସାଧାରଣ ଛାତ୍ରଛାତ୍ରୀମାନେ ନକଲି ସାର୍ଟିଫିକେଟ ଦେଖାଇ ସ୍ୱଳ୍ପ ଦେୟରେ ନାମ ଲେଖାଉଥିବା ଅଭିଯୋଗ ହୋଇଛି । ଏହି ତାଲିକାରେ ବିଜେବି ସ୍ବଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ବରର ମହର୍ଷି କଲେଜ, ଭୁବନେଶ୍ବରର ରାଜଧାନୀ ମହାବିଦ୍ୟାଳୟ, ଭଦ୍ରକ ସ୍ବଂଶାସିତ ମହାବିଦ୍ୟାଳୟ, କଟକର ଜେକେବିକେ କଲେଜ ଏବଂ ପୁରୀର ଏସସିଏସ ମହାବିଦ୍ୟାଳୟ ପ୍ରମୁଖ ରହିଛି ।

ବିଜେବି କଲେଜ କେଳେଙ୍କାରୀ

ବିଜେବି ସ୍ବଂଶାସିତ ମହାବିଦ୍ୟାଳୟରୁ ଏପ୍ରିଲ 8 ତାରିଖରେ 8 ଜଣ ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀ ଚିହ୍ନଟ ହୋଇଥିଲେ । ସମସ୍ତେ2019-2020, 2020-2021, 2021-2022 ଶିକ୍ଷା ବର୍ଷର ଛାତ୍ରଛାତ୍ରୀ ଥିଲେ । ଏଥିରେ ଉଭୟ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ସାମିଲ ରହିଥିଲେ । ସେଥିମଧ୍ୟରୁ 5 ଜଣ ଛାତ୍ରୀ ରହିଥିବା ବେଳେ 3 ଜଣ ଛାତ୍ର ରହିଥିଲେ । ସେହିଭଳି ଭାବରେ ଅଗଷ୍ଟ 4 ତାରିଖରେ ପୁନର୍ବାର ବିଜେବି ସ୍ବଂୟଶାସିତ ମହାବିଦ୍ୟାଳୟରୁ 3 ଜଣ ଛାତ୍ରଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ ଆଡମିଶନ କରିଥିଲେ । ସେମାନଙ୍କ ମଧ୍ୟରୁ 2 ଜଣ ଛାତ୍ରୀ ଓ ଜଣେ ମାତ୍ର ଛାତ୍ର ରହିଥିଲେ ।

ରାଜଧାନୀ ଓ ମହର୍ଷିରେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର

ସେହିଭଳି ଭୁବନେଶ୍ବରର ରାଜଧାନୀ କଲେଜର 6 ଜଣ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ ନାମ ଲେଖାଇଥିଲେ । ସମସ୍ତେ କଳା ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ 5 ଜଣ ଛାତ୍ର ରହିଥିବାବେଳେ ଜଣେ ମାତ୍ର ଛାତ୍ରୀ ଥିଲେ । ଏମାନେ 2021-2022 ଶିକ୍ଷା ବର୍ଷର ଛାତ୍ରଛାତ୍ରୀ । ଭୁବନେଶ୍ବରର ମହର୍ଷି ମହାବିଦ୍ୟାଳୟରେ ଜଣେ ମାତ୍ର ଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ ଆଡମିସନ କରିଥିଲେ ।

ଜେକେବିକେ ଓ ଏସ୍‌ସିଏସ୍‌ରେ ବି ନକଲି ପ୍ରମାଣପତ୍ର

ଏହି କ୍ରମରେ ଗତ ମେ ମାସ 10 ତାରିଖରେ କଟକର ଜେକେବିକେ କଲେଜର 4 ଜଣ ଛାତ୍ରଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ମାଧ୍ୟମରେ ନାମ ଲେଖାଇଥିଲେ । ସେମାନଙ୍କ ମଧ୍ୟରୁ 3 ଜଣ ଛାତ୍ରୀ ରହିଥିବାବେଳେ ଜଣେ ଛାତ୍ର ରହିଥିଲେ । ଜୁଲାଇ 13 ତାରିଖରେ ପୁରୀ ଏସସିଏସ କଲେଜରେ 11 ଜଣ ଛାତ୍ରଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ ଆଡମିଶନ କରିଥିଲେ । ସମସ୍ତେ 2020-2021 ଶିକ୍ଷାବର୍ଷର କଳା ଏବଂ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ 4 ଜଣ ଛାତ୍ରୀ ଏବଂ 7 ଜଣ ଛାତ୍ର ଥିଲେ ।

ରାଜ୍ୟରେ ମୋଟ୍‌ ଆକାରରେ ଦେଖିଲେ ଚଳିତ ବର୍ଷ ଅଗଷ୍ଟ ମାସ ପର୍ଯ୍ୟନ୍ତ ପାଖାପାଖି 60ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦର୍ଶାଇ ଆଡମିସନ କରିଥିଲେ । ଯେଉଁ ଛାତ୍ରଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦର୍ଶାଇ ନାମ ଲେଖାଉଛନ୍ତି । ସେମାନଙ୍କର ନାମଲେଖାକୁ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ କରିବା ପରେ SAMS ପୋର୍ଟାଲରୁ ସେମାନଙ୍କ ନାମଗୁଡ଼ିକୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ପୃକ୍ତ ଛାତ୍ରଛାତ୍ରୀ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ ? କେଉଁଠୁ ତିଆରି କରିଥିଲେ ? ଏଥିରେ କିଏ କିଏ ସାମିଲ ? ସେ ନେଇ ତଦନ୍ତ ଜାରି ରହିଛି । ବର୍ତ୍ତମାନ ସମୟରେ ରାଜ୍ୟରେ ଇତି ମଧ୍ୟରେ ଯୁକ୍ତ ତିନି ନାମଲେଖା ଆବେଦନ ଶେଷ ହୋଇଛି। ଆସନ୍ତା 7 ତାରିଖରେ ହେବ ନାମଲେଖା । ତେଣୁ ଅନେକ ଛାତ୍ର ଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ ଆଡମିସନ କରିପାରନ୍ତି ।

ଏହାକୁ ନେଇ ଅଭିଭାବକ ମହାସଂଘର ଉପାଧ୍ୟକ୍ଷ୍ୟ ପ୍ରସନ୍ନ ବିଶୋଇ କହିଛନ୍ତି, "ରାଜ୍ୟରେ ଅନେକ କଲେଜରେ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ମାଧ୍ୟମରେ ଅନେକ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି । ଏହା ଦ୍ଵାରା ଅନେକ ପକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ପାଠ ପଢିବାକୁ ବଞ୍ଚିତ ହେଉଛନ୍ତି । ଯଦି ଆଡମିସନ ସମୟରେ ଠିକ ଭାବରେ ସାର୍ଟିଫିକେଟ ଯାଞ୍ଚ କରାଯାଏ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ପକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଉଚିତ ସିଟ୍‌ ମିଳିପାରିବ ।"

Last Updated : Sep 1, 2022, 10:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.