ETV Bharat / city

School To Reopen: କମୁଛି ସଂକ୍ରମଣ, ଫେବୃଆରୀରେ ଖୋଲିପାରେ ସ୍କୁଲ - ରାଜ୍ୟରେ କମୁଛି ସଂକ୍ରମଣ

ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ କମୁଥିବାରୁ ଖୋଲିପାରେ ସ୍କୁଲ । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ ଏବଂ ଶିକ୍ଷାବିତ୍ ସମସ୍ତେ ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

School To Reopen: କମୁଛି ସଂକ୍ରମଣ, ଫେବୃଆରୀରେ ଖୋଲିପାରେ ସ୍କୁଲ

author img

By

Published : Feb 1, 2022, 5:51 PM IST

Updated : Feb 1, 2022, 7:18 PM IST

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ସ୍ବାଭାବିକ ହେଉଛି କୋରୋନା ସ୍ଥିତି । ସବୁ ଜିଲ୍ଲାରେ କମୁଛି ସଂକ୍ରମଣ । କୋହଳ ହେଉଛି କଟକଣା । ଫଳରେ ଫେବୃଆରୀ ମାସରେ ସ୍କୁଲ ଖୋଲିବା ଆଶା ସଞ୍ଚାର ହୋଇଛି । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ ଏବଂ ଶିକ୍ଷାବିତ୍ ସମସ୍ତେ ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଛନ୍ତି ।

ସଂକ୍ରମଣ କମୁଥିବାରୁ ଖୋଲିପାରେ ସ୍କୁଲ । ଏମିତି କି ପର୍ଯ୍ୟାୟ କ୍ରମିକ ଭିତ୍ତିରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଏପଟେ ମୁଣ୍ଡ ଉପରେ ଦଶମ ଓ ଦ୍ବାଦଶ ଶ୍ରେଣୀର ପିଲାଙ୍କ ବୋର୍ଡ ପରୀକ୍ଷା ଥିବାରୁ ଶୀଘ୍ର ସ୍କୁଲ ଖୋଲିବାକୁ ଦାବି ହୋଇଛି । କେବେ ଖୋଲିବ ସ୍କୁଲ ? ପୁଣି କ୍ଲାସ ରୁମକୁ ଫେରିବେ କି ଛାତ୍ରଛାତ୍ରୀ ? ବୋର୍ଡ ପରୀକ୍ଷା ପୂର୍ବରୁ ହେବ କି ଅଫଲାଇନ୍ କ୍ଳାସ ? ଫେବୃଆରୀ ମାସର ଗାଇଡ଼ ଲାଇନରେ ସ୍କୁଲରେ ସରସ୍ବତୀ ପୂଜା ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିବା ପରେ ଏଭଳି ଆଶା ସଞ୍ଚାର କରିଛନ୍ତି ଛାତ୍ରଛାତ୍ରୀ ।

School To Reopen: କମୁଛି ସଂକ୍ରମଣ, ଫେବୃଆରୀରେ ଖୋଲିପାରେ ସ୍କୁଲ

ବିଭିନ୍ନ ରାଜ୍ୟରେ ସ୍କୁଲ କଲେଜ ପର୍ଯ୍ୟାୟ କ୍ରମେ ଖୋଲିବା ଆରମ୍ଭ ହୋଇଥିବାରୁ ଓଡ଼ିଶାରେ ବି ତୁରନ୍ତ ସ୍କୁଲ ଖୋଲିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ବୋର୍ଡ ପରୀକ୍ଷାକୁ ଆଉ ଅଳ୍ପଦିନ ଥିବାବେଳେ ପିଲାମାନେ ଅନଲାଇନରେ କ୍ଳାସ କରୁଛନ୍ତି । କିନ୍ତୁ ଡାଉଟ୍ କ୍ଳିୟର ସଂପୂର୍ଣ୍ଣ ହେଉନଥିବା ଛାତ୍ରଛାତ୍ରୀ କହିଛନ୍ତି । ତେଣୁ ଆଉ ମାସେ କ୍ଳାସ କରିବା ପରେ ପରୀକ୍ଷା କରିବାକୁ ଦାବି କରିଛନ୍ତି । ସେପଟେ ପିଲାମାନଙ୍କର ମାନସିକ ସ୍ଥିତିରେ ସୁଧାର ଆଣିବା ସହ ଗୁଣାତ୍ମକ ଶିକ୍ଷା ପାଇଁ ସ୍କୁଲ କଲେଜ ନିହାତି ଖୋଲିବାର ଆବଶ୍ୟକତା ଥିବା ଅଭିଭାବକ ମାନେ କହିଛନ୍ତି ।

ସେପଟେ ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଛନ୍ତି ଶିକ୍ଷାବିତ୍ । ଦଶମ ଏବଂ ଦ୍ବାଦଶ ୨ଟି ବୋର୍ଡ ପରୀକ୍ଷା ଜୀବନର ବଡ ପରୀକ୍ଷା ହୋଇଥିବାରୁ ପିଲାମାନଙ୍କୁ ଭଲ ଭାବରେ ପାଠ ପଢାଇ ପରୀକ୍ଷା କରିବା ଆବଶ୍ୟକ । ଅନଲାଇନ ପଢା ଦ୍ବାରା ପିଲାଙ୍କ ମନରେ ଅନେକ ଦ୍ବନ୍ଦ୍ବ ଦୂର ହୋଇପାରୁ ନାହିଁ । କେବଳ ଦଶମ, ଦ୍ବାଦଶ ନୁହେଁ ଯେହେତୁ ସଂକ୍ରମଣ କମିବା ଆରମ୍ଭ ହେଲାଣି ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ସବୁ କ୍ଳାସ ଖୋଲିବା ଆବଶ୍ୟକ ବୋଲି ଶିକ୍ଷାବିତ୍ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି । ଏକା ବେଳେ ନ ହେଲେ ପର୍ଯ୍ୟାୟ କ୍ରମେ ଅଫଲାଇନ୍ କ୍ଳାସ କରିବା ଆବଶ୍ୟକ ରହିଛି ।

ଯଦି ପାଠପଢା ନ ଯିବ ତେବେ ପିଲାଙ୍କ ମାନସିକ ସ୍ଥିତି ଆହୁରି ବିଗିଡିଯିବ ବୋଲି ଶିକ୍ଷାବିତ୍ କହିଛନ୍ତି । କୋରୋନାର ଦ୍ବିତୀୟ ଲହର ପରେ ଶ୍ରେଣୀ ଗୃହ ପାଠପଢା ସ୍ବାଭାବିକ ଚାଲିଥିଲା । ହେଲେ ତୃତୀୟ ଲହର ଆସିବା ପରେ ପୁଣି ଥରେ ବନ୍ଦ କରିବାକୁ ପଡ଼ିଛି । ବର୍ତ୍ତମାନ ପରୀକ୍ଷା ଚିନ୍ତା ଥିବାରୁ ବିଭିନ୍ନ ମହଲରେ ମଧ୍ୟ ସ୍କୁଲ ଖୋଲିବାକୁ ଦାବି ଜୋର ଧରିଛି । ଏମିତି କି ରାଜ୍ୟ ସରକାର ମଧ୍ୟ ଶିକ୍ଷାନୁଷ୍ଠାନ ଖୋଲିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 1, 2022, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.