ETV Bharat / city

UGC ଗାଇଡଲାଇନ ପ୍ରସଙ୍ଗ, ଛାତ୍ରଛାତ୍ରୀଙ୍କୁ ତୃତୀୟ ଲହର ଭୟ

author img

By

Published : Jul 17, 2021, 9:58 PM IST

UGC ଗାଇଡଲାଇନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଛାତ୍ରଛାତ୍ରୀ । ତୃତୀୟ ଲହରର ଆଶଙ୍କା ରହିଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ସଂକ୍ରମଣ ଭୟ । ଅଧିକ ପଢ଼ନ୍ତୁ...

Students are in fear, fear of a third wave of covid, UG-PG final semester, ୟୁଜିସି ଗାଇଡଲାଇନ, ୟୁଜିସି ଗାଇଡଲାଇନ, ତୃତୀୟ ଲହରର ଆଶଙ୍କା, ଛାତ୍ରଛାତ୍ରୀଙ୍କ ମନରେ ସଂକ୍ରମଣ ଭୟ, bhubaneswar
UGC ଗାଇଡଲାଇନ ପ୍ରସଙ୍ଗ, ଛାତ୍ରଛାତ୍ରୀଙ୍କୁ ତୃତୀୟ ଲହର ଭୟ

ଭୁବନେଶ୍ବର: ପରୀକ୍ଷାକୁ ନେଇ UGC ର ନିଦ ଭାଙ୍ଗିଲା । ୨୦୨୦-୨୧ ଶିକ୍ଷାବର୍ଷର ୟୁଜି-ପିଜି ଶେଷ ସେମିଷ୍ଟାର ପରୀକ୍ଷା ଏବଂ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମଲେଖା ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛି ୟୁଜିସି। ଏପଟେ ତୃତୀୟ ଲହର ଥିବାରୁ ପିଲାଙ୍କ ଉପରେ ଏହାର ପ୍ରଭାବ ପଡିପାରେ। ଯାହାକୁ ନେଇ ଆଶଙ୍କା ପ୍ରକଟ କରିଛନ୍ତି ଛାତ୍ରଛାତ୍ରୀ ।

୩୧ ଅଗଷ୍ଟ ସୁଦ୍ଧା ଶେଷ ସେମିଷ୍ଟାର ପରୀକ୍ଷା ଗୁଡିକ ସାରିବାକୁ କୁହାଯାଇଥିବା ବେଳେ ନୂତନ ଶିକ୍ଷା ବର୍ଷ ଲାଗି ସେପ୍ଟେମ୍ବର ୩୦ ସୁଦ୍ଧା ନାମ ଲେଖା ପ୍ରକ୍ରିୟା ଶେଷ କରି ଅକ୍ଟୋବର ୧ ରୁ ପରବର୍ତ୍ତୀ ଶିକ୍ଷା ବର୍ଷର ପାଠ ପଢା ଆରମ୍ଭ କରିବାକୁ ଗାଇଡ଼ ଲାଇନରେ ଉଲ୍ଲେଖ ରହିଛି । ଓଡି଼ଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ଗତ ୨ ମାସ ପୂର୍ବରୁ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇସାରିଛି ।

୨୦୨୦-୨୧ ଶିକ୍ଷାବର୍ଷର ୟୁଜି-ପିଜି ଅନ୍ତିମ ବର୍ଷ ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ଅଫଲାଇନ୍, ଅନଲାଇନ କିମ୍ବା ମିଶ୍ରିତ ଅର୍ଥାତ ଉଭୟ ଅନଲାଇନ୍ ଓ ଅଫଲାଇନରେ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ମଧ୍ୟବର୍ତ୍ତୀ ସେମିଷ୍ଟାର ପରୀକ୍ଷା ଗୁଡିକ ୨୦୨୦ ନିର୍ଦ୍ଦେଶାବଳୀ ଅନୁସାରେ ପୂର୍ବ ସେମିଷ୍ଟାର ମୂଲ୍ୟାଙ୍କନ ଆଧାରରେ ହେବ।

ସେହିପରି ସେପ୍ଟେମ୍ବର ୩୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବର ୩୧ ସୁଦ୍ଧା ବଳକା ସିଟ୍ ପାଇଁ ନାମଲେଖା ଶେଷ କରିବାକୁ ଗାଇଡଲାଇନ ଜାରି ହୋଇଛି । ଅକ୍ଟୋବର ୧ରୁ ଶିକ୍ଷାବର୍ଷ ପାଇଁ ପାଠପଢ଼ା ଆରମ୍ଭ ପାଇଁ ନିର୍ଦ୍ଦେଶ ରହିଛି। ତେବେ ସିବିଏସଇ, ଆଇସିଏସଇ ଏବଂ ରାଜ୍ୟ ବୋର୍ଡ ଦ୍ବାରା ଫଳାଫଳ ଘୋଷଣା ପରେ ହିଁ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବା ସହ ପ୍ରବେଶିକା ପରୀକ୍ଷା ଗୁ଼ଡିକ ଏହା ପରେ କରାଯିବାକୁ କୁହାଯାଇଛି। ସେପଟେ ନାମଲେଖା ପର୍ଯ୍ୟନ୍ତ କୌଣସି ସମସ୍ୟା ହେବ ନାହିଁ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।

ଆଗକୁ ଯେହେତୁ ତୃତୀୟ ଲହରର ସମ୍ଭାବନା ରହିଛି ତେଣୁ ଛାତ୍ରଛାତ୍ରୀ ମାନେ ଡକ୍ୟୁମେଣ୍ଟ ଯାଞ୍ଚ କରିବାକୁ ଆସିଲେ ସଂକ୍ରମଣ ଭୟ ରହିବ ବୋଲି କହିଛନ୍ତି। ସେପଟେ ୟୁଜିସି ଗାଇଡଲାଇନକୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସ୍ବାଗତ କରିଛନ୍ତି। ଯଦି ଉଚ୍ଚ ଶିକ୍ଷା ବିଭାଗ UGC ର ଗାଇଡ଼ଲାଇନକୁ ଅପେକ୍ଷା କରିଥାନ୍ତା ତାହେଲେ ପରୀକ୍ଷା ପରିଚାଳନାରେ ବିଳମ୍ବ ହୋଇଥାନ୍ତା ବୋଲି କହିଛନ୍ତି ମନ୍ତ୍ରୀ। ପ୍ରସ୍ତୁତି କରିବାରେ ଛାତ୍ରଛାତ୍ରୀ ମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ । କିନ୍ତୁ ଓଡି଼ଶା ସରକାର ବହୁ ପୂର୍ବରୁ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଏଠାରେ କୌଣସି ଅସୁବିଧା ପରିଲିକ୍ଷିତ ହେବ ନାହିଁ ବୋଲି କହିଛନ୍ତି । ଏହାସହ ବଳକା ସେମିଷ୍ଟାର ପରୀକ୍ଷା ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା କହିଛନ୍ତି ମନ୍ତ୍ରୀ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.