ETV Bharat / city

ପ୍ରଶାସନରର ହସ୍ତକ୍ଷେପ ପରେ ଆନ୍ଦୋଳନରୁ ହଟିଲେ ଛାତ୍ରଛାତ୍ରୀ - ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ଦୋଳନ

ଉତ୍କଳ ବିଶ୍ବ ବିଦ୍ୟାଳୟରେ ହଷ୍ଟେଲ ଖାଲିକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଥିଲା । ବିଏମସିର ହସ୍ତକ୍ଷେପ ପରେ ଆନ୍ଦୋଳନରୁ ହଟିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଶିକ୍ଷାନୁଷ୍ଠାନ ବନ୍ଦକୁ ବିରୋଧ କରି ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି

author img

By

Published : Apr 9, 2021, 1:14 PM IST

Updated : Apr 9, 2021, 2:27 PM IST

ଭୁବନେଶ୍ବର: ଉତ୍କଳ ବିଶ୍ବ ବିଦ୍ୟାଳୟରେ ଶିକ୍ଷାନୁଷ୍ଠାନ ବନ୍ଦ କରିବା ସହିତ ହଷ୍ଟେଲ ଖାଲି କରିବାକୁ ରାଜ୍ୟ ସରକାରଙ୍କ ନୋଟିସ ଆସିବା ପରେ ଏହାକୁ ବିରୋଧ କରି ଶୁକ୍ରବାର ଛାତ୍ର ଅଶାନ୍ତି ଦେଖାଦେଇଛି । ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ନାରାବାଜି କରିଥିଲେ । ତେବେ ବିଏମସି କମିଶନରଙ୍କ ବୁଝାସୁଝା ପରେ ସେମାନେ ଧାରଣାରୁ ଉଠିଛନ୍ତି ।

ବିଏମସି କମିଶନରଙ୍କ ହସ୍ତକ୍ଷେପ ପରେ ହଟିଲା ଛାତ୍ର ଅଶାନ୍ତି

ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନର କିଛି ଶ୍ରେଣୀ ବନ୍ଦ କରିବା ସହ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ହଷ୍ଟେଲ ଖାଲି କରିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ କୋରୋନା ଆଳରେ ଏପରି ଶିକ୍ଷାନୁଷ୍ଠାନ ବନ୍ଦ ପ୍ରକ୍ରିୟାକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅସନ୍ତୋଷ ଦେଖାଦେଇଛି । ଶୁକ୍ରବାର ସକାଳୁ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ପକ୍ଷରୁ ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇ ବିଶ୍ବବିଦ୍ୟାଳୟ ପରିସରରେ ରାଲି କରି ଆନ୍ଦୋଳନ କରିଥିଲେ ।

ତେବେ ଛାତ୍ରଛାତ୍ରୀମାନେ ସମସ୍ତ କୋଭିଡ଼ ନିୟମକୁ ମାନି ମହାବିଦ୍ୟାଳୟରେ ପାଠ ପଢିବେ ବୋଲି କହିଥିଲେ । ତେବେ କୌଣସି ପରିସ୍ଥିତିରେ ମଧ୍ୟ ହଷ୍ଟେଲ ଛାଡି ଯିବେ ନାହିଁ ବୋଲି କହିଥିଲେ । ପରେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସେଠାରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ । ବୁଝାସୁଝା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନାହିଁ । ତେବେ ବିଶ୍ବବିଦ୍ୟାଳୟରୁ 8 ଜଣିଆ ପ୍ରତିନିଧିମାନେ ବିଏମସି ଅଫିସ ଯାଇ ସେଠାରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Apr 9, 2021, 2:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.