ଭୁବନେଶ୍ବର: ହରଡ଼ଘଣାରେ ଶିକ୍ଷା ବ୍ୟବସ୍ଥା । କୋଭିଡ ସ୍ଥିତିରେ ଶିକ୍ଷାନୁଷ୍ଠାନ ବନ୍ଦ, ଆଉ କେବେ ସ୍ବାଭାବିକ ହେବ ତାହା ବି ଅସ୍ପଷ୍ଟ । ହେଲେ ଶିକ୍ଷାବର୍ଷ ଗଡୁଥିବାରୁ ବାର୍ଷିକ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଦୀର୍ଘ ଦିନ ପରେ ଅଫଲାଇନ ପାଠପଢା ଆରମ୍ଭ ହେବା ପରେ ଓମିକ୍ରନ ଭୟରେ ତରବରିଆ ଭାବରେ ଉଭୟ ସିଲାବସ୍ ଓ ବିକଳ୍ପ ପରୀକ୍ଷା ଶେଷ ହୋଇ ପୁଣି ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥାକୁ ଫେରିଛି ।
ତେବେ ବର୍ତ୍ତମାନ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ହୋଟେଲ୍, ମଲ୍, ହଲ୍ ଓ ହାଟ ବଜାର ଖୋଲାଥିବା ହେତୁ ଶିକ୍ଷାନୁଷ୍ଠାନ ଖୋଲିବାକୁ କିଛି ଛାତ୍ରଛାତ୍ରୀ ଅଡି ବସିଛନ୍ତି । ଅଫଲାଇନରେ ସିଲାବସ୍ ଶେଷ କରିବା ସହ ପୂର୍ବରୁ 3ଟି କ୍ବାଟର ପରୀକ୍ଷା ହୋଇଥିଲା । ଯାହାର ମାର୍କକୁ ନେଇ ମାର୍କିଂ କରିବାକୁ ଦାବି କରିଛନ୍ତି । ରାଜ୍ୟର ଏକାଧିକ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏକାଠି ହୋଇ ସରକାରଙ୍କ ନିକଟରେ ଦାବି କରିବା ସହ ଆଗାମୀ ଦିନରେ ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ