ETV Bharat / city

ଗଣଶିକ୍ଷା ବିଭାଗର ପାରଦର୍ଶୀ ପୋର୍ଟାଲ, ଲଟେରୀ ମାଧ୍ୟମରେ ନାମଲେଖା

author img

By

Published : Jul 20, 2021, 10:51 PM IST

ବେସରକାରୀ ବିଦ୍ୟାଳୟଗୁଡ଼ିକରେ 23 ଜୁଲାଇ ତାରିଖରୁ 31 ଜୁଲାଇ ତାରିଖ ପର୍ଯ୍ୟନ୍ତ ନାମ ଲେଖାଯିବ । ନାମଲେଖାପାଇଁ ପାରଦର୍ଶୀ ପୋର୍ଟାଲର ଶୁଭାରମ୍ଭ । ଅଧିକ ପଢନ୍ତୁ...

ଗଣଶିକ୍ଷା ବିଭାଗର ପାରଦର୍ଶୀ ପୋର୍ଟାଲ, ଲଟେରୀ ମାଧ୍ୟମରେ ନାମଲେଖା
ଗଣଶିକ୍ଷା ବିଭାଗର ପାରଦର୍ଶୀ ପୋର୍ଟାଲ, ଲଟେରୀ ମାଧ୍ୟମରେ ନାମଲେଖା

ଭୁବନେଶ୍ବର :ବେସରକାରୀ ବିଦ୍ୟାଳୟଗୁଡ଼ିକରେ 23 ଜୁଲାଇ ତାରିଖରୁ 31 ଜୁଲାଇ ତାରିଖ ପର୍ଯ୍ୟନ୍ତ ନାମ ଲେଖାଯିବ। ଦ୍ଵିତୀୟ ଚୟନରେ ପୁଣି ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ସିଟ୍ ପାଇଁ ଅଗଷ୍ଟ 1ତାରିଖରୁ ଅଗଷ୍ଟ 10 ତାରିଖ ମଧ୍ୟରେ ଆବେଦନ ଗ୍ରହଣ କରାଯିବ ।

ଆର୍ଥିକ ପଛୁଆ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗର ପାରଦର୍ଶୀ ପୋର୍ଟାଲ, ଲଟେରୀ ମାଧ୍ୟମରେ ନାମଲେଖା

ଓଡ଼ିଶା ସରକାରଙ୍କ 5T ଯୋଜନା ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସାମାଜିକ ଓ ଅର୍ଥନୈତିକ ଦୂର୍ବଳ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ନାମଲେଖାପାଇଁ ପାରଦର୍ଶୀ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଶିକ୍ଷା ଅଧିକାର ଆଇନ ୨୦୦୯ ଧାରା ୧୨ (1)ଗ ର ପରିପାଳନ ଅନୁଯାୟୀ ଚଳିତ ବର୍ଷ ସାମାଜିକ ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ନାମଲେଖା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ ଆହ୍ବାନ କରାଯାଇଥିଲା ।

ଫେବୃୟାରୀ ମାସରୁ ଆରମ୍ଭକରି ଜୁଲାଇ ମାସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲେ। ପ୍ରଥମଥର ପାଇଁ ପୋର୍ଟାଲ ମାଧ୍ୟମରେ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ନାମଲେଖା କରାଯାଉଥିବା ଯୋଗୁ ଟେଲିଭିଜନ, ଖବର କାଗଜ, ସାମାଜିକ ଗଣମାଧ୍ୟମ ଓ ପୋଷ୍ଟର ମାଧ୍ୟମରେ ଅଭିଭାବକମାନଙ୍କ ଅବଗତି ପାଇଁ ସର୍ବସାଧାରଣ ସୂଚନା ଦିଆଯାଇଥିଲା।

ସମୁଦାୟ ୫୯୭୦ ଆବେଦନଗୁଡ଼ିକୁ ବ୍ଲକ ଶିକ୍ଷା ଅଧିକାରୀମାନେ ମୂଳ ପ୍ରମାଣପତ୍ର ସହ ଯାଞ୍ଚ କରିଥିଲେ ଓ ୩୮୩୯ ଆବେଦନକୁ ଯୋଗ୍ୟ ବିବେଚିତ କରିଥିଲେ । ଯୋଗ୍ୟ ଆବେଦନଗୁଡ଼ିକୁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ କେନ୍ଦ୍ରୀୟ ଲଟେରୀ କରାଯାଇଥିଲା ଓ ୩୬୦୯ ଛାତ୍ରଛାତ୍ରୀଙ୍କ ନାମକୁ ସମ୍ପୃକ୍ତ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ପ୍ରେରଣ କରାଯାଇଥିଲା । ବର୍ତ୍ତମାନ ବ୍ଲକ ଶିକ୍ଷା ଅଧିକାରୀମାନେ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରେରଣ କରିବେ ।

ସେହିପରି ବେସରକାରୀ ବିଦ୍ୟାଳୟଗୁଡ଼ିକରେ 23 ଜୁଲାଇ ତାରିଖରୁ 31 ଜୁଲାଇ ତାରିଖ ପର୍ଯ୍ୟନ୍ତ ନାମ ଲେଖାଯିବ । ଦ୍ଵିତୀୟ ଚୟନରେ ପୁଣି ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ସିଟ୍ ପାଇଁ ଅଗଷ୍ଟ 1ତାରିଖରୁ ଅଗଷ୍ଟ 10 ତାରିଖ ମଧ୍ୟରେ ଆବେଦନ ଗ୍ରହଣ କରାଯିବ । ସେହିପରି ଦ୍ଵିତୀୟ ଚୟନ ଆବେଦନ ପାଇଁ ସମସ୍ତ ଛାତ୍ରଛାତ୍ରୀ www.rteparadarshi,odisha.gov.in ରେ ଆବେଦନ କରିପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.