ETV Bharat / city

ଅନଲାଇନ ପରୀକ୍ଷା ଦାବିରେ ରାଜଧାନୀର ବିଭିନ୍ନ କଲେଜ ଛାତ୍ରୀଙ୍କ ଧାରଣା

ଅନଲାଇନ ପରୀକ୍ଷା ଦାବିରେ ରାଜରାସ୍ତାରେ ରାଜଧାନୀର ବିଭିନ୍ନ କଲେଜ ଛାତ୍ରୀଙ୍କ ଧାରଣା। ଭୁବନେଶ୍ବରର ବିଭିନ୍ନ କଲେଜରେ ଅନଲାଇନ ପରୀକ୍ଷା ଦାବିରେ ଛାତ୍ରୀ ମାନେ ଆଜି(ବୁଧବାର) କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ।

Student of various college
Student of various college
author img

By

Published : Oct 27, 2021, 7:20 PM IST

ଭୁବନେଶ୍ବର: ଅନଲାଇନ ପରୀକ୍ଷା ଦାବିରେ ରାଜରାସ୍ତାରେ ରାଜଧାନୀର ବିଭିନ୍ନ କଲେଜ ଛାତ୍ରୀଙ୍କ ଧାରଣା। ଭୁବନେଶ୍ବରର ବିଭିନ୍ନ କଲେଜରେ ଅନଲାଇନ ପରୀକ୍ଷା ଦାବିରେ ଛାତ୍ରୀ ମାନେ ଆଜି(ବୁଧବାର) କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। । ସେମାନଙ୍କର ଅଭିଯୋଗ ଯେହେତୁ ଚତୁର୍ଥ ସେମିଷ୍ଟାର ସମ୍ପୂର୍ଣ୍ଣ ବିଷୟକୁ ସେମାନେ ଅନଲାଇନରେ ପଢିଛନ୍ତି, ତେଣୁ ପରୀକ୍ଷା ମଧ୍ୟ ଅନଲାଇନରେ ହେଉ ।

ଅନଲାଇନ ପରୀକ୍ଷା ଦାବିରେ ରାଜଧାନୀର ବିଭିନ୍ନ କଲେଜ ଛାତ୍ରୀଙ୍କ ଧାରଣା

ଆଜି (ବୁଧବାର) ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟ, କମଳା ନେହେରୁ ମହିଳା ମହାବିଦ୍ୟାଳୟ, ରାଜଧାନୀ କଲେଜ ଆଦି ମହାବିଦ୍ୟାଲୟ ଗୁଡିକରେ ଅନଲାଇନ ପରୀକ୍ଷା ଦାବି କରି ଛାତ୍ରୀ ମାନେ ଧାରଣା ଦେଇଛନ୍ତି । ଯୁକ୍ତ ତିନି ଦ୍ବିତୀୟ ବର୍ଷ ଓ ତୃତୀୟ ବର୍ଷର ଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ସମସ୍ତ ପରୀକ୍ଷା କରାଯାଉ ବୋଲି ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି କଲେଜ କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ନେଇନାହାଁନ୍ତି ।

ସେପଟେ କମଳା ନେହେରୁ ମହିଳା ମହାବିଦ୍ୟାଲୟର ଯୁକ୍ତ ତିନି ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ପରୀକ୍ଷା କରିବାକୁ ଦାବିରେ ଅଟଳ ରହିଛନ୍ତି। ସେମାନଙ୍କର ଅଭିଯୋଗ ବର୍ତ୍ତମାନର ବିଭିନ୍ନ ସମସ୍ୟା ପାଇଁ ଜିଲ୍ଲା ବାହାରର ଅନେକ ଛାତ୍ରୀ କଲେଜ ଆସିପାରୁନାହାନ୍ତି। କୋରୋନା ପାଇଁ 2 ମାସ ଧରି କ୍ଳାସ ରୁମରେ ପାଠ ପଢାଯାଇଥିଲେ ମଧ୍ୟ ସେତିକି ପାଠପଢାକୁ ନେଇ ପରୀକ୍ଷା ଦେବା ସମ୍ଭବ ନୁହେଁ। ତେଣୁ ଅନଲାଇନରେ ପରୀକ୍ଷା କରାଯାଉ ବୋଲି କହିଛନ୍ତି ଛାତ୍ରୀ ମାନେ ।

ଛାତ୍ରୀଙ୍କ ଦାବି ନେଇ କଲେଜ ଅଧ୍ୟକ୍ଷ ପ୍ରଫୁଲ ଚନ୍ଦ୍ର ରଥ କହିଛନ୍ତି କରୋନା ପାଇଁ ଅନଲାଇନରେ କ୍ଳାସ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଗତ 2 ମାସ ଧରି ଅଫଳାଇନରେ କ୍ଳାସ କରାଯାଉଛି। ତେଣୁ ଅନଲାଇନରେ ପାଠ ପଢିଥିଲେ ବି ଅଫଲାଇନରେ ପରୀକ୍ଷା ଦେବା କୌଣସି ଅସୁବିଧା ନାହିଁ । ସେ କହିଛନ୍ତି ବର୍ତ୍ତମାନ ଯେତିକି ବିଷୟ ସରିଛି ସେହି ଅନୁସାରେ ପରୀକ୍ଷା କରାଯିବ। ଯାହା ମାତ୍ର 40 ମାର୍କର ହେବ ବୋଲି କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.