ETV Bharat / city

ମନ୍ଦିର ପୂଜକଙ୍କୁ ସହାୟତାର ହାତ ବଢେ଼ଇଲେ ଯୁବନେତା ଆଶିଷ ମିଶ୍ର

ମହାମାରୀ କାଳରେ ମନ୍ଦିର ପୂଜକଙ୍କୁ ଯୁବନେତା ଆଶିଷ ମିଶ୍ର ସହାୟତା ଯୋଗାଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 24, 2021, 10:45 PM IST

Updated : Jun 25, 2021, 8:18 AM IST

ମନ୍ଦିର ପୂଜକଙ୍କୁ ସହାୟତାର ହାତ ବଢେ଼ଇଲେ ଛାତ୍ରନେତା ଆଶିଷ ମିଶ୍ର

ଭୁବନେଶ୍ବର: କୋରୋନା ମହାମାରୀରେ ତାଲାବନ୍ଦ କାରଣରୁ ରାଜ୍ୟର ସମସ୍ତ ଦେବାଳୟ ବନ୍ଦ ରହିଛି । ଫଳରେ ମନ୍ଦିର ପୂଜକମାନେ ଆର୍ଥିକ ଅନଟନରେ ଗତି କରୁଛନ୍ତି । ଏହି ମନ୍ଦିର ପୂଜକମାନଙ୍କୁ ସହାୟତାର ହାତ ବଢ଼େଇଛନ୍ତି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ।

ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିରରେ ପୂଜକମାନଙ୍କୁ ଦୈନନ୍ଦିନ ଆବଶ୍ୟକୀୟ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ଆଶିଷ । ମହାମାରୀ ସମୟରେ ମନ୍ଦିରକୁ ସାଧାରଣ ଜନତାଙ୍କ ପ୍ରବେଶକୁ ନିଷେଧ କରାଯାଇଛି । ପର୍ବପର୍ବାଣୀ ସମୟରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମୁଥିବାରୁ ସେଥିରେ ଦୁଇ ପଇସା ରୋଜଗାର କରୁଥିଲେ ପୂଜକ ସମ୍ପ୍ରଦାୟ । କିନ୍ତୁ ମହାମାରୀ ସମୟରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ବାରଣ ନିଷ୍ପତ୍ତିରେ ପୂଜକମାନେ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି ।

ବିପତ୍ତି ସମୟରେ ଅସୁବିଧାରେ ଥିବା ମନ୍ଦିର ପୂଜକମାନଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଆଶିଷ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ସମରେନ୍ଦ୍ର ସାହୁ, ଯୁବ ସମାଜସେବୀ ଅନିରୁଦ୍ଧ ଲେଙ୍କା, ଉମାକାନ୍ତ ପୃଷ୍ଟି, କିରଣ ଦାଶ, ଦେବିଦତ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jun 25, 2021, 8:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.