ETV Bharat / city

ନିୟମ ଅନୁଯାୟୀ ହେଉଛି ପରୀକ୍ଷା, ପିଲା ମାନୁ ନାହାନ୍ତି କୋଭିଡ ଗାଇଡଲାଇନ - ଭୁବନେଶ୍ବର କୋଭିଡ ଗାଇଡଲାଇନ

ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜରେ ଯୁକ୍ତ 3ୟ ତଥା ଶେଷ ସେମିଷ୍ଟର ପରୀକ୍ଷା ଚାଲିଛି। ପରୀକ୍ଷା ହଲରେ ସବୁ ନିୟମ ଅନୁଯାୟୀ ହେଉଥିବା ବେଳେ କଲେଜ ପରିସରରେ ପିଲାମାନେ ସାମାଜିକ ଦୂରତ୍ବ ଭୁଲି ଯାଇଥିବା ଦେଖାଯାଉଛି । ଅଧିକ ପଢନ୍ତୁ...

ନିୟମ ଅନୁଯାୟୀ ହେଉଛି ପରୀକ୍ଷା, ପିଲା ମାନୁ ନାହାନ୍ତି କୋଭିଡ ଗାଇଡଲାଇନ

author img

By

Published : Sep 29, 2020, 8:11 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜରେ ଯୁକ୍ତ 3ୟ ତଥା ଶେଷ ସେମିଷ୍ଟର ପରୀକ୍ଷା ଚାଲିଛି। ଏହା ସହିତ ଯୁକ୍ତ 3 ପ୍ରଥମ ବର୍ଷ ପାଇଁ ଆଡ଼ମିଶନ ମଧ୍ୟ ଅନୁଷ୍ଠିତ ହେଉଛି। ଏଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଦ୍ଵାରା ସମସ୍ତ ପ୍ରକାର ବନ୍ଦୋବସ୍ତ ହେବା ସହ କିପରି କୋଭିଡ଼ ଗାଇଡଲାଇନକୁ ପାଳନ କରାଯାଇ ପାରିବ ସେଥିପାଇଁ ଦୃଷ୍ଟି ଦିଆଯାଇଛି।

ନିୟମ ଅନୁଯାୟୀ ହେଉଛି ପରୀକ୍ଷା, ପିଲା ମାନୁ ନାହାନ୍ତି କୋଭିଡ ଗାଇଡଲାଇନ

ରାଜଧାନୀ ଭୁବନେଶ୍ବରର ମହର୍ଷି କଲେଜରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। କଲେଜ କର୍ତ୍ତୁପକ୍ଷ୍ ପିଲାମାନଙ୍କ ପାଇଁ ସମସ୍ତ ପ୍ରକାର ଗାଇଡଲାଇନ ପାଳନ ପାଇଁ କହୁଥିବା ବେଳେ ପିଲାମାନେ କିନ୍ତୁ ଏହି ନିୟମର ମଜାକ ଉଡାଇ ଥିବା ଦେଖାଯାଇଛି। ପରୀକ୍ଷା ହଲରେ ସବୁ ନିୟମ ଅନୁଯାୟୀ ହେଉଥିବା ବେଳେ କଲେଜ ପରିସରରେ ପିଲାମାନେ ସାମାଜିକ ଦୂରତ୍ବ ଭୁଲି ଯାଇଥିବା ପରି ମନେ ହେଉଥିଲା। ସେହିପରି ଯୁକ୍ତ ଦୁଇ ପରୀକ୍ଷା ରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀ ମାନେ ସେମାନଙ୍କ ଯୁକ୍ତ 3 ଆଡ଼ମିଶନ ପାଇଁ ସାର୍ଟିଫିକେଟ ନେବା ଆସିଥିବା ବେଳେ କୌଣସି ପ୍ରକାର ନିୟମ ନ ମାନି ଭଡି ଜମାଇ ଥିବା ଦେଖାଯାଇଛି।

ରାଜଧାନୀରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ ବେଳେ କଲେଜରେ ଏପରି ଖାମ ଖିଆଲ ଭାବ ଆଗକୁ ଆହୁରି ପରିସ୍ଥିତି ଖରାପ କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେଣୁ ଏଥିପାଇଁ କଲେଜ କର୍ତ୍ତୁପକ୍ଷ କଡା ଦୃଷ୍ଟି ଦେବା ଆବଶ୍ୟକତା ରହିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.