ETV Bharat / city

ଅଗ୍ନିପଥ ଯୋଜନାକୁ ବିରୋଧ କରି ଛାତ୍ର କଂଗ୍ରେସର ଦସ୍ତଖତ ଅଭିଯାନ

author img

By

Published : Jun 28, 2022, 9:43 PM IST

ଅଗ୍ନିପଥ ଯୋଜନାକୁ ପୁଣିଥରେ ବିରୋଧ କରିଛି ଛାତ୍ର କଂଗ୍ରେସ । ଏନେଇ ଆରମ୍ଭ କରିଛି ଦସ୍ତଖତ ଅଭିଯାନ । ଅଧିକ ପଢ଼ନ୍ତୁ

ଅଗ୍ନିପଥ ଯୋଜୋନାକୁ ବିରୋଧ କରି ଛାତ୍ର କଂଗ୍ରେସର ଦସ୍ତଖତ ଅଭିଯାନ

ଭୁବନେଶ୍ବର : ଅଗ୍ନିପଥ ଯୋଜନାକୁ ବିରୋଧ କରି ସାରା ଭାରତ ବର୍ଷରେ ଦସ୍ତଖତ ଅଭିଯାନ ଆରମ୍ଭ କରିଛି ଛାତ୍ର କଂଗ୍ରେସ । ଏହି ଅଭିଯାନକୁ ନେଇ ଭୁବନେଶ୍ବରର ବିଜୁ ପଟ୍ଟନାୟକ କଲେଜରେ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରଛାତ୍ରୀଙ୍କର ଦସ୍ତଖତ ନିଆଯାଇଛି । କଲେଜ ସମ୍ମୁଖରେ ଛାତ୍ର କଂଗ୍ରେସର କର୍ମୀମାନେ ଏବାବଦରେ ପିଲାଙ୍କୁ ସଚେତନତା କରିବା ସହ ପ୍ରଧାନମନ୍ତ୍ରୀ ବିରୋଧୀ ନାରାବାଜି କରିଥିଲେ ।

ଏନେଇ ଛାତ୍ରଛାତ୍ରୀ କହିଥିଲେ ଯେ ଚାକିରି ଆଳରେ ପିଲାମାନକୁ ଭଣ୍ଡାଇବା ସହ ସେମାନଙ୍କ ଭବିଷ୍ୟତ ନଷ୍ଟ କରାଯାଉଛି । କାରଣ ଏକ କୋଟି ଚାକିରୀର ପ୍ରତିଶୃତି ଦେଇଥିବା ସରକାର ଏଯାବତ ଏକ ଲକ୍ଷ ଚାକିରୀ ବି ଦେଇପାରିନାହାନ୍ତି ।ତାହା ଉପରେ ପୁଣି ଚାରି ବର୍ଷର ଚାକିରୀ ଯୋଜନା ଯାହା ବୃତ୍ତିଗତ ସ୍ତରରେ ପିଲାଙ୍କ ଅଧିକ ବେକାର କରିବ। ତେଣୁ ଏହି ଯୋଜନା ଆମର ଦରକାର ନାହିଁ ।

ଏହାର ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଏହାକୁ ନେଇ ଛାତ୍ର କଂଗ୍ରେସର ସଭାପତି ଆସୀର ନୱାଜ କହିଛନ୍ତି ଏହି ଅଗ୍ନିପଥ ଯୋଜନା ଏକ ଛାତ୍ର ବିରୋଧୀ ଯୋଜନା ଓ ସେମାନଙ୍କର ଭବିଷ୍ୟତକୁ ନଷ୍ଟ କରୁଛି । ତେଣୁ ଏହାକୁ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ । କାରଣ ଏହା ମାଧ୍ୟମରେ ସେନାଙ୍କ ପେନସନ ନଦେଇ ସେମାନଙ୍କର ସୁବିଧାକୁ ହଡପ କରିବାକୁ ବସିଛନ୍ତି ସରକାର ।

ତେଣୁ ଏହାକୁ ଛାତ୍ର କଂଗ୍ରେସ ବିରୋଧ କରିଛି । ଆଉ ଏହି ବିରୋଧ ଆଜି କଲେଜରୁ ଆରମ୍ଭ ହୋଇଥିବା ବେଳେ ଆବଶ୍ୟକ ପଡିଲେ ପ୍ରଧାନମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିବ ବୋଲି କହିଛନ୍ତି ୟାସିର। ଏହାସହ ସରକାରଙ୍କର ଯଦି ନିଯୁକ୍ତି ଦେବାକୁ ଚାହୁଁଛନ୍ତି ତେବେ ୨୦୧୯ ରୁ ଖାଲି ପଡିଥିବା ଲକ୍ଷ ୧୧ ହଜାର ସେନାର ପଦବୀକୁ ପୂରଣ କରନ୍ତୁ ଯାହା ଦେଶର ବେକାରୀ ସମସ୍ୟା ଦୂର ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.