ETV Bharat / city

ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ

author img

By

Published : Aug 11, 2021, 10:09 PM IST

ମହାମାରୀ ସମୟରେ ମହାବିଦ୍ୟାଳୟରେ କ୍ଲାସ୍ ଆରମ୍ଭ ହୋଇଥିବାବେଳେ ପରୀକ୍ଷା ମଧ୍ୟ ଚାଲିଛି। ଏଭଳି ସ୍ଥଳେ ଛାତ୍ରଛାତ୍ରୀ କେତେଦୂର ସୁରକ୍ଷିତ ଏନେଇ ପ୍ରଶ୍ନ ଉଠାଇଛି ଛାତ୍ର କଂଗ୍ରେସ। ଅଧିକ ପଢନ୍ତୁ...

ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ
ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ

ପୁରୀ: ମହାମାରୀ ସମୟରେ ମହାବିଦ୍ୟାଳୟରେ କ୍ଲାସ୍ ଆରମ୍ଭ ହୋଇଥିବାବେଳେ ପରୀକ୍ଷା ମଧ୍ୟ ଚାଲିଛି । ଏଭଳି ସ୍ଥଳେ ଛାତ୍ରଛାତ୍ରୀ କେତେଦୂର ସୁରକ୍ଷିତ, ଏନେଇ ପ୍ରଶ୍ନ ଉଠାଇଛି ଛାତ୍ର କଂଗ୍ରେସ। ମହାବିଦ୍ୟାଳୟ ମାନଙ୍କରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା ସହ କୋଭିଡକୁ ଆଖି ଆଗରେ ରଖି ୨-୩ ଦିନ ବ୍ୟବଧାନରେ ମହାବିଦ୍ୟାଳୟମାନଙ୍କରେ ସଠିକ ରୂପେ ସାନିଟାଇଜ କରିବା ନିମନ୍ତେ ଛାତ୍ର କଂଗ୍ରେସ ଦାବି କରିଛି।

ଅନେକ କଲେଜରେ ଶୌଚାଳୟ ନଥିବା ହେତୁ ଝିଅ ପିଲାମାନେ ବେଶ ଅସୁବିଧା ଭୋଗୁଛନ୍ତି। ସେହିପରି କଲେଜକୁ ନିୟମିତ ଅଧ୍ୟାପକମାନେ ଆସୁନଥିବାରୁ କୋର୍ସ ଆଗେଇ ପାରୁନାହିଁ। ତେବେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଲେଜରେ ନିୟମିତ ସାନିଟାଇଜ କରିବା, କଲେଜରେ ସର୍ବନିମ୍ନ ମୌଳିକ ସୁବିଧା ବ୍ୟବସ୍ଥା, ସଠିକ ଭାବେ ପିଲାଙ୍କୁ ପାଠ ପଢା ଦାବି ନେଇ ଆଜି ପୁରୀରେ ଛାତ୍ର କଂଗ୍ରେସ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମୋଚିସାହି ଛକରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲା। ଜିଲ୍ଲାପାଳଙ୍କ ମାଧ୍ୟମରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛନ୍ତି ଛାତ୍ର କଂଗ୍ରେସ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.