ETV Bharat / city

ଅବକାରୀ ମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସର ଧାରଣା - ମଦ ବିକ୍ରିକୁ ବିରୋଧ

ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ବିକ୍ରିକୁ ବିରୋଧ କରି ଛାତ୍ର କଂଗ୍ରେସ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ଘେରାଉ କରାଯାଇଛି। ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

student congress protest
ଅବକାରୀ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଲା ଛାତ୍ର କଂଗ୍ରେସ
author img

By

Published : Dec 31, 2019, 11:28 PM IST

ଭୁବନେଶ୍ବର: ନୂଆବର୍ଷ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବାକୁ ବିରୋଧ । ଏହାକୁ ବିରୋଧ କରିଛି ଛାତ୍ର କଂଗ୍ରେସ । ମଦ ଦୋକାନ ଖୋଲିବା ପ୍ରତିବାଦରେ ଦଳୀୟ କର୍ମୀ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି। ଏପଟେ ବିକ୍ଷୋଭକାରୀଙ୍କୁ ପୋଲିସ ମନ୍ତ୍ରୀଙ୍କ ବାସଭବନ ନିକଟରୁ ଉଠାଇ ନେଇଛି।

ନୂଆବର୍ଷ ପାଇଁ ସରକାରଙ୍କ ପକ୍ଷରୁ ରାତ୍ରି 1ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟ ଦିନ ମାନଙ୍କରେ ରାତ୍ରି 10ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହୁଥିବା ବେଳେ ଏହାକୁ ନୂଆ ବର୍ଷ ପାଇଁ 12ଟା ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା। ପୁଣି ଏହାକୁ ଘୁଞ୍ଚାଯାଇ ସମୟ ବଢାଯାଇଛି ।ଏହା ଦ୍ବାରା ସରକାର ଚୋର ଡକାୟତ ଓ ଲମ୍ପଟଙ୍କୁ ପ୍ରୋତ୍ସାହନ ଦେବା ସହ ରାତ୍ରିରେ ସାଧାରଣ ନାଗରିକ ଓ ମହିଳାଙ୍କ ପାଇଁ ସଙ୍କଟଜନକ ସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ।

ଅବକାରୀ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଲା ଛାତ୍ର କଂଗ୍ରେସ

ଏହା ସଂସ୍କୃତିକୁ ନଷ୍ଟ କରିବା ପାଇଁ ଏଭଳି ଷଡଯନ୍ତ୍ର କରାଯାଉଥିବା କୁହାଯାଇଛି । ସରକାର ଏପରି ନିଷ୍ପତ୍ତିର ଅପସାରଣ କରିବା ସହ ମଦ ବ୍ୟାନ ଉପରେ ନିଷ୍ପତ୍ତି ନେବାକୁ ଛାତ୍ର କଂଗ୍ରେସ କର୍ମୀ ଦୁର୍ଗା ପ୍ରସାଦ ମହଲା ଦାବି କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କ ନୂଆ ବର୍ଷରେ ମାଦ ଦୋକାନ ର ଡେରି ରାତି ପର୍ଯ୍ୟନ୍ତ ଖୋଲିବାକୁ ବିରୋଧ କରିଛି।ଏଥିପାଇଁ ସଂଗଠନର କର୍ମୀମାନେ ରାଜ୍ୟ ଅବକାରୀମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଇଛନ୍ତି।ଫଳରେ ସେମାନଙ୍କୁ ପୋଲିସ ମନ୍ତ୍ରୀଙ୍କ ବାସଭବନ ନିକଟରୁ ଉଠାଇ ନେଇଥିବା ଜଣାପଡ଼ିଛି।

Body:ସୂଚନାଯୋଗ୍ୟ କି ନୂଆବର୍ଷ କୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ରାତ୍ରି 1ଟାଏ ପର୍ଯ୍ୟନ୍ତ ମଦ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି।ଯାହାକି ଅନ୍ୟ ଦିନ ମାନଙ୍କରେ ରାତ୍ରି 10ଟା ପର୍ଯ୍ୟନ୍ତ ଥିବାବେଳେ ଏହାକୁ ନୂଆ ବର୍ଷ ପାଇଁ 12ଟା ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା।ପୁଣି ଏହାକୁ ଘୁଞ୍ଚାଯାଇ ସମୟ ବଢାଯାଇଛି।ଏହା ଦ୍ବାରା ସରକାର ଚୋର ଡକାୟତ ଓ ଲମ୍ପଟ ମାନଙ୍କୁ ପ୍ରୋତ୍ସାହନ ଦେବା ସହ ରାତ୍ରିରେ ସାଧାରଣ ନାଗରିକ ଓ ମହିଳା ଓ ସ୍ତ୍ରୀ ଲୋକମାନଙ୍କ ପାଇଁ ସଙ୍କଟଜନକ ସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି।ଏହା ଜଗନ୍ନାଥଙ୍କ ଦେଶ ହୋଇଥିବାରୁ ଏହାର ସଂସ୍କୃତିକୁ ନଷ୍ଟ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର କରାଯାଉଥିବ କୁହାଯାଇଛି।ତେଣୁ ସରକାର ଏପରି ନିଷ୍ପତ୍ତିର ଅପସାରଣ କରିବା ସହ ମଦ ବ୍ୟାନ ଉପରେ ନିଷ୍ପତ୍ତି ନେବାକୁ ଛାତ୍ର କଂଗ୍ରେସ କର୍ମୀ ଦୁର୍ଗା ପ୍ରସାଦ ମହଲା ଦାବି କରିଛନ୍ତି।
ସେହିପରି ଅନ୍ୟତମ କର୍ମୀ ଜ୍ଞାନ ରଞ୍ଜନ ରାଉତ ସରକାରଙ୍କ ତରଫରୁ ନୂଆ ବର୍ଷରେ ମଦ ବନ୍ଦ ଭଳି ନିଷ୍ପତ୍ତି ଶୁଣିବାକୁ ଲୋକମାନେ ଅପେକ୍ଷା କରିଥିବାବେଳେ ଏଭଳି ନିଷ୍ପତି ସମଗ୍ର ସମାଜକୁ ବ୍ୟଥିତ କରିଥିବା କହିଛନ୍ତି।ତେଣୁ ସରକାର ଏହାକୁ ତୁରନ୍ତ ପ୍ରତ୍ୟହାର କରି ମଦ ଦୋକାନ ଗୁଡିକୁ ପୂର୍ବ ସମୟ ମଧ୍ୟରେ ବନ୍ଦ ନ କଲେ ଆଜି ରାତ୍ରି ସାରା ଛାତ୍ର କଂଗ୍ରେସ ପକ୍ଷରୁ ବନ୍ଦ କରାଯିବ ବୋଲି କହିଛନ୍ତି।
ବାଇଟ-ଦୁର୍ଗା ପ୍ରସାଦ ମହଲା
ବାଇଟ-ଜ୍ଞାନ ରଞ୍ଜନ ରାଉତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.