ETV Bharat / city

ନାରୀ ସୁରକ୍ଷା ପ୍ରସଙ୍ଗରେ ନବୀନଙ୍କ କୁଶପୁତ୍ତଳିକା ଦାହ କଲା ଛାତ୍ର କଂଗ୍ରେସ

ରାଜ୍ୟରେ ମହିଳା ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ନେଇ ରାଜଧାନୀରେ ବିକ୍ଷୋଭ କଲା ଛାତ୍ର କଂଗ୍ରେସ । ମୁଖ୍ୟମନ୍ତ୍ରୀ କୁଶପୁତଳିକା ଦାହ ସହ ଇସ୍ତଫା ଦାବି କଲା ସଂଗଠନ। ପଢନ୍ତୁ ଅଧିକ......

ନାରୀ ସୁରକ୍ଷା ପ୍ରସଙ୍ଗରେ ଛାତ୍ର କଂଗ୍ରେସର ବିକ୍ଷୋଭ

author img

By

Published : Oct 17, 2020, 4:29 PM IST

ଭୁବନେଶ୍ବର: ରାଜ୍ୟରେ ମହିଳା ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ନେଇ ରାଜଧାନୀରେ ବିକ୍ଷୋଭ କଲା ଛାତ୍ର କଂଗ୍ରେସ । ଆଜି ଏନେଇ ସଂଗଠନ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ କରାଯାଇଛି । ଛାତ୍ର କଂଗ୍ରେସର କର୍ମୀ ମାନେ କଂଗ୍ରେସ ଭବନରୁ ଏକ ରାଲିରେ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ପହଞ୍ଚି ନାରାବାଜି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ।

ନାରୀ ସୁରକ୍ଷା ପ୍ରସଙ୍ଗରେ ଛାତ୍ର କଂଗ୍ରେସର ବିକ୍ଷୋଭ

ରାଜ୍ୟରେ ନାରୀଙ୍କ ପ୍ରତି ଅସଦାଚରଣ ବଢୁଥିବା ବେଳେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଏନସିଆରବି ତଥ୍ୟ ମଧ୍ୟ ସମାନ କଥା କହୁଥିବା ସେମାନେ ଅଭିଯୋଗ କରିଛନ୍ତି । ଦୀର୍ଘ 20 ବର୍ଷ ଶାସନ ଭିତରେ ମହିଳାଙ୍କୁ ସମ୍ମାନ ଦେଇପାରୁ ନଥିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଦରକାର ବୋଲି କହିଛନ୍ତି ଛାତ୍ର କଂଗ୍ରେସ ନେତା ୟାଶୀର ନବାଜ ।

ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.