ETV Bharat / city

ସତ୍ୟନଗର ଶ୍ମଶାନରେ ଲାଗିଲା ମୋଦି-ନବୀନଙ୍କ ଫଟୋ - Student Congress protest

ଟୀକାକରଣ କେନ୍ଦ୍ରରେ ଫଟୋ ଓ ପୋଷ୍ଟର ଲଗାଇବାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ତେବେ ଏହାରି ମଧ୍ୟରେ ଏଣ୍ଟ୍ରି ମାରିଛି ଛାତ୍ର କଂଗ୍ରେସ । ସତ୍ୟନଗର ଶ୍ମଶାନରେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ ଫଟୋ ଲଗାଇଲା ଦଳ । ଅଧିକ ପଢନ୍ତୁ...

ସତ୍ୟନଗର ଶ୍ମଶାନରେ ଲାଗିଲା ମୋଦି ଓ ନବୀନଙ୍କ ଫଟୋ

author img

By

Published : Jun 23, 2021, 8:27 PM IST

ଭୁବନେଶ୍ବର : ଟୀକାକରଣ କେନ୍ଦ୍ରରେ ଫଟୋ ଓ ପୋଷ୍ଟର ଲଗାଇବାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ଲାଗିବାକୁ ବିରୋଧ କରିଛି ବିଜେପି । ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ପୋଷ୍ଟର ଫାଡ଼ିଛନ୍ତି ବିଜେପି ନେତା ଓ କର୍ମୀ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର କାହିଁକି ଲାଗିବନି ବୋଲି ବିଜେପି ପ୍ରଶ୍ନ କରିଛି । ତେବେ ବିଜେଡି-ବିଜେପିର ଟଣାଓଟରା ଭିତରେ ଏଣ୍ଟ୍ରି ମାରିଛି ଛାତ୍ର କଂଗ୍ରେସ । ଟୀକାକରଣରେ ଅବ୍ୟବସ୍ଥା, ଚିକିତ୍ସାରେ ଅବହେଳା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ର କଂଗ୍ରେସ ।

ସତ୍ୟନଗର ଶ୍ମଶାନରେ ଲାଗିଲା ମୋଦି ଓ ନବୀନଙ୍କ ଫଟୋ

ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜଙ୍କ ନେତୃତ୍ବରେ ଆଜି ଭୁବନେଶ୍ବରରେ ଆନ୍ଦୋଳନକୁ ଓହ୍ଲାଇଛି ଦଳ। ରାଜଧାନୀର ସତ୍ୟନଗର ଶ୍ମଶାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ମାରିଛି ଛାତ୍ର କଂଗ୍ରେସ । ଯଦି ଟିକା ତୁମର ତେବେ, କୋଭିଡ଼ରେ ଲୋକ ପ୍ରାଣ ହରାଇବାର କାରଣ ବି ତୁମେ । ଏ ଭଳି ଭାବେ ଅଭିନବ ଉପାୟରେ ସତ୍ୟନଗର ଶ୍ମଶାନରେ ଫଟୋ ଲଗାଇ ଦଳ ତରଫରୁ ପ୍ରତିବାଦ କରାଯାଇଛି । କୋଭିଡ ସମୟରେ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ଵ ନଦେଇ ଫଟୋକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହୀନ ରାଜନୀତି କରୁଛନ୍ତି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି ।

ସେହିପରି ଦଳ କହିଛି ଯଦି ଟୀକାକରଣରେ ଫଟୋ ଲାଗିବ ତାହେଲେ କୋଭିଡରେ ମୃତ୍ୟୁମୁଖରେ ପଡୁଥିବା ଲୋକଙ୍କ ପାଇଁ ମଧ୍ୟ ଉଭୟ ସରକାର ଦାୟୀ । ଯଦି ଟିକାକରଣ କେନ୍ଦ୍ରରେ ଫଟୋ ଲାଗିବ, ତାହେଲେ ମଶାଣିରେ କଣ ପାଇଁ ଫଟୋ ଲାଗିବନି କହି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ । ବହୁତ ସମୟରେ ଟୀକାକରଣ କେନ୍ଦ୍ର ହେଉ କିମ୍ବା ଟୀକା ନେଇଥିବା ପ୍ରମାଣପତ୍ରରେ ଫଟୋ ରହିବା ନେଇ ରାଜନୀତି ଚାଲିଥିବା ଦେଖିବାକୁ ମିଳୁଛି । ଆଜି ଏହାକୁ ପ୍ରତିବାଦ କରି ସତ୍ୟନଗର ଶ୍ମଶାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର୍ ଲଗେଇଛି ଛାତ୍ର କଂଗ୍ରେସ । ଆଗାମୀ ଦିନରେ ଉଭୟ ନେତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଶ୍ମଶାନରେ ସ୍ଥାପନ କରାଯିବ ବୋଲି ଛାତ୍ର କଂଗ୍ରେସ ସଭାପତି କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.