ETV Bharat / city

ଉଦ୍ୟାନ କୃଷି ନେଇ ଖିଲାପି ଅଧିକାରୀଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

କୃଷକମାନଙ୍କୁ ଉଦ୍ୟାନ କୃଷି ତରଫରୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀ ଯେପରି ଉନ୍ନତମାନର ଓ ପର୍ଯ୍ୟାପ୍ତ ପରିମାଣର ହୋଇପାରିବ, ସେନେଇ ସଠିକ ଯାଞ୍ଚ ଓ ନିୟମିତ ସମୀକ୍ଷା କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 14, 2021, 10:00 AM IST

ଖିଲାପି ଅଧିକାରୀଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଯୋଜନା ଅର୍ଥ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରି ନପାରିଲେ ଖିଲାପି ଅଧିକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । କୃଷକମାନଙ୍କୁ ଉଦ୍ୟାନ କୃଷି ତରଫରୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀ ଯେପରି ଉନ୍ନତମାନର ଓ ପର୍ଯ୍ୟାପ୍ତ ପରିମାଣର ହୋଇପାରିବ, ସେନେଇ ସଠିକ ଯାଞ୍ଚ ଓ ନିୟମିତ ସମୀକ୍ଷା କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ମଙ୍ଗଳବାର ପୂର୍ବାହ୍ନରେ କୃଷି ଭବନରେ ଆୟୋଜିତ ଉତ୍ତରାଞ୍ଚଳ ରାଜସ୍ବ ଜିଲ୍ଲା ଗୁଡ଼ିକର ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦ୍ଦେଶକମାନଙ୍କର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗ ଦ୍ବାରା ଜିଲ୍ଲାରେ ହେଉଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ନିର୍ଦ୍ଦେଶାଳୟ ଦ୍ବାରା ପ୍ରତିମାସରେ ସମୀକ୍ଷା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହିତ କୌଣସି ପ୍ରକାରର ଆର୍ଥିକ ଅସଙ୍ଗତି ପରିଲକ୍ଷିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ରାଜ୍ୟରେ ଉଦ୍ୟାନ କୃଷିର ବିସ୍ତୃତ ସୁଯୋଗ ରହିଛି । କୃଷକଙ୍କ ଆୟ ବୃଦ୍ଧି ଦିଗରେ ଫଳ, ପନିପରିବା ଆଦି ଚାଷ ସହାୟକ ହେଉଛି । ଅଧିକରୁ ଅଧିକ ଚାଷୀ ଯେପରି ଉଦ୍ୟାନ କୃଷି ପ୍ରତି ଆଗ୍ରହ ପ୍ରକାଶ କରିବେ ସେଥିପ୍ରତି କ୍ଷେତ୍ର କର୍ମଚାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସ୍ଵଚ୍ଛତା ରକ୍ଷା ଦିଗରେ ଉଦ୍ୟାନ କୃଷିର ସମସ୍ତ ତଥ୍ୟ ୱେବସାଇଟ ଉପଲବ୍ଧ କରାଇବା ପାଇଁ ମନ୍ତ୍ରୀ କହିଛନ୍ତି ।

ଏଥିସହିତ ବିଭାଗ ଦ୍ବାରା ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ମଧ୍ୟ ଲୋକଲୋଚନକୁ ଆଣିବା ନିମନ୍ତେ ୱେବସାଇଟରେ ଉପଲବ୍ଧ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ମହିଳାମାନଙ୍କ ସଶକ୍ତିକରଣ ଦିଗରେ ପ୍ରାଥମିକତା ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉଦ୍ୟାନ କୃଷିର ବିଭିନ୍ନ କାର୍ଯ୍ୟକ୍ରମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.