ETV Bharat / city

ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ, ୩୦ ପ୍ଲାଟୁନ ଫୋର୍ସ ମୁତୟନ

author img

By

Published : Mar 23, 2022, 10:15 PM IST

ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଏଥିପାଇଁ ରାଜ୍ୟ ପୋଲିସ ପକ୍ଷରୁ ହୋଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ

ଆରମ୍ଭ ହେବ ବିଧାନସଭାର ବଜେଡ ଅଧିବେଶନ, ୩୦ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ବର: ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଏଥିପାଇଁ ରାଜ୍ୟ ପୋଲିସ ପକ୍ଷରୁ ହୋଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବିଧାନସଭା ତ୍ରିସ୍ତରିୟ ସୁରକ୍ଷା ବଳୟରେ ରହିବ । ଅର୍ଥାତ ବିଧାନସଭାକୁ ତିନୋଟି ସ୍ତରରେ ଜଗିବ ପୋଲିସ ।

ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ

ବିଧାନ ସଭା ସୁରକ୍ଷା ଦାୟିତ୍ବରେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ୬ ଅତିରିକ୍ତ ଡିସିପି, ୧୧ ଜଣ ଏସିପି ସହ ୧୩ ଇନସ୍ପେକ୍ଟର ୬୨ ଅଧିକାରୀ ରହିବେ । ଏଥିସହ ବିଧାନସଭା ଭିତରେ ବାହାରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ ଜଗିବେ । ବମ୍‌ ସ୍କ୍ବାଡ ଡଗ୍‌ ସ୍କ୍ବାଡ ସହ ଅଗ୍ନିଶମ ଟିମ୍‌ ଓ ଆମ୍ବୁଲାନ୍ସ ସେବା ମଧ୍ୟ ପ୍ରସ୍ତୁତ ରହିବ ।

ଏଥିସହ ବିଧାନସଭା ବାହାରେ ସିସିଟିଭି ସର୍ଭିଲାନ୍ସ ସହ ବନ୍ଧୁକଧାରି ପୋଲିସ କର୍ମଚାରୀ ମଧ୍ୟ ବିଧାନସଭାର‌ ୪ କଡ଼ରେ ଜଗିବେ । ଏନେଇ ପୋଲିସ ଡିଜି ସୁନୀଲ ବଂଶଲଙ୍କ ସହ ପୋଲିସ କମିଶନର, ଭୁବନେଶ୍ୱର ଡିସିପି ଓ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ବିଧାନସଭା ଚାଲୁଥିବା ସମୟରେ ଲୋୟର ପିଏମଜିରେ ରାଲି ଓ ଧାରଣାକୁ ଦୃଷ୍ଟିରେ ରଖି ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.