ETV Bharat / city

ଆସୁଛି ପାର୍ବଣ ଋତୁ, ବଢୁଛି ବାଉଁଶ ତୋରଣ ଚାହିଦା - ହସ୍ତଶୀଳ୍ପ ବେପାରୀ

ପାର୍ବଣ ଋତୁ ଆସିଲେ ହସ୍ତଶୀଳ୍ପ ବେପାରୀଙ୍କ ଦି ପଇସା ରୋଜଗାର ବାଟ ଫିଟିଯାଏ । ତେବେ ଆଗକୁ ଗଣେଷ ପୂଜା ଆସୁ ଥିବାରୁ ରାଜଧାନୀରେ ମେଲିଛି ବାଉଁଶ ତୋରଣର ଚାହିଦା ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
author img

By

Published : Aug 23, 2019, 10:55 PM IST

ଭୁବନେଶ୍ବର: କୁହାଯାଏ ଗଣେଷ ପୂଜାଠାରୁ ଆରମ୍ଭ ହୁଏ ପାର୍ବଣ ଋତୁ । ଶେଷ ହୁଏ କାର୍ତ୍ତିକରେ । ଆଉ ପାର୍ବଣ ଋତୁ ଆସିଲେ ହସ୍ତଶୀଳ୍ପ ବେପାରୀଙ୍କ ଦି ପଇସା ରୋଜଗାର କରିବାର ବାଟ ଫିଟିଯାଏ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଆସନ୍ତା ସେପ୍ଟେମ୍ବର 2ରେ ଧରାପୃଷ୍ଠରେ ଅବତରଣ କରିବେ ବିଘ୍ନ ବିନାଶକ ଗଜାନନ। ଏଥିପାଇଁ ରାଜଧାନୀରେ ଚାଲିଛି ଜୋରଦାର ପ୍ରସ୍ତୁତି । ମୂର୍ତ୍ତିକାରଙ୍କ ସାଙ୍ଗକୁ ସାଜସଜ୍ଜା ପାଇଁ ବ୍ୟସ୍ତ ଅନ୍ୟ କାରିଗର ।ରାଜଧାନୀରେ ବଢି ଚାଲିଛି ବାଉଁଶ ତୋରଣର ଚାହିଦା । 500 ଟଙ୍କାରୁ ଆରମ୍ଭ କରି 5000 ଟଙ୍କା ପର୍ଯ୍ୟନ୍ତ ଭଳିକି ଭଳି ବାଉଁଶ ତୋରଣ ଦେଖିବାକୁ ମିଳୁଛି। ତେବେ ଗଣେଷ ପୂଜା ପରେ ଦଶହରା, ଦୀପାବଳି ଆଦି ପର୍ବ ଆସୁଥିବାରୁ ବେପାର ବେଶ ଜମିବ ବୋଲି ଆଶା କରିଛନ୍ତି ଏହି କାରିଗରମାନେ ।

ସେପଟେ ଛୋଟ ଠାରୁ ବଡ଼ ମୂର୍ତ୍ତି ସବୁ ପ୍ରକାରର ଗଣେଷ ମୂର୍ତ୍ତି ତିଆରି କରିବାରେ ମୂର୍ତ୍ତି କାରିଗର ବ୍ୟସ୍ତ। କେଉଁଠି ନାଗ ସାପ ଫଣାରେ ଗଣେଷ ଭଗବାନକୁ ଦେଖିବାକୁ ମିଳୁଛି ତ ଆଉ କେଉଁଠି ବାହୁବଳୀ ଷ୍ଟାଇଲର ଗଣେଷ ଠାକୁର ଦେଖିବାକୁ ମିଳୁଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପର୍ବ ରେ ଆସୁଛି ରେଜଗାର ର ବାଟ,ବାଉଁଶ ତେରଣ ତିଆରି ରେ ବ୍ୟସ୍ତ କାରିଗର,

Body:ପର୍ବ ରେ ଆସୁଛି ରେଜଗାର ର ବାଟ,ବାଉଁଶ ତେରଣ ତିଆରି ରେ ବ୍ୟସ୍ତ କାରିଗର,
ଆସୁଛନ୍ତି ଗଜାନନ ସେଥିବା ପାଇଁ ରାଜଧାନୀ ରେ ଚାଲିଛି ଜୋରଦାର ପ୍ରସ୍ତୁତି। ଆସନ୍ତା 2 ସେପ୍ଟେମ୍ବର ରେ ଧାରା ପୃଷ୍ଠା କୁ ଅବତାରଣ କରିବେ ବିଘ୍ନ ବିନାଶକ ଗଜାନନ ଏଥି ପାଇଁ ରାଜଧାନୀ ରେ ଚାଲିଛି ଜୋରଦାର ମୂର୍ତ୍ତି ତିଆରି କାମ। ଲୋକଙ୍କ ଚାହିଦା ମୁତାବକ ଚାଲିଛି ଗଣେଷ ମୂର୍ତ୍ତି ତିଆରି କାମ। ଛେଟ ଠାରୁ ବଡ଼ ମୂର୍ତ୍ତି ସବୁ ପ୍ରକାରର ଗଣେଷ ମୂର୍ତ୍ତି ତିଆରି କରିବାରେ ମୂର୍ତ୍ତି କାରିଗର ବ୍ୟସ୍ତ। କେଉଁଠି ନାଗ ସାପ ଫଣା ରେ ଗଣେଷ ଭାଗବାନ କୁ ଦେଖିବା କୁ ମିଳୁଛି ତ ଆଉ କେଉଁଠି ବାହୁବଳୀ ଷ୍ଟାଇଲ ର ଗଣେଷ ଠାକୁର ଦେଖିବା କୁ ମିଳୁଛି। ଅନ୍ୟ ପଟେ ସାରା ଭୁବନେଶ୍ୱର ର ବାଉଁଶ କାରିଗର ବିଭିନ୍ନ ବାଉଁଶ ତେରଣ ତିଆରି କରାଯାଉଛି। 500 ଟଙ୍କା ରୁ 5000 ଟଙ୍କା ର ବାଉଁଶ ର ଭଳି କି ଭଳି ତେରଣ ମିଳୁଛି। ଆଉ ରହିଲା ରେଜଗାର ର ବାଟ ଏ ସବୁ ପୂଜା ରେ ହିଁ ଖୋଲି ଥାଏ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.