ETV Bharat / city

ଦୃଷ୍ଟିହୀନ ଦମ୍ପତିଙ୍କୁ 58 ଲକ୍ଷର ବିଦ୍ୟୁତ ବିଲ୍ ଛାଟ - ଦୃଷ୍ଟିହୀନ ଦମ୍ପତିଙ୍କୁ 58 ଲକ୍ଷ

ଶହେ ନୁହେଁ କି ହଜାରେ ବି ନହେଁ ଏକ ଦୃଷ୍ଟିହୀନ ଦମ୍ପତିଙ୍କ ଆସିଛି 58 ଲକ୍ଷର ବିଦ୍ୟୁତ ବିଲ୍ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ, ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ଆସିଛି 58 ଲକ୍ଷ 85 ହଜାର 844.46 ଟଙ୍କା। ଅଧିକ ଖବର ପଢନ୍ତୁ...

ଦୃଷ୍ଟିହୀନ ଦମ୍ପତିଙ୍କୁ 58 ଲକ୍ଷର ବିଦ୍ୟୁତ ବିଲ୍ ଛାଟ

author img

By

Published : Jul 25, 2020, 10:05 AM IST

Updated : Jul 25, 2020, 10:16 AM IST

ଭୁବନେଶ୍ବର: ଶହେ ନୁହେଁ କି ହଜାରେ ବି ନହେଁ ଏକ ଦୃଷ୍ଟିହୀନ ଦମ୍ପତିଙ୍କ ଆସିଛି 58 ଲକ୍ଷର ବିଦ୍ୟୁତ ବିଲ୍ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ, ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ଆସିଛି 58 ଲକ୍ଷ 85 ହଜାର 844.46 ଟଙ୍କା। ରାଜଧାନୀ ଠାରୁ କିଛି ଦୂରରେ ଅଛି ପାଞ୍ଚ ଗାଁ । ଏଠାରେ ରୁହନ୍ତି ପ୍ରସନ୍ନ ନାୟକ ଓ ସବିତା ନାୟକ । ଦୃଷ୍ଟିହୀନ ଦମ୍ପତ୍ତିଙ୍କ ଘରେ ରହିଛି ମାତ୍ର 4 ଟି ବଲ ଓ 2ଟି ଫ୍ୟାନ୍ । ଯାହା ଦରକାର ହେଲେ ବ୍ୟବହାର କରନ୍ତି। ଏହା ଛଡା ସେମାନେ ଅନ୍ୟ କୌଣସି ବିଦ୍ୟୁତ ବ୍ୟବହୃତ ସାମଗ୍ରୀ ବ୍ୟବହାର କରନ୍ତି ନାହିଁ। ଯାହା ପାଇଁ ସେମାନେ ଏତେ ଟଙ୍କାର ବିଲ ଆସିବା ଦେଖି ଖୁବ ଚିନ୍ତିତ ହୋଇ ପଡିଛନ୍ତି । ତାଙ୍କ କହିବା କଥା ହେଲା, ଏହିପରି ତାଙ୍କର ଅଧିକ ବିଲ ଆସିବାରୁ ସେ ଗତ ଡିସେମ୍ବର ମାସରେ ନୂଆ ମିଟର ମଧ୍ୟ ଲଗାଇଥିଲେ। ଆଉ ଏହି 58 ଲକ୍ଷର ବିଲ୍ ଡିସେମ୍ବର 28 ଠାରୁ ଜୁଲାଇ 23 ତାରିଖ ପର୍ଯ୍ୟନ୍ତର।

ଯାହାକୁ ଦେଖି ଏହି ଅସହାୟ ଦମ୍ପତ୍ତି ହତବାକ । ସେହିପରି ପ୍ରସନ୍ନଙ୍କ ଭାଇ ଅଜୟ ଏହା ବାରମ୍ବାର ସରକାରଙ୍କ ଅପାରଗତାର ନିଦର୍ଶନ ବୋଲି କହିଛନ୍ତି। ଏହା ପୂର୍ବରୁ ମଧ୍ୟ ସେମାନେ ଅଧିକ ବିଲ ଆସିବା ନେଇ ଅଭିଯୋଗ କରିବା ସହ କଟାକଟି କରି ପାଖାପାଖି 10 ହଜାର ଟଙ୍କା ଦେୟ ପୈଠ କରିଥିଲେ। ପରେ ସେହି ମିଟର ବଦଳାଯାଇଥିଲେ ସୁଦ୍ଧା ଏପରି ବିଲ୍ ଆସିଛି।

ଦୃଷ୍ଟିହୀନ ଦମ୍ପତିଙ୍କୁ 58 ଲକ୍ଷର ବିଦ୍ୟୁତ ବିଲ୍ ଛାଟ

ଏନେଇ ମିଟର ରିଡରଙ୍କୁ ନିକଟରେ ଜଣାଇଥିଲେ ମଧ୍ୟ ସେ ଏହାକୁ ନଜର ଅନ୍ଦାଜ କରିଥିଲେ । ଗାଁର ଲୋକମାନେ ମଧ୍ୟ ଏପରି ଘଟଣା ଶୁଣି ଅବାକ ହେବା ସହ ଯେଉଁ ବିଲ ଆସିଛି ତାହା ତାଙ୍କ ଗାଁର ମୋଟ ବିଲର କେତେ ଗୁଣା ହେବ ବୋଲି କହିଛନ୍ତି। ତେଣୁ ସେମାନେ ସରକାରୀ କଳର ଅବହେଳାକୁ ଦୋଷ ଦେବା ସହ ଏହିପରି ଅନେକ ଲୋକଙ୍କ ବିଲ ଗୋଳମାଳ ଆସୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏହାର କୌଣସି ସମାଧାନର ବାଟ କାଢୁନଥିବା କହିଛନ୍ତି।

ସୂଚନାଯୋଗ୍ୟ, ନିକଟ ଅତୀତରେ ସେସୁ ପକ୍ଷରୁ ବିଜୁଳି ବିଲ ଯେଉଁମାନେ ନ ଦେବେ ସେନେଇ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କ ବିଜୁଳି ସଂଯୋଗ କାଟି ଦେଉଥିଲେ । କିନ୍ତୁ ତାଙ୍କ ବିଭାଗରେ ଏଭଳି ଅନେକ ତ୍ରୁଟି ଥିବାବେଳେ ତାହାର ସୁଧାର ନେଇ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ନ କରିବା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jul 25, 2020, 10:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.