ETV Bharat / city

୧୭ ସନ୍ଧ୍ୟାରେ ଦିଗ ବଦଳାଇବ ବାତ୍ୟା, ୧୮ ଓ ୧୯ରେ ପ୍ରବଳ ବର୍ଷା - ୧୭ ସନ୍ଧ୍ୟାରେ ଦିଗ ବଦଳାଇବ ବାତ୍ୟା

ଆସୁଛି ସାମୁଦ୍ରିକ ଝଡ । ଏହାର ପ୍ରଭାବରେ ୧୮ ଓ ୧୯ ତାରିଖରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

୧୭ ସନ୍ଧ୍ୟାରେ ଦିଗ ବଦଳାଇବ ବାତ୍ୟା, ୧୮ ଓ ୧୯ ପ୍ରବଳ ବର୍ଷା

author img

By

Published : May 15, 2020, 7:11 PM IST

ଭୁବନେଶ୍ବର: ଆସୁଛି ସାମୁଦ୍ରିକ ଝଡ । ଏହାର ପ୍ରଭାବରେ ୧୮ ଓ ୧୯ ତାରିଖରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଦୁଇଦିନ ୬୦ ରୁ ୭୦ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷିବ । ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘନୀଭୂତ ଲଘୁଚାପ ବଳୟ ୧୨ ଘଣ୍ଟା ପରେ ଅଧିକ ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ବେଳକୁ ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି । ଏହି ସାମୁଦ୍ରିକ ଝଡ ପ୍ରଥମେ ୧୭ ତାରିଖ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଏବଂ ପରେ ଏହା ନିଜର ଦିଗ ପରିବର୍ତ୍ତନ କରି ଉତ୍ତର-ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ଆଡକୁ ୧୮, ୧୯ ତାରିଖ ଯାଏଁ ଗତି କରିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ୧୮ ତାରିଖ ବେଳକୁ ଅନେକ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏହାସହିତ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଦକ୍ଷିଣ ଓଡିଶା ଉପକୂଳ ଅଞ୍ଚଳରେ ୧୮ ତାରିଖ ବେଳକୁ ଘୁର୍ଣ୍ଣିଝଡ ହେବା ସହ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ବେଗରେ ପବନ ବହିବ । ସେହିପରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ୧୯ ତାରିଖ ବେଳକୁ ପ୍ରାୟ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏହାସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ନିଙ୍ଗ ଜାରି ।

ଉପକୂଳ ଓଡ଼ିଶା ଏବଂ ଆଖପାଖ ଅଞ୍ଚଳରେ ଗେଲୱଇଣ୍ଡ ଘଣ୍ଟା ପ୍ରତି ୬୫ ରୁ ୭୫ କିମି ଘଣ୍ଟା ପ୍ରତି ବହିବ । ୧୮ ତାରିଖ ଠାରୁ ମତ୍ସ୍ୟଜୀବୀ ମାନଙ୍କୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି । ଗତ ୨୪ ଘଣ୍ଟାରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ରେ ୪୦.୬ ମିମି ବର୍ଷା ରେକର୍ଡ ହୋଇଛି । ସର୍ବାଧିକ ତାପମାତ୍ରା ତାଳଚେରରେ ୪୨.୧ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ତାପମାତ୍ରା ୩୯ ଡିଗ୍ରୀ ତାପମାତ୍ରା ରହିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.